• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

ACF Death Case
ବିଦ୍ୟାଭାରତୀ ହିଁ ଘଟଣାରେ ଦୋଷୀ

ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ ବିଦ୍ୟାଭାରତୀ ହିଁ ଅଭିଯୁକ୍ତ । କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ପ୍ରେସମିଟ୍ ଜରିଆରେ ଏପରି ସୂଚନା ଦେଇଛନ୍ତି। ପାରଳାଖେମୁଣ୍ଡି କୋର୍ଟରେ ବିଦ୍ୟାଭାରତୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଛି

Over Rs 12 L Unaccounted Cash Seized
ଟଙ୍କା ନେଇ ଯାଉଥିବା ବେଳେ ଯନ୍ତ୍ରୀଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ୨ ଆଞ୍ଚଳିକ ଅଧିକାରୀ ବି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ରାଉରକେଲା କାର୍ଯ୍ୟାଳୟର ଆଞ୍ଚଳିକ ଅଧିକାରୀ ପି. କେ. ମହାପାତ୍ର ରାଉରକେଲାରୁ ଭୁବନେଶ୍ୱର ଫେରିବା ବାଟରେ ୧ ଲକ୍ଷ ୭୫ ହଜାର ଜବତ ହୋଇଛି। ଟଙ୍କା ଜବତ ପରେ ତାଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। 

ଗିରଫ ହୋଇଥିବା ପୂଜକ ସଂଗ୍ରାମ
ନାବାଳିକାଙ୍କୁ ଅସଦାଚରଣ କରି ଶ୍ରୀମନ୍ଦିର ପୂଜକ ଗିରଫ

ଗତକାଲି ଅପରାହ୍ନରେ ସମ୍ପୃକ୍ତ ନାବାଳିକା ପରିବାର ସହ ହାଇଦ୍ରାବାଦରୁ ଶ୍ରୀମନ୍ଦିର ବୁଲିଆସିଥିଲେ। ଶ୍ରୀମନ୍ଦିରରେ ପରିସରରେ ଥିବା ବାମନ ମନ୍ଦିରକୁ ଯିବାବେଳେ ସେଠାରେ ଜଣେ ପୂଜକ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ନାବାଳିକାଙ୍କ ପରିବାର ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦାୟର କରାଯାଇଥିଲା।

Doctor Arrested For Demanding And Accepting Bribe In Odisha’s Mayurbhanj
ଲାଞ୍ଚ ମାଗି ଫସିଲେ ଡାକ୍ତର

ଲାଞ୍ଚ ନେବା ବେଳେ ଡାକ୍ତର ଗିରଫ । ମୃତ ବ୍ୟକ୍ତିଙ୍କ ପୋଷ୍ଟମର୍ଟମ ରିପୋର୍ଟ ଦେବାକୁ ନେଇ ଲାଞ୍ଚ ମାଗିଥିଲେ ଡାକ୍ତର ଦେବଦତ୍ତ ପାତ୍ର । ଡାକ୍ତର ଜଣଙ୍କ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି।

Puri Shree Mandir
ଶ୍ରୀମନ୍ଦିରରେ ନାବାଳିକାଙ୍କୁ ଅସଦାଚରଣ !

ଶ୍ରୀମନ୍ଦିରରେ ପରିସରରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି। ବାମନ ମନ୍ଦିରରେ ଜଣେ ପୂଜକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ନାବାଳିକାଙ୍କ ପରିବାର ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦାୟର କରାଯାଇଛି।

Paralakhemundi ACF's Death Case
ପାରଳାଖେମୁଣ୍ଡି ACF ମୃତ୍ୟୁ ମାମଲା : ବିଦ୍ୟାଭାରତୀ ହିଁ ଘଟଣାରେ ଦୋଷୀ

ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ ବିଦ୍ୟାଭାରତୀ ହିଁ ଅଭିଯୁକ୍ତ । କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ପ୍ରେସମିଟ୍ ଜରିଆରେ ଏପରି ସୂଚନା ଦେଇଛନ୍ତି। ପାରଳାଖେମୁଣ୍ଡି କୋର୍ଟରେ ବିଦ୍ୟାଭାରତୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଛି

acf-death-case-crime
ଏସିଏଫ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲା : ୩ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଂଜନ ମହାପାତ୍ରଙ୍କ ରହସ୍ୟ ଜନକ ମୃତ୍ୟୁ ମାମଲାରେ ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ୩ଶହ ପୃଷ୍ଠାର ଚାର୍ଜସିରେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କୁ କ୍ଲିନଚିଟ୍ ଦି‌ଆଯିବା ସହ ସୌମ୍ୟରଂଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଘଟଣା ପାଇଁ ଦାୟୀ କରିଛି କ୍ରାଇମବ୍ରାଞ୍ଚ ।

Lifetime Imprisonment
ବହୁଚର୍ଚ୍ଚିତ ଚାନ୍ଦପୁର ଡକାୟତି ଓ ହତ୍ୟା ମାମଲା: ୪ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

ଗତ ୨୦୧୪ରେ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଚାନ୍ଦପୁର ଶାସ୍ତ୍ରୀ ନଗରରେ ଡକାୟତି ଉଦ୍ଦେଶ୍ୟରେ ୪ଜଣ ଡକାୟତ ଘରେ ପଶିଥିଲେ। ତେବେ ସେହି ଘରେ ଥିବା  ୨ଶିଶୁ ଙ୍କ ସହ ପରିବାରର ମୋଟ ୪ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। 

ହତ୍ୟାକାଣ୍ଡ ଘଟିଥିବା ସ୍ଥାନ
ପ୍ରେମର ଆକ୍ରୋଶରେ ବଳି ପଡ଼ିଗଲେ ମା' !

ପୁଅଙ୍କୁ ବଞ୍ଚାଇବାକୁ ତାଙ୍କ ମାଆ ସମ୍ମୁଖରେ ଆସିବାରୁ ତାଙ୍କୁ ବି ଛାଡ଼ିନଥିଲେ ଏମାନେ। ମାରଣାସ୍ତ୍ରରେ ହାଣିଥିଲେ ୫ ଜଣ। ପ୍ରୀତମ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ବେଳେ ତାଙ୍କ ମାଆଙ୍କ ମୃତ୍ୟୁ ହୋଇଛି। 

soumya and Bidyabharti
ସୌମ୍ୟ ମୃତ୍ୟୁ ରହସ୍ୟର ପର୍ଦ୍ଦାଫାଶ କଲା କ୍ରାଇମବ୍ରାଞ୍ଚ୍ !

ଘଟଣାରେ DFO କିମ୍ବା ରୋଷେୟାଙ୍କର କିଛି ସଂପୃକ୍ତି ନାହିଁ। ତେବେ ବିଦ୍ୟାଭାରତୀଙ୍କ ଅବହେଳା ତଦନ୍ତରେ ଜଣାପଡ଼ିଛି। ସୌମ୍ୟଙ୍କ ଦେହରେ ଲାଗିଥିବା ନିଆଁକୁ ବିଦ୍ୟାଭାରତୀ ଲିଭାଇନଥିଲେ। ଏନେଇ ବିଦ୍ୟାଭାରତୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Chilika MLA Prashant Jagddeb
ଜେଲ ଯିବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଗତ ସେପ୍ଟେମ୍ବର ୮ରେ ବିଜେପି ବାଲୁଗାଁ ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ଆକ୍ରମଣ ଘଟଣାରେ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ ହେବା ସହ ତଳ କୋର୍ଟରେ ହାଜର ହେବାପାଇଁ ନିର୍ଦ୍ଦେଶ ଦେଇଥିଲେ।

କୁସୁମଙ୍କ ଫାଇଲ ଫଟୋ
ମମତାକୁ ଗୋଡ଼ରେ ଆଡ଼େଇ ଚାଲିଗଲା ବୋହୂ, ଜୀବନ ହାରିଲେ ଶାଶୂ

ଗତକାଲି ସେହି କୋଠରୀରୁ ଅତି ରହସ୍ୟଜନକ ଭାବେ କୁସୁମଙ୍କ ମିଳିଛି ମୃତଦେହ। ବନ୍ଦ କୋଠରୀରୁ ଦୁର୍ଗନ୍ଧ ଅବସ୍ଥାରେ ମୃତଦେହକୁ ଉଦ୍ଧାର କରାଯାଇଥିବାବେଳେ ସାନବୋହୂଙ୍କ ଏତଲାକ୍ରମେ ପୋଲିସ ଏକ ମାମଲା ରୁଜୁ କରିଛି। 

Notorious Criminal Tima Arrested
ଧରାପଡ଼ିଲା କୁଖ୍ୟାତ ଅପରାଧୀ ଟିମା

କୁଖ୍ୟାତ ଅପରାଧୀ ଧନେଶ୍ୱର ଝାଙ୍କର ଓରଫ ଟିମା ଗିରଫ। ୨୦୧୮ରେ କେନ୍ଦୁଝର ପୋଲିସ ଟିମାକୁ ରିମାଣ୍ଡରେ ନେବାବେଳେ ପୋଲିସ ହେପାଜତରୁ ସେ ଚମ୍ପଟ ମାରିଥିଲା।

Berhampur's Wooden Table
ଦୋଷୀକୁ ଧରାଇଲା କାଠ ଟେବୁଲ

ପ୍ରତ୍ୟକ୍ଷ ସାକ୍ଷୀ ନଥାଇ ବି ପାରିପାର୍ଶିକ ପ୍ରମାଣକୁ ଆଧାର କରି ଅପରାଧୀକୁ ଦୋଷୀ ସାବ୍ୟସ୍ତ କରିହେବ। ବ୍ରହ୍ମପୁର ଟ୍ରଂକ୍ ହତ୍ୟାକାଣ୍ଡ ଏଭଳି ଏକ ବିରଳ ମାମଲା ହୋଇଥିବାରୁ INDIAN  EVIDENCE ACTରେ ଏହା ସ୍ଥାନ ପାଇବା ସହ ଆଇନ୍ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମରେ ବି ସାମିଲ କରାଯାଇଛି।

Gst raid
GST ଫାଙ୍କିଥିଲେ ! ଏବେ ୨୨ ଲକ୍ଷ ତଣ୍ଡ ଗଣିବେ

ସୁନା ଓ ରୁପା କିଣାବିକାରେ ହୋଇଥିବା ହେରଫେର୍‌  ଅଭିଯୋଗରେ ଗତ ୪ ତାରିଖରେ ରାଜ୍ୟରେ ୧୨ଟି ସହରରେ ଚଢ଼ଉ କରିଥିଲା ଜିଏସ୍‌ଟି ଏନଫୋର୍ସମେଣ୍ଟ ସ୍କ୍ୱାଡ୍‌। ଏଥିରେ ଜୟପୁରର ମୟୂରୀ ଜୁଏଲର୍ସ ରହିଥିଲା। ଜିଏସଟି  ବିଭାଗ ଜୁଏଲର୍ସରେ ଚଢ଼ଉ ବେଳେ ୬୯୦ ଗ୍ରାମ ସୁନା ଓ ୧୧୩୨୯ ଗ୍ରାମ ରୁପା ଜବତ କରିଥିଲା।

EOW arrests a LIC agent of Puri  for swindling money
ମୃତ ବ୍ୟକ୍ତିଙ୍କ ନାଁରେ ବୀମା ଟଙ୍କା ହଡ଼ପ ଅଭିଯୋଗରେ LIC ଏଜେଣ୍ଟ ଗିରଫ

ଭୁବନେଶ୍ୱର ଶାଖା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଯେ, ୨୦୦୩ରୁ ରୁ ଏଲଆଇସିର ବିମା ଏଜେଣ୍ଟ ଭାବେ କାମ କରୁଥିଲେ । ୨୦୧୩ରୁ ୨୦୧୯ ମଧ୍ୟରେ ସେ ଜାଲିଆତି କରି ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ସେମାନଙ୍କ ବୀମା ରାଶି ପ୍ରଦାନ କରିବା ସହ ମାଚୁରିଟି ସମୟରେ ତାକୁ ହଡ଼ପ କରିନେଉଥିଲେ ।

  • Thursday, 07 October 2021
DRDO Espionage Case
ଡିଆରଡିଓ ତଥ୍ୟ ଚୋରି ପଛରେ ପ୍ରକ୍ସି ପାକିସ୍ତାନର ରହିଛି ସୈତାନୀ ଦିମାକ୍

ଯାହା ସନ୍ଦେହ କରାଯାଉଥିଲା, ତାହା ହିଁ ସତ ହେଲା। ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନରୁ ତଥ୍ୟ ଚୋରି ପଛରେ ପାକିସ୍ତାନର ସୈତାନୀ ଦିମାକ୍! ବହୁଚର୍ଚ୍ଚିତ ବାଲେଶ୍ୱର DRDO ଗୁପ୍ତଚରୀ ମାମଲାରେ ପାକିସ୍ତାନୀ ଲିଙ୍କ୍ ନେଇ ଏବେ ତଥ୍ୟ ସାମ୍ନାକୁ ଆଣିଛି କ୍ରାଇମବ୍ରାଞ୍ଚ୍

2 from odisha arrested
ଆର୍ଯ୍ୟନ କ୍ରୁଜ୍ ଡ୍ରଗ୍ସ ମାମଲାରେ ୨ ଓଡିଆ ଗିରଫ

ଶାହାରୁଖ୍ ଖାନଙ୍କ ପୁଅ ଆର୍ଯ୍ୟନଙ୍କ କ୍ରୁଜ୍ ରେଭ୍ ପାର୍ଟି ଓ ଡ୍ରଗ୍ସ କାରବାର ମାମଲାରେ ଜଣେ ନୁହେଁ, ୨ ଓଡିଆଙ୍କୁ ଗିରଫ କରିଛି ଏନ୍‌ସିବି। ମଝି ଦରିଆରେ ନିଶା ଆସରରେ ରୋକ୍ ଲଗେଇଥିବା ଏନ୍‌ସିବି ହାତରେ ଆଜି ଏହି ୨ ଓଡିଆ ଯୁବକ ଧରାପଡ଼ିଥିଲେ। ସେମାନଙ୍କୁ ଗିରଫ କରି ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ ତଥ୍ୟ ଉଗାଳିଛି।

rave party
ବଲିଉଡ ଡ୍ରଗ୍ସ ଲିଙ୍କ ଓ ରେଭ୍‌ ପାର୍ଟି

ବିଳାଶପୂର୍ଣ୍ଣ ଜାହାଜରେ ଚାଲିଥିଲା ରେଭ୍‌ ପାର୍ଟି। ଥିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯନ। ଏବେ ସେ ଡ୍ରଗ୍ସର ମାମଲାରେ ଛନ୍ଦି ହୋଇପଡ଼ିଛନ୍ତି। ବଲିଉଡ଼ ଡ୍ରଗ୍ସ ଲିଙ୍କ ଓ ରେଭ୍‌ ପାର୍ଟିକୁ ନେଇ ସ୍ପେଶାଲ ରିପୋର୍ଟ ‘ବଲିଉଡ ରେଭ୍ ପାର୍ଟି’।

mumbai-cruise-drugs-bust-
’ପୁଅ ଠାରୁ ଜବତ ହୋଇଛି ମାତ୍ର ୨.୪ ଗ୍ରାମ ଗଂଜେଇ, ହାଇଲାଇଟ୍ ହେଲାଭଳି କୌଣସି ଅପରାଧ କରିନି ’

ପୁଅ ଠାରୁ ମାତ୍ର ୨.୪ ଗ୍ରାମ ଗଂଜେଇ ଜବତ ହୋଇଛି । ମୁମ୍ବାଇ ବୁଲିବାକୁ ଯାଇଥିଲା ପୁଅ । ସମୁଦ୍ର ଭିତରେ କ୍ରୁଜରେ ରେଭ୍ ପାର୍ଟି ମାମଲା ଗିରଫ ରାଉରକେଲା ଯୁବକ ମନୀଷ ରାଜଗରିଆଙ୍କ ବାପାଙ୍କ ଏପରି ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ମନୀଷ କେବଳ ଗୋଟିଏ ସିଗାରେଟ୍‌ରେ ନିଜେ ଗଞ୍ଜେଇ ନିଜେ ସେବନ ପାଇଁ ରଖିଥିଲା । ସେ କାହାକୁ ବିକ୍ରି କରିନି କି କାହା ସହ ପୁଅର ଲିଙ୍କ୍ ନାହିଁ ।

atm robbers
ଏବେ ଏଟିମ୍ ସ୍ବାପ୍ କରୁଥିଲେ ସାବଧାନ ଥିବେ

ଏଟିମ୍ ଲୁଟର ନୂଆ ଫଣ୍ଡା, ପୋଲିସ କବଜାରେ ୩ ଲୁଟେରାI ବଲାଙ୍ଗିରରେ ମାତିଛନ୍ତି ହରିୟାଣା ଲୁଟେରା, ସ୍ବାଇପ୍ ମେସିନରେ ଏମିତି ଚିଲିଛି ଲୁଟ୍। ଏନେଇ ପୋଲିସ କଡାକଡି ତଦନ୍ତ ଜାରି ରଖିଛି।

abhay-pathak-1
ସକାଳୁ ସନ୍ଧ୍ୟା ଯାଏଁ ଅଭୟଙ୍କୁ ଜେରା କଲା ED

ଆୟ ବହିର୍ଭୁତ ସମ୍ପତ୍ତି ଓ ଚାକିରି ନାଁରେ ଠକେଇ ଅଭିଯୋଗ ମାମଲାରେ ED ନିକଟରେ ହାଜର ହେଲେ ପୂର୍ବତନ IFS ଅଧିକାରୀ ଅଭୟକାନ୍ତ ପାଠକ । ଏ ଦୁଇଟି ମାମଲାରେ ପଚରାଉଚରା ପାଇଁ ସମନ ପରେ ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ଅଭୟକାନ୍ତ ।

CDPO Caught Red-Handed While Accepting Rs 80,000 Bribe In Kalahandi
ଲାଞ୍ଚ ନେଉଥିଲେ ଫସିଗଲେ

ଲାଞ୍ଚ ନେଇ ଭିଜିଲାନ୍ସ ହାବୁଡ଼ରେ ପଡ଼ିଲେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ସିଡ଼ିପିଓ ମୀନା କୁମାରୀ ପାତ୍ର। ବ୍ଲକର ୫ଟି ଛତୁଆ ପ୍ରସ୍ତୁତକାରୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କଠାରୁ ୧୧ ଲକ୍ଷ ୫୯ ହଜାର ଟଙ୍କାର ବିଲ୍ କରାଇଦେବା ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ।

କୁଖ୍ୟାତ ଚୋର ହେମନ୍ତ ଦାସ
ସନ୍ନ୍ୟାସ ନେଲେ ଓଡ଼ିଶାର ମୋଷ୍ଟ ୱାଣ୍ଟେଡ୍ ଚୋର !

୮୦ ଦଶକରୁ ଚୋରି ବିଦ୍ୟାକୁ ଆପଣାଇ ନେଇଥିଲା ହେମନ୍ତ। ୧୯୮୬ ମସିହାର କଥା। ବିଜେବି କଲେଜରେ ପ୍ଲସ ଥ୍ରୀ ପଢୁଥିବାବେଳେ ଏକ ଗଣ୍ଡଗୋଳ ମାମଲାରେ ଯାଇଥିଲା ଜେଲ୍। ଜେଲ୍ ଜୀବନ ଭିତରେ ଜଣେ ଦୁର୍ଦ୍ଦାନ୍ତ ଚୋରକୁ ସେ ବନାଇଥିଲା ଗୁରୁ। 

Gangster Hyder's son
ହାଇଦର ପୁଅକୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

ଗାଙ୍ଗଷ୍ଟାର ତଥା ଦୁର୍ଦ୍ଦାନ୍ତ ଅପରାଧୀ ହାଇଦର ପୁଅ ସେକ୍‌ କାଦିର ଓରଫ ମୁନ୍ନାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଦୌରା ଜଜ୍‌ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।