/odishatv-khabar/media/post_attachments/uploadimage/library/16_9/16_9_0/IMAGE_1655272146.jpg)
Elephant Skeleton
ବଡମ୍ବା ବନାଞ୍ଚଳରେ ପୁଣି ଏକ ଦନ୍ତାହାତୀର କଙ୍କାଳ ଉଦ୍ଧାର ହୋଇଛି । ଆଠଗଡ ବନଖଣ୍ଡ ବଡମ୍ବା ବନାଞ୍ଚଳର ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲର ଖାରୋଡ ଗାଁ ନିକଟରୁ ଏକ ଦନ୍ତାହାତୀର କଙ୍କାଳ ଉଦ୍ଧାର ହୋଇଛି । ଦନ୍ତାହାତୀର କଙ୍କାଳ ମିଳିଥିଲେ ମଧ୍ୟ ଦାନ୍ତ ମିଳିନାହିଁ ବୋଲି ଆଠଗଡ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି । କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ ହେଲା, ସେ ସମ୍ପର୍କରେ ଜଣାପଡିନାହିଁ । ୧୦ ଦିନ ତଳେ ବଡମ୍ବା ବନାଞ୍ଚଳର ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲରୁ ଦୁଇଟି ଦନ୍ତାହାତୀର କଙ୍କାଳ ଉଦ୍ଧାର ହୋଇଥିଲା । ଏଥିସହ ଗୋଟିଏ ଗୁଳିବିଦ୍ଧ ଦନ୍ତାର ମୃତ୍ୟୁ ହୋଇଥିଲା ।
ତେବେ ଗତକାଲି ବହୁଚର୍ଚ୍ଚିତ ନରସିଂହପୁରରେ ଗୁଳିବିଦ୍ଧ ଦନ୍ତାହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ପଶ୍ଚିମ ବନ ବିଭାଗ ଜୟପୁର ଜଙ୍ଗଲରେ ଚିକିତ୍ସା ବେଳେ ତାର ମୃତ୍ୟୁ ହୋଇଛି । ହାତୀର ମୃତ୍ୟୁ ନେଇ ସୂଚନା ଦେଲେ ରେଞ୍ଜର ପ୍ରଫୁଲ୍ଲ ଦେହୁରୀ । ୮ ଦିନ ତଳେ ଆହତ ହାତୀ ଠାବ ପରେ ଚିକିତ୍ସା ଆରମ୍ଭ ହୋଇଥିଲା । ହାତୀର ଶରୀରରେ ମୋଟ ୬ଟି ଗୁଳି ବାଜିଥିବା ଜଣାପଡ଼ିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)