• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗୁଗୁଲ୍ ପ୍ଲେ ଷ୍ଟୋରରେ ରହିଛି ୪୫ଟି ଫ୍ରଡ୍ ଲୋନ ଆପ୍ । ଓଡ଼ିଶା କ୍ରାଇମବ୍ରାଞ୍ଚ ଏନେଇ ଗୁଗୁଲ୍‌କୁ ଚିଠି ଲେଖି ଅବଗତ କରିଛି । ଗତ ୭ ତାରିଖରେ ଲେଖାଯାଇଥିବା ଏକ ଚିଠିରେ ୪୫ଟି ଆପ୍‌ର ନାଁ ଉଲ୍ଲେଖ ରହିଛି । ପୂର୍ବରୁ ଏହିଭଳି ୨ଟି ଫ୍ରଡ୍ ଲୋନ୍ ଆପ୍ କୋକୋ ଲୋନ୍ ଓ ଜୋଜୋ ଲୋନ୍ ଆପ୍ ବିଷୟରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ଅବଗତ କରାଯାଇଥିଲା ।

ଅଧିକ ତଦନ୍ତ ପାଇଁ ଏହି ଆପ୍‌ର ସମସ୍ତ ତଥ୍ୟ ମାଗିଥିଲା କ୍ରାଇମବ୍ରାଞ୍ଚ । ଏହି ଫ୍ରଡ୍ ଲୋନ୍ ଆପ୍ ଗୁଡିକ ବେଆଇନ୍ ଭାବେ ଲୋକଙ୍କୁ ସ୍ୱଳ୍ପ ମିଆଦୀ ଋଣର ଲୋଭ ଦେଖାଇ ଅଧିକ ସୁଧ ନିଅନ୍ତି । ଲୋକଙ୍କୁ ହଇରାଣ କରନ୍ତି, ବ୍ଲାକ୍‌ମେଲ୍ କରନ୍ତି ଏବଂ ଅଶ୍ଳିଳ ଭାଷା କହି ବଦ୍‌ନାମ କରନ୍ତି । ଏହାଦ୍ୱାରା ଋଣ ନେଇଥିବା ଅନେକ ବ୍ୟକ୍ତି ଆତ୍ମହତ୍ୟା ଭଳି ଚରମ ପନ୍ଥା ମଧ୍ୟ ଆପଣାଇଛନ୍ତି । ଏଭଳି କରିବା ପାଇଁ ରିଜର୍ଭ ବ୍ୟାଙ୍କର ଅନୁମତି ନାହିଁ । ତେଣୁ ଏଗୁଡିକୁ ଗୁଗୁଲ ପ୍ଲେ ଷ୍ଟୋରରୁ ହଟାଇବା ପାଇଁ ଗୁଗୁଲକୁ ଚିଠି ଲେଖିଛି କ୍ରାଇମବ୍ରାଞ୍ଚର EOW ।