Advertisment

ଆତଙ୍କ ଖେଳାଇଛନ୍ତି ଅପରାଧି, ନିରବଦ୍ରଷ୍ଟା ସାଜିଛି ପୋଲିସ୍‌: ଭୟଭୀତ ଅବସ୍ଥାରେ ଲୋକେ

କିଛି ଦିନ ମଧ୍ୟରେ ବାଲେଶ୍ୱରରେ ଦୁଇ ଦୁଇଟି ହତ୍ୟା ସହ ଛିନ୍‌ତାଇ, ଲୁଟ୍ ଓ ବାଇକ୍ ଚୋରି ଭଳି ଘଟଣା ଘଟିବାରେ ଲାଗିଛି। ଏଥିରେ ଜନସାଧାରଣ ଅତିଷ୍ଠ ହୋଇପଡିଥିବା ବେଳେ ପୋଲିସ ବିଭାଗ କିନ୍ତୁ ପୁରାପୁରି ନିରବଦ୍ରଷ୍ଟା ସାଜିଛି।

author-image
Rajalaxmi Sahoo
Balasore turning into safe haven for criminals

Balasore turning into safe haven for criminals

ବାଲେଶ୍ୱର ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଗତ କିଛି ଦିନ ମଧ୍ୟରେ ସହରରେ ଦୁଇ ଦୁଇଟି ହତ୍ୟା ସହ ଛିନ୍‌ତାଇ, ଲୁଟ୍ ଓ ବାଇକ୍ ଚୋରି ଭଳି ଘଟଣା ଘଟିବାରେ ଲାଗିଛି। ଏଥିରେ ଜନସାଧାରଣ ଅତିଷ୍ଠ ହୋଇପଡିଥିବା ବେଳେ ପୋଲିସ ବିଭାଗ କିନ୍ତୁ ପୁରାପୁରି ନିରବଦ୍ରଷ୍ଟା ସାଜିଛି।  ଯାହାକୁ ନେଇ ସାଂସଦ ପୋଲିସ ପ୍ରଶାସନକୁ ତାଗିଦ୍ କରିଥିବା ବେଳେ ଓକିଲ ସଂଘ ବାଲେଶ୍ୱର ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି।  

Advertisment

ଗତ ଜୁନ୍‌ ୩ ତାରିଖରେ ବାଲେଶ୍ୱର-ଚାନ୍ଦିପୁର ରାସ୍ତା ପାତ୍ରପଡାରେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ବସ୍‌ଷ୍ଟାଣ୍ଡ ନିକଟରୁ ଉଠାଇ ନେଇ ଯାତ୍ରୀଙ୍କୁ ନିସ୍ତୁକ ମାଡ ମରାଯିବା ପରେ ଦୁଇ ଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ୩୧ନମ୍ବର ୱାର୍ଡ କାଉନସିଲରଙ୍କ ଠାରୁ ଛିନ୍‌ତାଇ ଉଦ୍ୟମ ହୋଇଥିଲା। ସପ୍ତାହ ଭିତରେ ଦୁଇଟି ବାଇକ୍‌ ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। 

୧୦ ଦିନ ଭିତରେ ଦୁଇ ଦୁଇଟି ହତ୍ୟା ସାଙ୍ଗକୁ ଆକ୍ରମଣ, ଛିନ୍‌ତାଇ ଓ ଲୁଟ୍ ଭଳି ଘଟଣା ବାଲେଶ୍ୱର ସହରରେ ନିତିଦିନିଆ ହୋଇଗଲାଣି। ଏଥିରେ ଅତିଷ୍ଠ ହୋଇପଡିଲେଣି ସହରବାସୀ। ସିଧାସଳଖ ପୋଲିସର ପାରିବାପଣିଆ ଉପରେ ବାଲେଶ୍ୱର ବାର୍ ଆସୋସିଏସନ୍ ପ୍ରଶ୍ନ ଉଠାଇଛି। ସହରରେ ପ୍ରତିଦିନ ଏଭଳି ଘଟଣା ଘଟୁଥିଲେ ମଧ୍ୟ ପୋଲିସ ଯେପରି ନିରବଦ୍ରଷ୍ଟା ସାଜିଛି। ସେପଟେ ଏସ୍‌ପି ଏବଂ ପୋଲିସ କର୍ମଚାରୀଙ୍କ ସମନ୍ୱୟ ଅଭାବରୁ ସହର ତଥା ଜିଲ୍ଲାରେ ଏଭଳି ଘଟଣା ବଢୁଥିବା ବାଲେଶ୍ୱର ସାଂସଦ କହିଛନ୍ତି।  

Advertisment

(ବାଲେଶ୍ୱରରୁ ରଶ୍ମୀ ରଞ୍ଜନ ଦାସଙ୍କ ରିପୋର୍ଟ)

Crime In Odisha
Advertisment
Advertisment