ପ୍ରାରମ୍ଭିକ ତଦନ୍ତ ଆଧାରରେ ହତ୍ୟାକାଣ୍ଡରେ ଏକା ଶିବର ସଂପୃକ୍ତି ରହିଥିବା ଜଣାପଡ଼ିଛି । ଭାଇ ଭାଇର ଶତ୍ରୁତା ଓ ଜମିଜମା ପାଇଁ ଏପରି ନାରକୀୟ କାଣ୍ଡ ଘଟାଇଛି ଅଭିଯୁକ୍ତ ।
ଭୁବନେଶ୍ୱରରେ କୋକେନ୍ ମିଳିବା ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ୨୦୨୩ ହକି ବିଶ୍ୱକପ୍ ପୂର୍ବରୁ କୋକେନ୍ ବିକ୍ରି ପାଇଁ ମାର୍କେଟ ପ୍ରସ୍ତୁତି ଚାଲିଥିଲା ବୋଲି ଜଣାପଡ଼ିଛି।
ଚା’ ସହିତ ଜଳଖିଆ ନଦେବାରୁ ବୋହୂକୁ ଗୁଳି ମାରିଲେ ଶ୍ୱଶ୍ୱୂର । ମହାରାଷ୍ଟ୍ର ଠାଣେ ସହରରୁ ଆସିଛି ଏହି ସଙ୍ଗୀନ ଅଭିଯୋଗ ।
ପୋଲିସ ରିମାଣ୍ଡରେ କଟକ ଜିଲ୍ଲା ମାହାଙ୍ଗା କୁସୁପୁର ଗଣହତ୍ୟା ଘଟଣାର ଅଭିଯୁକ୍ତ ଶିବ ସାହୁ। କୋର୍ଟଙ୍କ ଅନୁମତି ପରେ ଶିବକୁ ଗତକାଲିଠାରୁ ୩ ଦିନ ପାଇଁ ମାହାଙ୍ଗା ପୋଲିସ ରିମାଣ୍ଡରେ ନେଇଛି। ଏସବୁ ଭିତରେ ଏକ ଚାଞ୍ଚଲ୍ୟକର ବୟାନ ସାମ୍ନାକୁ ଆସିଛି।
ଭୁବନେଶ୍ୱରରୁ ୫୦ ଲକ୍ଷ ଟଙ୍କାର କୋକେନ ଜବତ ପରେ ବଢିଛି ଏସ୍ଟିଏଫ୍ର ଚିନ୍ତା । ଓଡ଼ିଶାରେ କେତେ ଦିନ ହେଲା ଚାଲିଛି ଏହି ନିଶା କାରବାର? ଏହା ପଛରେ ସଂପୃକ୍ତ ଅଛନ୍ତି ଆଉ କେଉଁ ବ୍ୟକ୍ତି?
କଟକ ମାହାଙ୍ଗାରେ ସମ୍ପତ୍ତି ପାଇଁ ସାନ ଭାଇର ସୀମାପାର ନୃଶଂସତା । କ୍ଷଣିକ ଆକ୍ରୋଶରେ ପାଞ୍ଚ ପାଞ୍ଚ ଜଣଙ୍କୁ ହତ୍ୟା କରି ବଡ଼ ଭାଇର ପୁରା ପରିବାରକୁ ନିଶ୍ଚିହ୍ନ କରିଦେଲା ସାନ ଭାଇ ।
ବ୍ରାଉନସୁଗାର ଓ ଗଞ୍ଜେଇ ଭଳି ନିଶା ଦ୍ରବ୍ୟର ହବ୍ ପାଲଟିଥିବା ରାଜଧାନୀ ଭୁବନେଶ୍ୱରରେ କାୟା ବିସ୍ତାର କରୁଛି କି କୋକେନ୍ ନେଟଓ୍ୱର୍କ । ଜାଭିୟର ଛକରୁ ଏକକାଳୀନ ୨ଶହ ଗ୍ରାମ କୋକେନ ଜବତ ପରେ ବଢିଛି ଚିନ୍ତା ।
ପୈତୃକ ସମ୍ପତ୍ତି ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି । ଏହି ଗଣହତ୍ୟା ପଛରେ ଯେଉଁ ଜାଗାବାଡ଼ି ବିବାଦ କଥା ଉଠୁଛି, ଏବେ ବି ସମସ୍ତଙ୍କ ମୁହଁରୁ ସେହି ସମାନ କଥା ଶୁଣିବାକୁ ମିଳିଛି । ହେଲେ ପାଞ୍ଚ ପାଞ୍ଚ ଜଣ ବ୍ୟକ୍ତିଙ୍କୁ ବନ୍ଦ ଘରେ କେମିତି ଏକୁଟିଆ ହତ୍ୟା କଲା ସାନ ଭାଇ ଶିବ ?
ପୈତୃକ ସମ୍ପତ୍ତି ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି । ଏହି ଗଣହତ୍ୟା ପଛରେ ଯେଉଁ ଜାଗାବାଡ଼ି ବିବାଦ କଥା ଉଠୁଛି, ଏବେ ବି ସମସ୍ତଙ୍କ ମୁହଁରୁ ସେହି ସମାନ କଥା ଶୁଣିବାକୁ ମିଳିଛି ।
୩ ବର୍ଷର ପୁଅର ମୁଣ୍ଡ କାଟି ହତ୍ୟା କଲା ମାଆ । କୋରାପୁଟ ସଦର ଥାନା ଲୁକୁମାରୀ ଗାଁରୁ ସାମ୍ନାକୁ ଆସିଛି ଏହି ବର୍ବର କାଣ୍ଡ ।
ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ରେଲ୍ୱେ ଟ୍ରାକ୍ ନିକଟରେ ପଡ଼ିଛି ଯୁବକ, ଯୁବତୀଙ୍କ ମୃତଦେହ। ଉଭୟଙ୍କ ପରିଚୟ ମିଳିନଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।
ଦଣ୍ଡଯାତ୍ରା ବେଳେ ଗୋଷ୍ଠୀ ସଂଘର୍ଷ। ପରସ୍ପର ମଧ୍ୟରେ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ୍ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।
ପ୍ରଥମଥର ପାଇଁ ଭୁବନେଶ୍ୱରରୁ ଧରାହେଲା କୋକେନ । ଦୁଇ ଜଣ ଆନ୍ତଃରାଜ୍ୟ ନିଶା ମାଫିଆଙ୍କୁ କୋକେନ ବିକ୍ରି ଅଭିଯୋଗରେ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ ।
ଶର୍ମିଷ୍ଠାଙ୍କ କାର୍ OD 02BA 6599 କ୍ୟାମେରାମ୍ୟାନ ମାନସ ସ୍ୱାଇଁ ଅପହରଣ, ହତ୍ୟା, ମୃତଦେହ ପୋତିବା ଏବଂ ପ୍ରମାଣ ଲୁଚାଇବା ଯାଏଁ, ସବୁଠି ବ୍ୟବହାର ହୋଇଛି ଏହି କାର୍ । କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ଏହାର ଆଉ ଏକ ଠୋସ୍ ପ୍ରମାଣ ।
୫ ଜଣଙ୍କୁ ନୃଶଂସ ଭାବେ ହାଣିବା ସତ୍ତ୍ୱେ, ଶିବ ଦେହରେ ଟିକିଏ ବି ରକ୍ତ ଲାଗିଲାନି କେମିତି ? ଆଜିକୁ ୨ଦିନ ହେଲା, ସମସ୍ତଙ୍କ ମୁଣ୍ଡରେ ଘୁରିବୁଲୁଛି ଏମିତି ଅସମାହିତ ପ୍ରଶ୍ନ । ଏସବୁ ଭିତରେ ଆଜି ଅଭିଯୁକ୍ତ ଶିବର ପତ୍ନୀ ସେହି କାଳରାତିର କାହାଣୀ ବଖାଣିଛନ୍ତି ।
କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରଞ୍ଚକୁ ମିଳିଲା ବଡ଼ ପ୍ରମାଣ। ମାନସଙ୍କ ମୃତଦେହ ନୟାଗଡ଼ରେ ପୋତିବା ପରେ ଯାଜପୁର ଚଣ୍ଡିଖୋଲକୁ ଯାଇଥିଲେ ଶର୍ମିଷ୍ଠା ଓ ଅନ୍ୟ ଅଭିଯୁକ୍ତ । ଏହାର ଠୋସ୍ ପ୍ରମାଣ ଏବେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ଟାଙ୍ଗୀ ଟୋଲ୍ ଗେଟ୍ ଦେଇ ଶର୍ମିଷ୍ଠାଙ୍କ କାର୍ ଅତିକ୍ରମ କରିବା ସମୟର ଭିଡିଓ ଏବଂ ସିସିଟିଭି ଫୁଟେଜକୁ ଜବତ କରିଛି ତଦନ୍ତକାରୀ ଟିମ୍ । ସେପଟେ ୫ ଅଭିଯୁକ୍ତଙ୍କ ଟିଆଇ ପରେଡ୍ କରିବା ପାଇଁ ଚାନ୍ଦବାଲି କୋର୍ଟରେ କ୍ରାଇମବ୍ରାଞ୍ଚ ଆବେଦନ କରିଛି ।
ପୈତୃକ ସମ୍ପତ୍ତି ବିବାଦରୁ ତିକ୍ତତା ନେଲା ଭୟଙ୍କର ଭ୍ରାତୃ ବିବାଦର ରୂପ । ଶେଷରେ ସାନ ଭାଇର ସଇତାନୀ କାଣ୍ଡରେ ନିଶ୍ଚିହ୍ନ ହୋଇଗଲା ବଡ଼ ଭାଇର ପରିବାର । ମାହାଙ୍ଗା କୁସୁପୁର ଗଣହତ୍ୟା ପଛରେ ଯେଉଁ ଜାଗାବାଡ଼ି ବିବାଦ କଥା ଉଠୁଛି, ଆଜି ବି ସମସ୍ତଙ୍କ ମୁହଁରୁ ସେହି ସମାନ କଥା ଶୁଣିବାକୁ ମିଳିଛି । ହେଲେ ପାଞ୍ଚ ପାଞ୍ଚ ଜଣ ବ୍ୟକ୍ତିଙ୍କୁ ବନ୍ଦ ଘରେ କେମିତି ଏକୁଟିଆ ହତ୍ୟା କଲା ସାନ ଭାଇ ଶିବ ? ୫ ଜଣଙ୍କୁ ନୃଶଂସ ଭାବେ ହାଣିବା ସତ୍ତ୍ୱେ, ଶିବ ଦେହରେ ଟିକିଏ ବି ରକ୍ତ ଲାଗିଲାନି କେମିତି ?
ଧୁଷୁରୀ ସାଆଁଳପୁର ଆଇଜିଏମ୍ କଲେଜର ସେକ୍ସନ ଅଫିସର ପ୍ରଭାତ ନାୟକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ଗିରଫ କରିଛନ୍ତି ।
ଗରମ ତେଲ ଢାଲି ଯୁବକଙ୍କୁ ହତ୍ୟା ଅଭିଯୋଗ । ନୟାଗଡ଼ ଶରଣକୁଳ ଚଢ଼େୟାପଲ୍ଲୀ ଗାଁରେ ଘଟିଛି ଏଭଳି ଘଟଣା ।
କଟକ ଜିଲ୍ଲା ମାହାଙ୍ଗା କୁସୁପୁର ଗାଁର ବୀଭତ୍ସ କାଣ୍ଡକୁ ନେଇ ସ୍ତବ୍ଧ ସାରା ରାଜ୍ୟ। ଏହି ଗଣହତ୍ୟା ଘଟଣାରେ ଅଭିଯୁକ୍ତ ସାନ ଭାଇ ଶିବ ସାହୁଙ୍କ ପତ୍ନୀ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଘଟଣା ବେଳର ଲୋମଟାଙ୍କୁରା କାହାଣିକୁ ସେ କାନ୍ଦି କାନ୍ଦି କହିଛନ୍ତି।
ରାଜଧାନୀରେ ଲୁଟେରା ଆତଙ୍କ । ନୟାପଲ୍ଲୀ ଅଞ୍ଚଳରେ ୩ ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍ ।
କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ହାତରେ ଏକ ବଡ଼ ପ୍ରମାଣ ଲାଗିଛି। ମାନସଙ୍କ ବ୍ୟବହୃତ ଜିନିଷ ଓ କୋଦାଳ, ଗଇଁତି ଫିଙ୍ଗିବାର ବଡ଼ ତଥ୍ୟ ମିଳିଛି।
ଘଟଣାର ଦିନକ ପରେ ମଧ୍ୟ ଶୋକରେ ବୁଡ଼ିଛି କୁସୁପୁର ଗାଁ।
କଟକ ଜିଲ୍ଲା ମାହାଙ୍ଗା କୁସୁପୁର ଗାଁର ବୀଭତ୍ସ କାଣ୍ଡକୁ ନେଇ ସାରା ରାଜ୍ୟ ସ୍ତବ୍ଧ। ଭାଇରୁ ଭଗାରୀ ହୋଇ ଜଲ୍ହାଦ ସାଜି ରକ୍ତର ହୋଲି ଖେଳିଥିବା ହତ୍ୟାକାରୀ ଶିବ ସାହୁକୁ ଆଜି ସାଲେପୁର ଜେଏମ୍ଏଫ୍ସି କୋର୍ଟରେ ପୋଲିସ୍ ହାଜର କରିପାରେ।
ତିନି ଦିନ ବିତିଲା, ତଥାପି ମିଳୁନି କ୍ଲୁ। ଏବେ ବି ସସପେନ୍ସରେ ତିନି ଯୁବତୀଙ୍କ ଝୁଲନ୍ତା ମୃତଦେହ ଠାବ ଘଟଣା।କେମିତି ଓ କେଉଁ ପରିସ୍ଥିତିରେ ଗୋଟିଏ ଡାଳରେ ଝୁଲିପଡ଼ିଲେ ତିନି ତିନି ଜଣ ଯୁବତୀ?