• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଝାମ୍ପି ନେଲେ ୧୨ ଲକ୍ଷ । ଭଦ୍ରକ ସହରରେ ବ୍ୟାଙ୍କ ସାମ୍ନାରୁ ୧୨ ଲକ୍ଷ ଟଙ୍କା ଝାମ୍ପି ନେଲେ ଲୁଟେରା । ଟାଉନ ଥାନା ଅପର୍ତ୍ତିବିନ୍ଧା ଷ୍ଟେଟ ବ୍ୟାଙ୍କ ନିକଟରୁ ଜଣେ ବ୍ୟକ୍ତିଙ୍କ ଠାରୁ ୧୨ ଲକ୍ଷ ଝାମ୍ପି ନେଇଛନ୍ତି ଲୁଟେରା । ବ୍ୟକ୍ତି ଜଣକ ବ୍ୟାଙ୍କରୁ ଟଙ୍କା ଉଠାଇ ଡିକିରେ ରଖିବା ବେଳେ ଲୁଟେରା ଟଙ୍କା ଝାମ୍ପି ନେଇଛନ୍ତି ।

ଡିକିରେ ଟଙ୍କା ବ୍ୟାଗ୍ ରଖୁଥିବା ବେଳେ ୨ ଲୁଟେରା ବାଇକରେ ଆସି ଟଙ୍କା ଝାମ୍ପି ନେଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଜମି କିଣିବା ପାଇଁ ବ୍ୟକ୍ତି ଜଣକ ବ୍ୟାଙ୍କରୁ ଟଙ୍କା ଉଠାଇ ଥିଲେ । ଘଟଣା ପରେ ଟାଉ ଥାନା ପୋଲିସ ସହରର ସମସ୍ତ ସୀମା ସିଲ କରିବା ସହ ଛାନଭିନ ଆରମ୍ଭ କରିଛି ।