ସସ୍ପେଣ୍ଡ ହୋଇଥିବା ପୋଲିସ ଅଧିକାରୀଙ୍କ ମଧ୍ୟରେ ଦୁଇ ଜଣ ଏସ୍ଆଇ ଏବଂ ୩ ଜଣ କନଷ୍ଟେବଲ ରହିଛନ୍ତି ।
ବାଘଲପୁର ନଉଗାଛିଆ ପୋଲିସ ଷ୍ଟେସନ୍ ଅଧିନରେ ଥିବା ରାଜେନ୍ଦ୍ର କଲୋନୀରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି ।
ପୋଲିସ ଆସି ଦେଖିଲା ବେଳକୁ ଗୋଟିଏ ବଖରାରେ ସ୍ୱାମୀର ମୃତଦେହ ଝୁଲୁଥିବା ବେଳେ ଆଉ ଗୋଟିଏ ବଖରାରେ ପତ୍ନୀ ଜଣକ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଛନ୍ତି ।
ଶ୍ୱଶୁର ଘରେ ମାସେ ରହିବା ପରେ ମଦ ପିଇ ପାଟି କରୁଥିଲେ ରୂଦ୍ର । ଅନେକ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୁଏ । କିନ୍ତୁ ଏ ଝଗଡ଼ାକୁ ସବୁଦିନ ପାଇଁ ବନ୍ଦ କରିବାକୁ ପୂରା ମାଷ୍ଟର ପ୍ଲାନ୍ କରିଥିଲେ ଶ୍ୱଶୁର ଘର ଲୋକ । ଏମିତିକି ରୁଦ୍ରଙ୍କୁ ମାରିବା ପରେ ଶବକୁ ଅଖାରେ ପୂରାଇ ବାହାରେ ଫିଙ୍ଗିବା ଲାଗି ନେଉଥିଲେ । କିନ୍ତୁ ଗାଁ ଲୋକ ସନ୍ଦେହ କରିବା ସହିତ ଗାଡି ଅଟକାଇ ଯାହା ଦେଖିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । କାରଣ ଅଖା ଭିତରେ ଥିଲା ଶବ ।
ସାଇବର ଠକଙ୍କ ଜାଲରେ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ। ତାଙ୍କ ଆକାଉଣ୍ଟରୁ ଦେଢ ଲକ୍ଷ ଟଙ୍କା କଟିଥିବା ଅଭିଯୋଗ ହୋଇଛି।
ମହିଳା ଡାକ୍ତରଙ୍କୁ ତାଙ୍କ ବୟଫ୍ରେଣ୍ଡ୍ ଛୁରୀ ଭୁସି ହତ୍ୟା କରିଥିବା ସୂଚନା ମିଳିଛି। ପ୍ରେମିକାକୁ ହତ୍ୟା ପରେ ପ୍ରେମିକ ଆତ୍ମହତ୍ୟା ଉଦ୍ୟମ ମଧ୍ୟ କରିଥିଲା।
ବେଙ୍ଗାଲୁରୁରେ ପହଞ୍ଚିବା ପରେ ମହିଳାଙ୍କୁ ଗିରଫ କରାଯାଇଛି । ଗିରଫ କରାଯିବା ପରେ ୩୩୬ ଦଫାରେ ମାମଲା ରୁଜୁ କରାଯାଇଛି ।
ସ୍ୱାମୀ ଘର ନିକଟରେ ପଡ଼ିଥିବା ଏକ ବାଡ଼ି ଆଣି ସ୍ତ୍ରୀକୁ ନିର୍ଧୂମ୍ ମାଡ଼ ମାରିଥିଲେ । ଯେଉଁଥିରେ ସ୍ତ୍ରୀ ଜଣକ ଲହୁଲୁହାଣ ହୋଇଥିଲେ । ଖାଲି ସେତିକି ନୁହେଁ ସ୍ୱାମୀଙ୍କ ମାଡ଼ରେ ସ୍ତ୍ରୀଙ୍କ ମୁଣ୍ଡ ଫାଟିବା ସହ ଗୋଟିଏ ହାତ ମଧ୍ୟ ଭାଙ୍ଗି ଯାଇଥିବା ଜଣାପଡ଼ିଛି ।
ବାଇକ୍ ପଛରେ ବସି ରିଲ୍ସ କରିବା ନିଶା ୨ ଯୁବକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ସେମାନଙ୍କର ବାଇକ୍ ସ୍କୁଟିରେ ଯାଉଥିବା ମହିଳାଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଛି।
ଜ୍ୱାଇଁଙ୍କୁ ପିଟି ପିଟି ମାରିଦେଲେ ଶ୍ୱଶୁରଘର ଲୋକେ। ହତ୍ୟା ପରେ ମୃତଦେହକୁ ଅଖାରେ ଭର୍ତ୍ତି କରି ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ ବେଳେ ପୋଲିସ କାବୁ କରିଥିଲା।
ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ବିଜେପି ନେତା ବିଜୟ ମହାପାତ୍ର ବଡ଼ ବିସ୍ଫୋରଣ କରିଛନ୍ତି। ଦୁଇ ଅଣଓଡ଼ିଆ ଅଫିସର ହିଁ ପରଦା ପଛର ମୁଖ୍ୟ ନାୟକ ବୋଲି ବିଜୟ କହିଛନ୍ତି।
ବାହାଘରର ୧୨ ଦିନ ପରେ...ବୋହୂକୁ ମାରିଦେଲେ ଶାଶୂଘର ଲୋକ? ଅଧ ରାତିରେ ଫୋନ୍ ପାଇବା ପରେ ଭୋଭୋ କାନ୍ଦୁଛି ମାଆ...ଧୈର୍ଯ୍ୟହରା ବାପା
ରଙ୍ଗ ବଦଳରେ ବୋହିଲା ରକ୍ତ ନଦୀ। ପୂର୍ବ ଶତ୍ରୁତାରୁ ଗଣ୍ଡଗୋଳ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ଆହତ ହୋଇଛନ୍ତି।
ଶାଶୂଘରକୁ ଆସିଥିଲା ସ୍ୱପ୍ନ ନେଇ...ହେଲେ ସବୁ ଚୁରମାର ହୋଇଗଲା । ୧୨ ଦିନ ତଳେ ଯେଉଁ ଘରକୁ ସବାରୀ ଯାଇଥିଲା...ଆଜି ସେହି ଘରୁ ଉଠିଲା କୋକେଇ । ସଂସାର ଗଢ଼ିବା ଆଗରୁ ଯୌତୁକ ପାଇଁ ଶାଶୂ ଘର ଲୋକେ ନବବଧୂକୁ ମାରି ଦେଇଥିବା ଭଳି ସଙ୍ଗୀନ ଓ ସାଙ୍ଘାତିକ ଅଭିଯୋଗ ହୋଇଛି । କଟକ ନରସିଂହପୁର ନିମସାହିରେ ଘଟିଛି ଏମିତି ଅଭାବନୀୟ ଘଟଣା । ଆଉ ମୃତ ନବବଧୂ ଜଣଙ୍କ ହେଉଛନ୍ତି ମିନାକ୍ଷୀ ନାଏକ ।
ସିଟିଭି, ସୋସିଆଲ୍ ମିଡିଆ ଓ ଅନ୍ୟ ସମସ୍ତ ପାରିପାର୍ଶ୍ୱିକ ତଥ୍ୟ ପ୍ରମାଣରୁ ଏହା ହତ୍ୟା ନୁହେଁ ବୋଲି ଜଣାପଡ଼ିଛି ।
ଅଭିଯୁକ୍ତର ବାପା ଗୃହ ବିଭାଗରେ ଅଫିସର ଥିବାରୁ ତାଙ୍କୁ ପୋଲିସଠାରୁ ନ୍ୟାୟ ମିଳିବନି ବୋଲି ଦୋହରାଇଛନ୍ତି ଚିନ୍ମୟୀଙ୍କ ମାଆ । ତେଣୁ ନ୍ୟାୟ ପାଇଁ ଦରକାର ପଡ଼ିଲେ ହାଇକୋର୍ଟରୁ ସୁପ୍ରିମକୋର୍ଟ ଯାଏଁ ଯିବୁ ବୋଲି କହିଛନ୍ତି ଚିନ୍ମୟୀଙ୍କ ମାଆ ।
ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସୋମବାର ତିହାର ଜେଲ୍ରେ ପ୍ରଥମ ଦିନ କଟିଛି। ଏହି ସମୟରେ ତାଙ୍କୁ ତିନୋଟି ନୂଆ କମ୍ବଳ, ଗୋଟିଏ ନୂଆ ବେଡ୍ସିଟ୍ ରାତିରେ ଶୋଇବା ପାଇଁ ପୋଷାକ ଦିଆଯାଇଥିଲା। ରାତ୍ରି ଭୋଜନରେ କ’ଣ ଖାଇଲେ ଜାଣନ୍ତୁ…
ତାକୁ ବହୁତ ଭଲ ପାଉଥିଲି, ଭାବିଥିଲି ବଦଳିଯିବ . . ହେଲେ ବଦଳିବ କ’ଣ . .
ମଝି ଆକାଶରେ ପୁଣି ଜଣେ ଯାତ୍ରୀଙ୍କ ଉନ୍ମତ୍ତ କାଣ୍ଡ । ବିମାନ କର୍ମଚାରୀଙ୍କୁ ଆକ୍ରମଣ କଲେ . . .
ହୁକା ବାର୍ରେ କୋଲ୍ଡ ଡ୍ରିଙ୍କସ୍ରେ ନିଶାଦ୍ରବ୍ୟ ମିଶାଇ ୧୬ ବର୍ଷୀୟ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହା ପୂର୍ବରୁ ନାବାଳିକାଙ୍କର ଅଶ୍ଳୀଳ ଭିଡିଓ କରି ଅଭିଯୁକ୍ତ ଜଣକ ବ୍ଲାକ୍ମେଲିଂ କରି ଆସୁଥିଲା।
‘ଚିନ୍ମୟୀଙ୍କୁ ମର୍ଡର କରାଯାଇ ନାହିଁ। ପାଣିରେ ବୁଡ଼ି ଚିନ୍ମୟୀଙ୍କର ମୃତ୍ୟୁ ହୋଇଛି।’ ବୁର୍ଲା ଭିସୁଟ୍ର ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ଘଟଣାକୁ ନେଇ ପ୍ରେସ୍ମିଟ୍ରେ ସମ୍ବଲପୁର ଏସ୍ପି ଏହି ସୂଚନା ଦେଇଛନ୍ତି।
ଦୋଳପୂର୍ଣ୍ଣିମା ଆତସବାଜି ପ୍ରତିଯୋଗିତା ପାଇଁ ଚାଲିଥିଲା ପ୍ରସ୍ତୁତି । କେଉଁଠୁ ଆସୁଥିଲା କଞ୍ଚାମାଲ, କେମିତି ତିଆରି ହେଉଥିଲା, ତଦନ୍ତ ଜାରି ।
ପୋଲିସ ଓ ପ୍ରଶାସନର ଢିଲାପଣକୁ ନେଇ ଉଠିଲା ପ୍ରଶ୍ନ । ସଠିକ୍ SOP ଅନୁପାଳନ ପାଇଁ ପରାମର୍ଶ ।
ଟେଷ୍ଟ ରିପୋର୍ଟ ଅନୁସାରେ ଗୋପାଳ ପାଗଳ ନୁହେଁ ବୋଲି ସ୍ପଷ୍ଟ ଉଲ୍ଲେଖ ।
୪୦ ଜଣ ବ୍ୟାଙ୍କ ଗ୍ରାହକଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଛି । KYC ଏବଂ PAN ବିବରଣୀ ଅପଡେଟ୍ କରିବାକୁ କହି ଲୁଟ କରିଛନ୍ତି ଲକ୍ଷାଧିକ ଟଙ୍କା । ସୂଚନା ମୁତାବକ ଗ୍ରାହକଙ୍କ ନିକଟକୁ ଏକ ମେସେଜ ଆସିଥିଲା । ଯେଉଁଥିରେ ଆକାଉଣ୍ଟ ସଂପର୍କିତ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଥିଲା ।