ଗୁଗୁଲ୍କୁ ଚିଠି ଲେଖି ଅବଗତ କଲା କ୍ରାଇମବ୍ରାଞ୍ଚ EOW । ପ୍ଲେ ଷ୍ଟୋରରୁ ହଟାଇବାକୁ ଗୁଗୁଲକୁ ଚିଠି ।
ବେଆଇନ ଲୋନ ଆପକୁ ସାବଧାନ । ନା ଆରବିଆଇ, ନା ଏନବିଏଫସି ପଞ୍ଜିକୃତ, ହେଲେ ବେଆଇନ ଲୋନ ଆପ୍ ନାଁରେ ଲୋନ୍ କାରାବର ହେଉଛି । ପ୍ରଥମେ ଲୋନ୍ ଥୋପ ଦେବେ, ଆଉ ତାପରେ ଗ୍ରାହକଙ୍କୁ ଚଢା ସୁଧ ଦେବା ନାଁରେ ହଇରାଣ ହରକତ କରିବେ ।
ବେଆଇନ ଲୋନ୍ ଆପ୍ ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା । ଉତ୍ତରପ୍ରଦେଶର ଗାଜିଆବାଦରୁ ମୁଖ୍ୟ ଅଭିଯୁକ୍ତ ଗିରଫ I ଗିରଫ ଅଭିଯୁକ୍ତ IWT ଇଣ୍ଡିଆ ସଂସ୍ଥାର ମୁଖ୍ୟ ମହମ୍ମଦ ଜାଭେଦ ସୟେଫ। କୋର୍ଟରେ ହାଜର ପରେ ଟ୍ରାନ୍ଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଅଣାଯାଇଛି । ରିମାଣ୍ଡରେ ଆଣି ଗୁମର ଖୋଲିବ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ