IPL ବେଟିଂରେ ବିପୁଳ ଅର୍ଥ ହାରିବା ପରେ ଦୁଃଖରେ ଭାଙ୍ଗି ପଡ଼ି ଜୀବନ ହାରିଦେଲେ ମା’, ପୁଅ। ବିଷ ପିଇ ଉଭୟ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।
ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ଏହି ଟିମ୍ ଆଜି ଘଟଣାସ୍ଥଳରେ ଚଢାଉ କରିଥିଲା।
ବେଆଇନ ଲୋନ ଆପକୁ ସାବଧାନ । ନା ଆରବିଆଇ, ନା ଏନବିଏଫସି ପଞ୍ଜିକୃତ, ହେଲେ ବେଆଇନ ଲୋନ ଆପ୍ ନାଁରେ ଲୋନ୍ କାରାବର ହେଉଛି । ପ୍ରଥମେ ଲୋନ୍ ଥୋପ ଦେବେ, ଆଉ ତାପରେ ଗ୍ରାହକଙ୍କୁ ଚଢା ସୁଧ ଦେବା ନାଁରେ ହଇରାଣ ହରକତ କରିବେ ।
ଚର୍ଚ୍ଚାରେ ଗାଏବ୍ ରାମାନୁଜାଚାର୍ଯ୍ୟଙ୍କ ମଙ୍ଗଳଗିରି ପ୍ରଭା। ୧୦ ବର୍ଷ ତଳୁ ପ୍ରଭା ଚୋରି ଏବେ ଜଣା ପଡୁଛି। ପ୍ରଭା ସୁନା ନା ପିତ୍ତଳ, କାହା ପାଖରେ ନାହିଁ ସ୍ପଷ୍ଟ ଉତ୍ତର ।
ବେଆଇନ ଲୋନ୍ ଆପ୍ ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା । ଉତ୍ତରପ୍ରଦେଶର ଗାଜିଆବାଦରୁ ମୁଖ୍ୟ ଅଭିଯୁକ୍ତ ଗିରଫ I ଗିରଫ ଅଭିଯୁକ୍ତ IWT ଇଣ୍ଡିଆ ସଂସ୍ଥାର ମୁଖ୍ୟ ମହମ୍ମଦ ଜାଭେଦ ସୟେଫ। କୋର୍ଟରେ ହାଜର ପରେ ଟ୍ରାନ୍ଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଅଣାଯାଇଛି । ରିମାଣ୍ଡରେ ଆଣି ଗୁମର ଖୋଲିବ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ
ପୂର୍ବରୁ ଏହି ମାମଲାରେ ମହାଗ୍ରାମ ପେମେଣ୍ଟ ପ୍ରାଇଭେଟ ଲିମିଟେଡ ସଂସ୍ଥାର ୬ କୋଟିରୁ ଅଧିକ ଟଙ୍କା ଜବତ କରିଥିଲା କ୍ରାଇମବ୍ରାଞ୍ଚ ।
କପା କିଆରିରୁ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ମିଳିଛି। ତାଙ୍କୁ ହତ୍ୟା କରାଯାଇ ପିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି।
ଆଲିସାନ୍ ବଙ୍ଗଳା ସାଙ୍ଗକୁ ଆଖି ଖୋସିହେଲା ଭଳି ଆସବାବ ଜିନିଷ । ଚାକିରିକୁ ଦେଖି ଅବିଶ୍ୱସନୀୟ ଥାଟବାଟ ଦେଖିବାକୁ ମିଳିଛି । ସଂପତ୍ତିର ତାଲିକା ଏତେ ଯେ ହିସାବ କରି କରି ହାଲିଆ ହୋଇଛନ୍ତି ଭିଜିଲାନ୍ସ ଅଧିକାରୀ ।
ଅତି ବେଶୀରେ ମାସକୁ ୪୫ ହଜାର ଦରମା ମିଳୁଥିବ.. ହେଲେ ଅଚଳାଚଳ ସମ୍ପତ୍ତିର ମାଲିକ ସେ.. ଭୁବନେଶ୍ୱର କଳାରାହାଙ୍ଗ LI ଜଗନ୍ନାଥ ରାଉଳଙ୍କ ଘରେ ଭିଜିଲାନ୍ସ ରେଡ୍.. ସମ୍ପତ୍ତିର ହିସାବ କରି କରି ହାଲିଆ ହେଲାଣି ଭିଜିଲାନ୍ସ
କାରଖାନାରୁ ବିପୁଳ ମାତ୍ରାର ନକଲି ମଦ ଜବତ କରାଯାଇଛି । ଏହାସହ ନାମିଦାମି ମଦ କମ୍ପାନୀର ଲେବଲ, ପ୍ୟାକିଂ ମେସିନ୍, ମଦ ପ୍ରସ୍ତୁତିର କେମିକାଲ ସହ ଅନ୍ୟ ସାମଗ୍ରୀ ଜବତ ହୋଇଛି ।
ହାତୀଦାନ୍ତ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍ଟିଏଫ୍) ଚଢ଼ାଉ କରି ଜଣଙ୍କୁ ଗିରଫ କରିଛି। ତାଙ୍କ ଠାରୁ ୯ କେଜି ଓଜନର ୬ଟି ହାତୀଦାନ୍ତ ଜବତ କରାଯାଇଛି।
ସାଇବର ଠକଙ୍କ ଟାର୍ଗେଟରେ ରହିଛନ୍ତି ବଡ଼ ରାଜନେତା । ବାଚସ୍ପତି ଓମ୍ ବିର୍ଲାଙ୍କ ନାଁକୁ ବ୍ୟବହାର କରି ଚାଲିଛି ଠକେଇ ଉଦ୍ୟମ ।
ଗତକାଲି ରାତିରେ ନିକିରାଇ ଥାନା ଅଧୀନ ସଦାନନ୍ଦପୁର ପୋଟଳଡିହରେ ଗୁଳିମାଡ଼ ହୋଇଛି ।
ବଲାଙ୍ଗିର ଲର୍କିପାଲିରେ ଜଣେ ମହିଳାଙ୍କୁ ବୀଭତ୍ସ ହତ୍ୟା କରାଯାଇଛି । ଘରଠାରୁ ୨୦୦ ମିଟର ଦୂର ବିଲ ଭିତରେ ରାତିରେ ହତ୍ୟା ହୋଇଥିବା ଜଣାପଡିଛି । ହତ୍ୟାକାଣ୍ଡ ସ୍ଥଳରେ ମଦ ବୋତଲ, ଦୁଷ୍କର୍ମ ଉଦ୍ୟମ ପରେ ହତ୍ୟା ସନ୍ଦେହ କରାଯାଉଛି । ତେବେ ଏନେଇ ସାଇଣ୍ଟିଫିକ୍ ଟିମ୍ ଓ ଟାଉନ ଥାନା ପୋଲିସର ଛାନଭିନ୍ ଜାରି ରହିଛି ।
ପ୍ରିଆକ୍ଟିଭେଟେଡ୍ ସିମ୍ କାରବାର ନେଇ ନଜର ରଖିବାକୁ ସବୁ ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ସ୍ଥଳେ ଚଢ଼ାଉ ପାଇଁ ଏସ୍ପିମାନଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ ନିର୍ଦ୍ଦେଶ ରହିଛି ।
ଏସ୍ପିଙ୍କୁ ଭେଟିବା ପରେ ଗଣମାଧ୍ୟମକୁ କହିଛନ୍ତି, ପୁଅର ମୃତ୍ୟୁ ଖବର ପାଇଲା ବେଳେ ତାଙ୍କର ମାନସିକ ଅବସ୍ଥା ଠିକ୍ ନଥିଲା । ତେଣୁ ସେ ସେମିତି କହି ଦେଇଥିଲେ ।
ଜୁଏଲାରୀ ଦୋକାନୀ ଓ ସେଲସମ୍ୟାନ୍ଙ୍କୁ ମିଶାଇ ଏପରି ୪ ଜଣ, ଦୋକାନ ବନ୍ଦ କରି ଘରକୁ ବାହାରିଥିଲେ । ଏମାନଙ୍କ ପାଖରେ କିଛି ବ୍ୟାଗ୍ ଥିଲା । ଏହାକୁ ଦେଖି ତିନି ଜଣ ଲୁଟେରା ତାଙ୍କୁ ଲୁଟିବାକୁ ଉଦ୍ୟମ କରିଥିଲେ ।
ହଡ଼ପ ଟଙ୍କାରୁ ୫୦ ଲକ୍ଷ ଟଙ୍କାରେ ଅଭିଯୁକ୍ତ ବୟଫ୍ରେଣ୍ଡ୍ ଜୁଆ ଖେଳିଥିବା କମିଶନରେଟ୍ ପୋଲିସ ସୂଚନା ଦେଇଛି।
କୋରାପୁଟ ଜିଲ୍ଲା ନନ୍ଦପୁର ଥାନା IIC ଙ୍କୁ ଆକ୍ରମଣ । ଆସାମୀଙ୍କୁ ଧରିବା ପାଇଁ ୩ ପ୍ଲାଟୁନ୍ ଫୋର୍ସ ମୂତୟନ।
ଗୁଣିଗାରେଡ଼ି ସନ୍ଦେହରେ ପୂର୍ବତନ ସରପଞ୍ଚଙ୍କୁ ଘର ସାମ୍ନାରେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା। ଏଥିରେ ତାଙ୍କ ବେକ ପାଖରେ ଗଭୀର ଆଘାତ ଲାଗିଥିଲା।
ବିଭିନ୍ନ ସମୟରେ ନାନା ଆଳ କରି ପାୟଲଙ୍କଠୁ ୯୭ ଲକ୍ଷ ଟଙ୍କା ହାତେଇ ନେଇଥିଲା।
ରାତିରେ ଦୋକାନ ବନ୍ଦ କରି ଘରକୁ ଫେରିବା ବେଳେ ଟାର୍ଗେଟ୍ କରି ଲୁଟ୍ କରୁଛନ୍ତି ଦୁର୍ବୃତ୍ତ। ଗତ କିଛି ଦିନ ମଧ୍ୟରେ ଭୁବନେଶ୍ୱରରେ ଲଗାତାର ଭାବେ ଏଭଳି ଅପରାଧ ଘଟି ଚାଲିଛି।
ବାୟର ସେଲର ଅଫ୍ ଓଟିପି ଗ୍ରୁପ୍ ସହ ସମ୍ପର୍କରେ ଥାଆନ୍ତି ପ୍ରିଆକ୍ଟିଭେଟେଡ୍ ସିମ୍ ଯୋଗାଉଥିବା ଦୋକାନୀ।
ରାଜସ୍ୱ ମନ୍ତ୍ରୀଙ୍କ ଜିଲ୍ଲାରେ ଚାଲିଛି ବାଲି ଚୋରାଚାଲାଣର ସାହାଣମେଲା । ପ୍ରଶାସନ ଓ ବାଲି ମାଫିଆଙ୍କ ମଧୁଚନ୍ଦ୍ରିକାରେ ଲୁଟ୍ ହେଉଛି ବୁଢ଼ାବଳଙ୍ଗ ନଦୀର ବାଲି । ଆଇନ ଓ ସରକାରୀ ବ୍ୟବସ୍ଥା ଆଖିରେ ଅଙ୍ଗୁଳି ଗେଞ୍ଜି ମାଫିଆ ଖୋଳ କରିବାରେ ଲାଗିଛନ୍ତି ଚୀରସ୍ରୋତା ନଦୀକୁ ।
ପଡ଼ିଲା ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲର ଛାଟ, ଫିଟିଲା ଖୋଦ୍ ରାଜସ୍ୱ ମନ୍ତ୍ରୀଙ୍କ ଜିଲ୍ଲାରେ ଚାଲିଥିବା ବାଲି ଚୋରାଚାଲାଣର ରହସ୍ୟ । ବନ୍ଧାହେଲେ ବହୁଚର୍ଚ୍ଚିତ ବାଲିଖାଦାନ ଲିଜ୍ଧାରୀ ପ୍ରଦୀପ ବିନ୍ଧାଣି ।