/odishatv-khabar/media/post_attachments/uploadimage/library/16_9/16_9_0/IMAGE_1655192065.jpg)
Elephant Died
ଆଠଗଡ଼ ଡିଭିଜନରେ ହାତୀମୃତ୍ୟୁ ଓ ହାତୀ କଙ୍କାଳ ମିଳିବା ଘଟଣାରେ ତଦନ୍ତ କରିବ ସ୍ପେଶାଲ ଟିମ୍ । ଘଟଣାର ତଦନ୍ତ ପାଇଁ ଗଠନ ହୋଇଛି ସ୍ପେଶାଲ ଇନ୍ଭେଷ୍ଟିଗେସନ୍ ଟିମ୍ । ତଦନ୍ତ ପାଇଁ ୩ ଜଣିଆ ହାଇଲେବୁଲ୍ ଟିମ୍ ଗଠନ କରିଛନ୍ତି PCCF । ଶଶି ପଲ୍ କମିଟିର ଦାୟିତ୍ୱରେ ରହିବେ CCF ମନୋଜ ନାୟର ଏବଂ ଚେୟାରମ୍ୟାନ ରହିବେ RCCF । ଜଣେ କଞ୍ଜରଭେଟର ସଦସ୍ୟଙ୍କ ସହ ସାମିଲ ହେବ କ୍ରାଇମବ୍ରାଞ୍ଚ । ଟିମ୍ରେ କ୍ରାଇମବ୍ରାଞ୍ଚର ଜଣେ DSP ବା ତଦୁର୍ଦ୍ଧ୍ୱ ରାଙ୍କର ଅଧତ୍କାରୀ ରହିବେ । ପୂର୍ବରୁ ଏହି ମାମଲାର ତଦନ୍ତ କରୁଥିବା DFO ଆଉ ଘଟଣାର ତଦନ୍ତ କରିପାରିବେ ନାହିଁ । ତଦନ୍ତ ବେଳେ ଯାହାର ବି ସମ୍ପୃକ୍ତି ଆସିବ କାହାରିକୁ ଛଡାଯିବନି ବୋଲି ସୂଚନା ଦେଇଛନ୍ତି ପିସିସିଏଫ ।
ସୂଚନାଯୋଗ୍ୟ, ଗତକାଲି ବଡମ୍ବା ବନାଞ୍ଚଳରେ ପୁଣି ଏକ ଦନ୍ତାହାତୀର କଙ୍କାଳ ଉଦ୍ଧାର ହୋଇଛି । ଆଠଗଡ ବନଖଣ୍ଡ ବଡମ୍ବା ବନାଞ୍ଚଳର ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲର ଖାରୋଡ ଗାଁ ନିକଟରୁ ଏକ ଦନ୍ତାହାତୀର କଙ୍କାଳ ଉଦ୍ଧାର ହୋଇଛି । ଦନ୍ତାହାତୀର କଙ୍କାଳ ମିଳିଥିଲେ ମଧ୍ୟ ଦାନ୍ତ ମିଳିନାହିଁ ବୋଲି ଆଠଗଡ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି । କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ ହେଲା, ସେ ସମ୍ପର୍କରେ ଜଣାପଡିନାହିଁ ।
୧୦ ଦିନ ତଳେ ବଡମ୍ବା ବନାଞ୍ଚଳର ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲରୁ ଦୁଇଟି ଦନ୍ତାହାତୀର କଙ୍କାଳ ଉଦ୍ଧାର ହୋଇଥିଲା । ଏଥିସହ ଗୋଟିଏ ଗୁଳିବିଦ୍ଧ ଦନ୍ତାର ମୃତ୍ୟୁ ହୋଇଥିଲା । ଅନ୍ୟପଟେ କେନ୍ଦ୍ର ସରକାର ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି। ଶିକାରୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସରକାରଙ୍କୁ କୁହାଯାଇଛି ବୋଲି ଶ୍ରୀ ଯାଦବ ଲେଖିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)