Advertisment

ବ୍ୟାଙ୍କ୍‌ ଖାତା ଅପଡେଟ୍‌ ବେଳେ ଜଣାପଡ଼ିଲା ଚାଞ୍ଚଲ୍ୟକର ତଥ୍ୟ, ଆକାଉଣ୍ଟରୁ ୭୦ ଲକ୍ଷ ଗାଏବ

ମହାବିଦ୍ୟାଳୟ ଜମା ଖାତାରୁ ଗାଏବ ହୋଇଗଲା ୭୦ ଲକ୍ଷରୁ ଅଧିକ ଟଙ୍କା। ବିଭିନ୍ନ ସମୟରେ ମହାବିଦ୍ୟାଳୟକୁ ଆସିଥିବା ସରକାରୀ ଅନୁଦାନ ଟଙ୍କା ବ୍ୟାଙ୍କରେ ଥିବା କଲେଜ ଆକାଉଣ୍ଟରେ ଜମା ହୋଇଥାଏ।

author-image
Rajalaxmi Sahoo
Above 70 Lakhs Fraud

Above 70 Lakhs Fraud

ମହାବିଦ୍ୟାଳୟ ଜମା ଖାତାରୁ ଗାଏବ ହୋଇଗଲା ୭୦ ଲକ୍ଷରୁ ଅଧିକ ଟଙ୍କା। ଜମାଖାତା ଅପଡେଟ କରିବା ପରେ ଏପରି ଚଞ୍ଚକତା ପଦାକୁ ଆସିଛି।। ସୁବର୍ଣ୍ଣପୁର ଜିଲ୍ଲା ସଦର ରାଜ୍‌ ମହାବିଦ୍ୟାଳୟରେ ଏହି କଳା କାରନାମା ହୋଇଥିବା ବେଳେ ପୋଲିସ୍‌ ଏବେ ଏହାର ତଦନ୍ତ ଆରମ୍ଭ କରିଛି।

Advertisment

ସୁବର୍ଣ୍ଣପୁର ଜିଲ୍ଲା ସଦର ରାଜ୍‌ ମହାବିଦ୍ୟାଳୟର ଆକାଉଣ୍ଟ ବ୍ୟାଙ୍କ ଅଫ ବରୋଦାରେ ରହିଛି। ବିଭିନ୍ନ ସମୟରେ ମହାବିଦ୍ୟାଳୟକୁ ଆସିଥିବା ସରକାରୀ ଅନୁଦାନ ଟଙ୍କା ଏହି ବ୍ୟାଙ୍କରେ ଥିବା କଲେଜ ଆକାଉଣ୍ଟରେ ଜମା ହୋଇଥାଏ।  କିଛି ଦିନ ପୂର୍ବେ ମହାବିଦ୍ୟାଳୟ ପକ୍ଷରୁ ଜମାଖାତାକୁ ଅପଡେଟ କରାଯାଇଥିଲା। ଏହି ସମୟରେ ୭୦ ଲକ୍ଷ ୪୨ ହଜାର ୯୦୦ ଟଙ୍କା କମ୍‌ ଥିବା ଜଣାପଡ଼ିଥିଲା। ଜାଲ୍‌ ଚେକ୍‌ ମାଧ୍ୟରେ ଏହି ଟଙ୍କାକୁ ଏକ ବ୍ୟକ୍ତିଗତ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିବା ସୂଚନା ମିଳିଛି। ତେବେ ଉକ୍ତ ଆକାଉଣ୍ଟ କାହାର, କିଏ ଏହି ଟ୍ରାନ୍ସଫର କଲା, ତାହା ଏବେ ରହସ୍ୟ ଘେରରେ ରହିଛି।

ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଦ୍ୱାରା ଏନେଇ ସୋନପୁର ଥାନାରେ ଏକ ମାମଲା ଦାୟର ହୋଇଛି। ଏତେ ଟଙ୍କା କିପରି ଗାଏବ ହୋଇଥିଲା, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ପୋଲିସ୍‌ ତଦନ୍ତ ଆରମ୍ଭ କରିଛି। ବ୍ୟାଙ୍କର କିଛି କର୍ମଚାରୀଙ୍କୁ ମଧ୍ୟ ଏସମ୍ପର୍କରେ ପୋଲିସ୍‌ ପଚରାଉଚରା କରିଛି। ଖୁବ୍‌ ଶୀଘ୍ର ଏହି ଜାଲିଆତି ଉପରୁ ପରଦା ହଟିବ ଓ ଅଭିଯୁକ୍ତ ଧରାପଡ଼ିବେ ବୋଲି ସୁବର୍ଣ୍ଣପୁର ଏସ୍‌ପି କହିଛନ୍ତି ।

Advertisment
Fraud
Advertisment
Advertisment