• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗାଁ ଭିତରେ କଙ୍ଗାରୁ କୋର୍ଟ । ଅର୍ଦ୍ଧ ଲଗ୍ନ ଅବସ୍ଥାରେ ପ୍ରେମୀଯୁଗଳଙ୍କ ହାତବାନ୍ଧି ଗାଁ ଦାଣ୍ଡରେ ବୁଲାଇବା ସହ ଶାରିରୀକ ନିର୍ଯାତନା ଦେଲେ ଗ୍ରାମବାସୀ । ଏଭଳି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଘଟଣା ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ କୋଣ୍ଡାଗା ଜିଲ୍ଲା ଉରଣ୍ଡାବେଡ଼ା ଥାନା ଅଞ୍ଚଳର ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଜଣେ ବିବାହିତ ପୁରୁଷ ଓ ସେହି ଗାଁର ଅନ୍ୟ ଜଣେ ମହିଳାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । ପ୍ରେମୀ ଯୁଗଳଙ୍କୁ ଗାଁ ଲୋକେ ଅସଞ୍ଜତ ଅବସ୍ଥାରେ ଧରିଥିଲେ । ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ ବସିବା ପରେ ବାଉଁଶରେ ଉଭୟଙ୍କ ହାତ ବାନ୍ଧି ଗାଁ ସାରା ବୁଲାଇଥିଲେ । ଏହି ଭିଡିଓ ଭାଇରାଲ ହେବା ପରେ ପୋଲିସ ଗାଁରେ ପହଞ୍ଚି ପ୍ରେମିକଙ୍କ ପତ୍ନୀଙ୍କ ସହ ୧୦ ଜଣଙ୍କୁ ଗିରଫ କରିଛି ।

ସୂଚନାଯୋଗ୍ୟ, ରଜ୍ୟରେ ଏବେ ବି ଅନେକ ଗାଁରେ ଚାଲୁଛି କଙ୍ଗାରୁ କୋର୍ଟ । ଏହି କଙ୍ଗାରୁ କୋର୍ଟ ଦାଉରୁ ଖୋଦ୍ ନେତା ବି ବର୍ତ୍ତିରୁନାହାନ୍ତି । କିଛି ଦିନ ପୂର୍ବରୁ ଏମିତି ଏକ ଗାଁରେ କଙ୍ଗାରୁ କୋର୍ଟ ଦ୍ୱାରା ଜଣେ ୱାର୍ଡସଭ୍ୟଙ୍କୁ ଦଣ୍ଡିତ କରାଯାଇଥିଲା । କଙ୍ଗାରୁ କୋର୍ଟ ଦ୍ୱାରା ଗାଁରୁ ବାସନ୍ଦ ହୋଇଥିଲେ ଓ୍ୱାର୍ଡ ସଭ୍ୟା । ଆଦିବାସୀ ବର୍ଗର ଲୋକ ହୋଇଥିବାରୁ ଗତ ପଞ୍ଚାୟତ ନିର୍ବାଚନରେ ଓ୍ୱାର୍ଡ ସଭ୍ୟା ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବାକୁ ବାରଣ କରିଥିଲେ ଗାଁ ଲୋକ । ହେଲେ ଗାଁ ମୁଖିଆଙ୍କ କଥା ନମାନି ନିର୍ବାଚନରେ ପ୍ରାର୍ଥୀ ହେବା ସହ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଥିଲେ ।

ତେଣୁ ୱାର୍ଡ ସଭ୍ୟାଙ୍କ ସହ ତାଙ୍କୁ ସମର୍ଥନ କରିଥିବା ଗାଁର କିଛି ପରିବାରକୁ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଥିଲା । ଜିଲ୍ଲାପାଳ ମଧ୍ୟ ଏଭଳି ଅଭିଯୋଗର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଥିଲେ । ଏଭଳି ଅଭିଯୋଗ ଆସିଥିଲା ବାଲେଶ୍ୱର ବସ୍ତା ବ୍ଲକ ବରୁଣଗଡିଆ ପଂଚାୟତ ଅଞ୍ଚଳରୁ । ଏହି ପଞ୍ଚାୟତର ୨୦ ନମ୍ବର ଓ୍ୱାର୍ଡରେ ରହିଛି ଗୋହିରାଗଡିଆ ଗାଁ । ଗତ ପଞ୍ଚାୟତ ନିର୍ବାଚନରେ ଓ୍ୱାର୍ଡସଭ୍ୟ ପଦ ପାଇଁ ଏହି ଓ୍ୱାର୍ଡଟି ଜଣେ ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷଣ ଥିଲା । ସରକାରଙ୍କ ଏହି ସଂରକ୍ଷଣ ବ୍ୟବସ୍ଥାକୁ ବିରୋଧ କରି ଗ୍ରାମରେ ବସିଥିଲା କଙ୍ଗାରୁ କୋର୍ଟ । ପ୍ରଜାକୋର୍ଟରେ ଗାଁ ମୁଖିଆଙ୍କ ନିଷ୍ପତିକ୍ରମେ ଆଦିବାସୀ ପରିବାରକୁ ଡକାଯାଇ ନିର୍ବାଚନରେ ପ୍ରାର୍ଥୀ ହେବାକୁ ମନା କରାଯାଇଥିଲା ।