• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଫ ସିରଫ୍ ଚୋରା ଚାଲାଣକାରୀଙ୍କୁ ଫିଲ୍ମ ଷ୍ଟାଇଲରେ କାବୁ କଲା ପୋଲିସ । ଏକ ବୋଲେରୋରେ କଫ ସିରଫ ଧରି ଫେରାର ମାରିବା ବେଳେ ଫାୟାରିଂ କରିଥିଲା ପୋଲିସ ଟିମ୍ । ବୋଲେରୋଟି ଏକ ଷ୍ଟଲକୁ ଧକ୍କା ଦେଇ ଅଟକିଯିବା ପରେ ପୋଲିସ ଗାଡ଼ିରେ ଥିବା ୪ ନିଶା ବେପାରୀଙ୍କୁ ଗିରଫ କରିଛି । ବଲାଙ୍ଗୀର ଲୋଇସିଂହା ଥାନା ଭାଲିଆମୁଣ୍ଡା ଛକରେ ଦେଖିବାକୁ ମଳିଥିଲା ଏପରି ଦୃଶ୍ୟ ।

ଗତକାଲି ସଂନ୍ଧ୍ୟା ସମୟ । ହଠାତ ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଭାଲିଆମୁଣ୍ଡା ଛକରେ ଆରମ୍ଭ ହୋଇଗଲା ଚୋର ପୋଲିସ ଖେଳ । ଏକ ବୋଲେରୋରେ କଫସିରଫ ବୋଝେଇ କରି ଚାରିଜଣ ନିଶା ବେପାରୀ ବେଆଇନ ଭାବେ ଚାଲାଣ କରୁଥିବା ଖବର ପାଇଥିଲା ବରଗଡ ପୋଲିସର ସ୍ପେସିଆଲ ଟିମ । ପୋଲିସ ଟିମ ବୋଲେରୋକୁ ପଛପଟୁ ପିଛା କରିଥିଲା । ଭାଲିଆମୁଣ୍ଡା ଛକ ଦେଇ ବୋଲେରୋ ଫେରାର ହେବାକୁ ଉଦ୍ୟମ କରୁଥିବା ବେଲେ କାବୁ କରିଥିଲା ପୋଲିସ । କିନ୍ତୁ ଜନବସତି ଭିତରେ ପୋଲିସ ଫାୟାରିଂ କରି ଫିଲ୍ମ ଷ୍ଟାଇଲରେ ନିଶା ବେପାରୀଙ୍କୁ କାବୁ କରିବା ଘଟଣାକୁ ନେଇ ଆପତ୍ତି ଉଠାଇଥିଲେ ସ୍ଥାନୀୟ ଲୋକେ ।

ପୋଲିସର ଏପରି କାମ ଦ୍ୱାରା ସାଧାରଣ ଲୋକଙ୍କ ଜୀବନ ମଧ୍ୟ ବିପଦରେ ପଡିଥାଆନ୍ତା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ । ଲୋଇସିଂହା ପୋଲିସ ସ୍ଥାନୀୟ ଲୋକଙ୍କୁ ଯାଇ ବୁଝାସୁଝା କରିଥିଲା । ତାପରେ ବରଗଡ ପୋଲିସ ନିଶାବେପାରୀଙ୍କୁ ଗିରଫ କରିବା ସହିତ କଫସିରଫ ସିଜ କରିଛି । ଫାୟରିଂ କରାଯାଇଛି ନା ନାହିଁ, ସେ ସଂପର୍କରେ ସ୍ପଷ୍ଟ ସୂଚନା ମିଲିପାରିନାହିଁ । ସେପଟେ ଘଟଣା ସଂପର୍କରେ ବରଗଡ କିମ୍ୱା ବଲାଙ୍ଗିର ପୋଲିସ ମୁହଁ ଖୋଲୁନାହନ୍ତି ।