• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅଶାନ୍ତ ଗଂଜାମ । ଗଡ଼ୁଛି ଗୋଟିଏ ପରେ ଗୋଟିଏ ମୁଣ୍ଡ । ଜିଲ୍ଲାରେ ଗତ ଜାନୁଆରୀଠୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୨ ଜଣଙ୍କ ମୁଣ୍ଡ ଗଡିଛି । ଅଧତ୍କାଂଶ ହତ୍ୟା ରାଜନୈତିକ ଆକ୍ରୋଶ ଯୋଗୁଁ ଘଟିଥିବା କୁହାଯାଉଛି । ଗତ ୬ ମାସର ରିପୋର୍ଟକୁ ଦେଖିଲେ, କେବଳ ଦିଗହପଣ୍ଡି ଥାନା ଅଞ୍ଚଳରେ ମାସକ ଭିତରେ ୪ ଜଣ ହତ୍ୟାର ଶିକାର ହୋଇଛନ୍ତି ।

ଏପ୍ରିଲ ୨୩ ତାରିଖ ଦିଗପହଣ୍ଡି ଚଷାନିମଖଣ୍ଡି ଗାଁର ସୁଧୀର ପାତ୍ର ଓ ସୁଦର୍ଶନ ସୁଆରଙ୍କୁ ହତ୍ୟା । ଏହାର ମାସକ ପରେ ଅର୍ଥାତ୍ ମେ’ ୨୯ରେ ଦିଗପହଣ୍ଡି ଥାନା ନବରଙ୍ଗପୁର ଗାଁର ବାବୁ ଗୌଡ ଓ ପ୍ରଦୀପ ସାହୁଙ୍କୁ ହତ୍ୟା । ସେହିଭଳି ଫେବୃଆରୀ ୧୮ରେ ପୋଲସରା ଅଞ୍ଚଳର ଜଣେ ଯୁବକଙ୍କୁ ହତ୍ୟା । ଆସିକାରେ ମାର୍ଚ୍ଚ ୧୩ ରେ ଜଣେ ଯୁବକଙ୍କୁ ହତ୍ୟା ।

କବିସୂର୍ଯ୍ୟନଗରରେ ଗତ ମେ’ ୧୮ରେ ରାଜୁ ବିଷୋୟୀ ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା । ତେବେ ଗତ ମାର୍ଚ୍ଚ ୨୩ ତାରିଖରେ ହିଂଜିଳି ଥାନା ପିତଳ ଛକଠାରେ ୪ ଭାଇଙ୍କୁ ପିଟି ପିଟି ନିର୍ମମ ଭାବେ ହତ୍ୟା ଘଟଣା, ଚାଞ୍ଚଲ୍ୟ ଖେଳାଇ ଦେଇଥିଲା ଗଞ୍ଜାମ ଜିଲ୍ଲାରେ । ଆଉ ଦିନକ ତଳେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜାମୁନୀ ଗ୍ରାମରେ ଯୋଗେଶ ବେହେରା ନାମକ ଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ହତ୍ୟା କରାଯାଇଥିଲା ।

ଜିତିଥିବା ସରପଞ୍ଚଙ୍କ ଅଭିଯୋଗ, ହାରିଯାଇଥିବା ଗୋଷ୍ଠି ତାଙ୍କୁ ଏବଂ ତାଙ୍କ ସମର୍ଥକଙ୍କୁ ଟାର୍ଗେଟ କରି ଏହି ହତ୍ୟାକାଣ୍ଡ ଘଟାଇଛନ୍ତି । ଗତକାଲି ଦିଗପହଣ୍ଡି ନବରଙ୍ଗପୁର ଗ୍ରାମରେ ହତ୍ୟାର ଶିକାର ଯୁବକଙ୍କ ପରିବାର ଓ ବହୁ ଗ୍ରାମବାସୀ ବ୍ରହ୍ମପୁର ଏସପିଙ୍କ ଅଫିସ୍ ଆଗରେ ଧାରଣା ଦେଇଥିଲେ । ମୃତକଙ୍କ ସ୍ତ୍ରୀଙ୍କ କହିବା କଥା, ଏହି ହତ୍ୟାକାଣ୍ଡ ସମ୍ପୂର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ସମସ୍ତ ଅପରାଧୀଙ୍କୁ ଗିରଫ କରାଯାଉ ।

ଗଞ୍ଜାମ ଜିଲାରେ ଘଟୁଥିବା ଏସବୁ ହତ୍ୟାକାଣ୍ଡ ଏବେ ପୋଲିସର ନିଦ ହଜାଇ ଦେଇଛି । ଜିଲ୍ଲାବାସୀ ବି ଚିନ୍ତାରେ । ପଞ୍ଚାୟତ ନିର୍ବାଚନ ପରେ ପରେ ଏସବୁ ହତ୍ୟା ଘଟଣା ପଛରେ କେବଳ ରାଜନୈତିକ ଶତ୍ରୁତା ଥିବା ଜଣାପଡୁଛି । ବିଶେଷ କରି ଗୋଟିଏ ଦଳର ଦୁଇ ଗୋଷ୍ଠୀଙ୍କ ଭିତରେ ହେଉଛି ଏଭଳି ହଣାମରା । ପ୍ରତିଶୋଧ ପରାୟଣତା ଲୋକଙ୍କ ଭିତରେ ବଢ଼ି ଯାଇଥିବା ବେଳେ ପୋଲିସ୍‌ର ଗୁଇନ୍ଦା ବିଭାଗ ଅଧତ୍କ ମଜବୁତ୍ ହେବା ଆବଶ୍ୟକ ବୋଲି ଲୋକଙ୍କ ମତ । ସେପଟେ ବିଭିନ୍ନ ହତ୍ୟାକାଣ୍ଡର ବହୁ ଅପରାଧୀଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଧରିବାକୁ ସ୍ପେଶାଲ ସ୍କ୍ୱାର୍ଡ କରାଯାଇଥିବା ସୂଚନା ଦେଇଛନ୍ତି ଗଞ୍ଜାମ ଏସ୍‌ପି ।