ସେମିଳିଗୁଡ଼ାର ଏକ ଇଂଲିଶ ମିଡିୟମ ସ୍କୁଲ ବସକୁ ୪ ଲକ୍ଷ ଟଙ୍କା ଫାଇନ୍ କରାଯାଇଛି । ଟ୍ୟାକ୍ସ ପାଇଁ ୩.୮୦ ଲକ୍ଷ ଓ ଫିଟନେସ୍ ପାଇଁ ୨୧ ହଜାର ୫୦୦ ଜରିମାନା କରାଯାଇଛି ।
ଅନ୍ୟ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି କହିଲେ ଗଜପତି ଏସ୍ପି
ହାଇକୋର୍ଟରେ ପରିବାରଲୋକେ ଦ୍ୱାରସ୍ଥ ହୋଇଥିଲେ।
ସମ୍ପୃକ୍ତ ସରପଞ୍ଚ ଜାତିକୁ ନେଇ ଆକ୍ଷେପ କରିଥିବା ସେ ଏତଲାରେ ଦର୍ଶାଇଛନ୍ତି।
ନାମୀ ଦାମୀ ପ୍ରତିଷ୍ଠିତ କମ୍ପାନିର ଲେବଲ୍, ପ୍ୟାକେଜିଂକୁ ନକଲ କରି ସେଥିରେ ନକଲି ଓ ନିମ୍ନମାନର ଡିଟରଜେଣ୍ଟ ପାଉଡର ଭର୍ତ୍ତି କରି ବିକ୍ରି କରାଯାଉଥିଲା । ଏଥିରେ କପଡ଼ା ଠିକ୍ରେ ସଫା ତ ହେବ ନାହିଁ, ବରଂ ଖରାପ ହେବ । ଏପରିକି ସ୍ୱାସ୍ଥ୍ୟ ଉପରେ ବି କୁପ୍ରଭାବ ପଡ଼ିବାର ଆଶଙ୍କା ଅଛି ।
କଟକରେ ଥମୁନି ଭେଜାଲ ସାମଗ୍ରୀ କାରବାର । ଏତେ ନକଲି ସାମଗ୍ରୀ କାରବାର ଧରାପଡ଼ୁଛି ଯେ, ପୁରା ପୋଖତ ଲୋକ ବି ଧୋକା ଖାଇଯିବ, କେଉଁଟା ଅସଲି କେଉଁଟା ନକଲି ।
ଚାର୍ଜସିଟ୍ ଦାଖଲରେ ବିଳମ୍ବରୁ ଜାମିନରେ ଖସି ଯାଉଥିବା ଏଭଳି ଅଫିସରଙ୍କ ତାଲିକା ଆହୁରି ଲମ୍ବା ଆଶ୍ଚର୍ଯ୍ୟର କଥା ହେଉଛି, ଭିଜିଲାନ୍ସ ଜାଲରେ ଫସିବା ଏବଂ ଅଚଳାଚଳ ସମ୍ପତ୍ତିର ତଥ୍ୟ ମିଳିବା ପରେ ଏଭଳି ବହୁ ଦୁର୍ନୀତିଖୋର ଅଧିକାରୀଙ୍କୁ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତିରେ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର ।
ଅଭିଯୁକ୍ତଙ୍କ ବିରୋଧରେ କାହିଁକି ଚାର୍ଜସିଟ୍ ଦାଖଲ ହୋଇପାରୁନି, ଏଥିରେ ପ୍ରକ୍ରିୟାଗତ ସମସ୍ୟା ରହୁଛି । ନା ଜାଣିଶୁଣି ବିଳମ୍ବ କରାଯାଇଛି, ଯାହା ଦୁର୍ନତିଖୋର୍ଙ୍କୁ ଖସିବାର ବାଟ କଢ଼ାଉଛି ।
ଗାଡ଼ିରେ ବସିଥିବା ଦୁଇ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ନିର୍ଧୁମ ପିଟିଥିଲେ । ଲୋକଙ୍କ ମାଡ଼ରେ ଦୁଇ ଉଭୟ ଗୁରୁତର ହୋଇଥିବା ବେଳେ ମେଡିକାଲ୍ରେ ଜଣଙ୍କର ମୃତ୍ୟୁ ହୋଇଛି ।
୨୦୨୩ ହକି ବିଶ୍ୱକପ୍ କୁ ଆଖି ଆଗରେ ରଖି କୋକେନ୍ ବିକ୍ରି ପାଇଁ ସେମାନଙ୍କ କଣ ଥିଲା ବ୍ଲୁ ପ୍ରିଣ୍ଟ । ରାଜଧାନୀର କେଉଁ ତାରକା ହୋଟେଲକୁ କୋକେନ ଦିଆଯାଉଥିଲା ।
ଭୁବନେଶ୍ୱର ଲିଙ୍ଗିପୁରରେ ଏଟିଏମ୍ ଉପାଡ଼ି ଲୁଟ୍ ଘଟଣାରେ ଗିରଫ ହୋଇଥିବା ୨ ଅଭିଯୁକ୍ତ ଖୋକନ ମୁଲ୍ଲା ଓ ମିଜାନୁର ରେହମାନ ମୁଲ୍ଲାଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟ ପୋଲିସକୁ ଅନୁମତି ପ୍ରଦାନ କରିଛନ୍ତି ।
କଟକ ଜିଲ୍ଲା ମାହାଙ୍ଗା ଗଣହତ୍ୟାର ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ସମସ୍ତ ମୃତକଙ୍କର ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସହ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ଏଥିରୁ ଜଣାପଡ଼ିଛି। ହତ୍ୟାକାଣ୍ଡ ବେଳେ ସମସ୍ତେ ପ୍ରତିରୋଧ କରିଥିବା ରିପୋର୍ଟରୁ ସୂଚନା ମିଳଛି।
ତାଙ୍କ ନାଁରେ ଗିରଫ ପରଓ୍ୱାନା ଜାରି କରିଥିଲେ ଜାତୀୟ ଜନଜାତି କମିଶନ।
ମେଗା ଇଭେଣ୍ଟକୁ ଟାର୍ଗେଟ କରି ରାଜଧାନୀରେ ମହଙ୍ଗା ନିଶା । କୋକେନ୍ ବିକ୍ରି ଯୋଜନା କରି ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ରବି କୁମାର-ଶନି କୁମାରକୁ ରିମାଣ୍ଡରେ ନେଲା ଏସଟିଏଫ୍ ।
ପୂର୍ବତନ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ମିଳିଲା ଜାମିନ । ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ । ୬୦ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ ନ ହେବାରୁ ଏହି ଜାମିନ ମିଳିଛି । ଫେବୃଆରୀ ୧୬ରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ ତ୍ରିନାଥ ମିଶ୍ର ।
ଭାସିଗଲା ସଂସାର, ଭେଳା ବୁଡ଼ିଗଲା ପରିବାରର। ପରିବାରକୁ ଦାନା ଯୋଗାଉଥିବା ରୋଜଗାରିଆ ମଣିଷର ପୋଲିସ ହାଜତରେ ମୃତ୍ୟୁ ଅଭିଯୋଗ। ଏ ହେଲା ସୁନ୍ଦରପଦା କପିଳପ୍ରସାଦର ଦେବେନ୍ଦ୍ର ଚୌଧୁରୀଙ୍କ ପତ୍ନୀ ଓ ପରିବାର। ଗତ ରାତିଠୁ ଆଖିକୁ ନିଦ ନାହିଁ, ପେଟକୁ ଭୋକ ନାହିଁ। ସେମାନଙ୍କ ଅଭିଯୋଗ, ଦେବେନ୍ଦ୍ରଙ୍କୁ ପୋଲିସ ପିଟି ପିଟି ମାରିଦେଇଛି।
ରାଜଧାନୀର ଛାତି ଉପରେ ହାଜତ ମୃତ୍ୟୁ ବିବାଦ । ଛନ୍ଦିହୋଇଛି କମିଶନରେଟ୍ ପୋଲିସ । ପରିଚୟ ଦ୍ୱନ୍ଦ୍ୱ ବଢ଼ାଉଛି ବଡ଼ଗଡ଼ ଥାନା । ପୋଲିସ କହୁଛି, ମୃତକଙ୍କ ନାଁ ପ୍ରଦୀପ ସାହୁ ।
ବର୍ଷ ବର୍ଷ ଧରି କୁହୁଳୁଥିଲା ପାରିବାରିକ ବିବାଦର ନିଆଁ। ରାଜନୈତିକ ଶତ୍ରୁତାର ସୀମା ଟପିଗଲା ପରେ ରକ୍ତ ବୁହାଇଲେ ରକ୍ତ ସମ୍ପର୍କୀୟ। କିଏ କାହା ମୁଣ୍ଡ ଗଡ଼ାଇଦେଲା ତ ଆଉ କିଏ ଜାଳିଦେଲା ବାସଘର। ଏଭଳି ଭୟଙ୍କର ହିଂସା ପରେ କାନ୍ଦ ବୋବାଳିରେ ଫାଟିପଡୁଛି ଦାଣ୍ଡ ଦୁଆର
ବଚସା ମଧ୍ୟରେ ଏକ ଶିକାରୀ ବନ୍ଧୁକରୁ ଦଳେଇକୁ ଗୁଳି କରି ହତ୍ୟା କରିଥିଲା ନୃପତ୍ତି।
ମାତ୍ର ୩୦ ହଜାର ଟଙ୍କା ପାଇଁ ହତ୍ୟା ପରି ଜଘନ୍ୟକାଣ୍ଡ ଘଟାଇବାକୁ ପଛାଇଲେ ନାହିଁ। ତାହା ପୁଣି ଅଜଣା ଲୋକ କି ଚୋର ଡକାୟତ ଖଣ୍ଟ ନୁହେଁ, ବରଂ ନିଜ ଗାଁ ଲୋକ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି। ଘନିଷ୍ଠ ସମ୍ପର୍କ ଥାଇ ମଧ୍ୟ ହତ୍ୟା କରିବାକୁ ପଛାଇଲେ ନାହିଁ ଗାଁ ଲୋକେ।
ଭୁବନେଶ୍ୱର ଲିଙ୍ଗିପୁରରେ ATM ଉପାଡ଼ି ଲୁଟ୍ ମାମଲାରେ ପୋଲିସ୍ର ଛାନ୍ଭିନ୍ ଜାରି ରହିଛି। ଗିରଫ ୨ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳରେ କ୍ରାଇମ୍ ରିକ୍ରିଏସନ୍ କରିଛି ପୋଲିସ। ସେମାନଙ୍କ ଲୁଟ୍ର ତରିକା ଜାଣିବାକୁ ଓ ଅଧିକ ପ୍ରମାଣ ଯୋଗାଡ଼ ପାଇଁ ଏହି ଡେମୋ ଚାଲିଛି।
ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କନ୍ଧପାଳ ଗାଁରେ ଗୁଳିମାଡ଼ରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ପ୍ରତି ଆକ୍ରମଣ କରିଛନ୍ତି। ମୃତକଙ୍କ ପରିବାର ଲୋକ ଫେରାର ମୁଖ୍ୟ ଅଭିଯୁକ୍ତର ସ୍ତ୍ରୀ ଓ ୩ ବର୍ଷର ଶିଶୁପୁତ୍ରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର, କଟୁରୀ ଓ ଶିବର ମୋବାଇଲ ପୂର୍ବରୁ ସିଜ୍ କରିଛି ପୋଲିସ ।
ପ୍ରେମଜନିତ ଆତ୍ମହତ୍ୟାକୁ ନେଇ ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ- NCRBର ତଥ୍ୟ ବି ଚମକାଇ ଦେଲାଭଳି।
ଭାବ ଆଉ ଆବେଗର ସଂପର୍କ ଭିତରେ ପ୍ରେମିକାଟିଏ ଯାହା ସହ ବାଟ ଚାଲିବାର ପଣ କରିଥିଲା, ତାଠୁ ମିଳିଲା ଧୋକ୍କା। ପ୍ରଥମେ ପ୍ରେମ ଓ ତାପରେ ଅସହ୍ୟ ହେଲା ପ୍ରତାରଣା। ଶେଷରେ ପ୍ରେମିକକୁ ଶେଷ ଚିଠି ଲେଖି ବିଦାୟ ନେଇଗଲା ପ୍ରେମିକାଟିଏ