/odishatv-khabar/media/post_attachments/uploadimage/library/16_9/16_9_0/IMAGE_1655006556.jpg)
5 Arrested For Blackmailing After Forcefully Filming Obscene Video
ମହଙ୍ଗା ପଡ଼ିଲା ଜୋର ଜବରଦସ୍ତ ଅଶ୍ଳୀଳ ଭିଡିଓ ଶୁଟ୍ କରି ବ୍ଲାକ୍ମେଲିଂ କରିବା। ଶେଷରେ ପୋଲିସ୍ ହାତରେ ଧରାପଡ଼ିବା ସହ ପୁରା ଘଟଣା ସାମ୍ନାକୁ ଆସିଛି। ଯୁବକ, ଯୁବତୀଙ୍କ ଅଶ୍ଳୀଳ ଭିଡ଼ିଓ ଶୁଟ୍ କରି ବ୍ଲାକ୍ମେଲିଂ କରିବା ଅଭିଯୋଗରେ ଜୟପୁର ଟାଉନ୍ ପୋଲିସ୍ ୫ ଜଣଙ୍କୁ ଗିରଫ କରିଛି।
ସାମ୍ବାଦିକ ସମ୍ମିଳନୀରେ ପୋଲିସ୍ ସୂଚନା ଦେଇଛି,କିଛି ଦିନ ପୂର୍ବେ ଜଣେ ଯୁବକ ଓ ଯୁବତୀ ଜୟପୁର ପାରବେଡା ନିକଟ ରାସ୍ତାରେ ଛିଡ଼ା ହୋଇ କଥା ହେଉଥିଲେ। ଏହି ସମୟରେ ୨ ଜଣ ଯୁବକ ସେମାନଙ୍କୁ ଛୁରୀ ଦେଖାଇ ପାହାଡ଼ ଉପରକୁ ନେଇଥିଲେ। ସେଠାରେ ଅନ୍ୟ ଯୁବକମାନେ ମିଶି ଯୁବକ, ଯୁବତୀଙ୍କୁ ଅଶ୍ଳୀଳ ଭିଡ଼ିଓ କରିବା ପାଇଁ ବାଧ୍ୟ କରିବା ସହ ଏହାକୁ ଶୁଟ୍ କରିଥିଲେ।
ଶୁଟ୍ କରିଥିବା ଅଶ୍ଳୀଳ ଭିଡିଓ ଦେଖାଇ ସମ୍ପୃକ୍ତ ଯୁବକ, ଯୁବତୀଙ୍କୁ ବ୍ଲାକ୍ମେଲିଂ କରିବା କରିଥିଲେ ଅଭିଯୁକ୍ତ। ୫୦ ହଜାର ଟଙ୍କା ନଦେଲେ ଭିଡିଓ ଭାଇରାଲ୍ କରିଦେବାର ଧମକ ଦେଇଥିଲେ ଅଭିଯୁକ୍ତମାନେ। ଫଳରେ ଭୟରେ ଯୁବକ ଜଣକ ଅଭିଯୁକ୍ତଙ୍କୁ କିଛି ଟଙ୍କା ଓ ମୋବାଇଲ ଦେଇ ଘଟଣାସ୍ଥଳରୁ ଚାଲି ଆସିଥିବା ବେଳେ ବାକି ଟଙ୍କା ପରେ ଦେବାକୁ କହିଥିଲେ। ଏହାପରେ ଉଭୟ ଯୁବକ, ଯୁବତୀ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗ ଆଧାରରେ ପୋଲିସ୍ ଅଭିଯୁକ୍ତଙ୍କୁ ଧରିବା ଲାଗି ପୁରା ପ୍ଲାନ୍ ପ୍ରସ୍ତୁତ କରିଥିଲା। ବାକି ଟଙ୍କା ଦେବା ବାହାନାରେ ଯୁବକ ଜଣକ ଅଭିଯୁକ୍ତଙ୍କୁ ଡାକି ପୋଲିସ୍ ହାତରେ ଧରା ପକାଇଥିଲେ। ଏହି ଘଟଣାରେ ପୋଲିସ୍ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ ଛୁରୀ, ସ୍କୁଟି ଓ ୭ ହଜାର ଟଙ୍କା ଜବତ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)