/odishatv-khabar/media/post_attachments/uploadimage/library/16_9/16_9_0/____1655280798.jpg)
15 Year Old Boy Beaten To Death By Father And Step Mother
୧୫ ବର୍ଷର ପୁଅକୁ ବାପା ଓ ସାବତ ମା’ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପାରାଦୀପ ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ତ୍ରିଲୋଚନପୁର ଗାଁରୁ ଏଭଳି ଅଭିଯୋଗ ଆସିଛି। ଗାଁ ସ୍କୁଲ୍ ପଛପଟ ବାଡ଼ିରୁ ପୋଲିସ ମୃତଦେହ ଉଦ୍ଧାର କରିଛି।
Advertisment
ସୂଚନା ଅନୁସାରେ, ୮/୧୦ ବର୍ଷ ତଳେ ମୃତକଙ୍କ ମା’ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ଆଜି ପୁଅର ମୃତଦେହ ମିଳିବା ପରେ ଗାଁରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ବାପା, ସାବତ ମା’ ପିଟି ପିଟି ପୁଅକୁ ମାରି ଦେଇଥିବା ମୃତକଙ୍କ ମାମୁଘର ଲୋକେ ଅଭିଯୋଗ କରିଛନ୍ତି।
ପତ୍ନୀ ମୃତ୍ୟୁ ମାମଲାରେ ସ୍ୱାମୀ ଜେଲ୍ ଯାଇଥିଲେ। ଏହାପରେ ସେ ଜେଲ୍ରୁ ମୁକୁଳି ଥିଲେ। ସନ୍ଦେହଜନକ ଭାବେ ଗାଁ ସ୍କୁଲ୍ ପଛପଟ ବାଡ଼ିରୁ ପୁଅର ମୃତଦେହ ମିଳିବା ପରେ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ବାପା ଓ ସାବତ ମା’କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)