• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ୟୁପି ଆଗ୍ରାରୁ ସାମ୍ନାକୁ ଆସିଲା ଏକ ଜଘଣ୍ୟ ହତ୍ୟାକାଣ୍ଡ । ୧୭ ବର୍ଷର ଯୁବତୀଙ୍କୁ ୮ ବର୍ଷର ଭାଇ ସାମ୍ନାରେ ଜୀଅନ୍ତା ଜାଳିଦେଲା ୨୨ ବର୍ଷର ଯୁବକ । ଏହି ସମୟରେ ଘରେ କେହି ନଥିଲେ । ଯୁବତୀଙ୍କ ବାପା ଓ ମାଆ ବିଲକୁ କାମ କରିବାକୁ ଯାଇଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ଯୁବକ ଜଣକ ଘରେ ପଶି ଯୁବତୀଙ୍କ ଉପରେ କିରାସିନ ଢ଼ାଳି ତାଙ୍କୁ ଜାଳି ଦେଇଛନ୍ତି ।

ଯୁବତୀଙ୍କ ଦେହରେ ନିଆଁ ଲାଗିବା ପରେ ଯୁବକ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । କୁନି ଛୁଆର ଚିତ୍କାର ଶୁଣି ଆଖପାଖରେ ଥିବା ଲୋକେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ । ତୁରନ୍ତ ପୋଲିସକୁ ଖବର ଦେବା ସହ ଯୁବତୀଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସିତ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ମଣିପୁର ଜିଲ୍ଲା କୋଟୱାଲି ଥାନା ଅନ୍ତର୍ଗତ ନଗଲା ପଜାବ ଗାଁରେ ମଙ୍ଗଳବାର ଦିନ ଘଟିଛି ।

ପୋଲିସ ଘଟଣାର ତଦନ୍ତ କରିବା ସହ ପାଖ ପଡ଼ୋଶୀଙ୍କୁ ପଚରାଉଚରା କରିଥିଲା । ଘଟଣାସ୍ଥଳରେ ଉପସ୍ଥିତ ଥିବା ଯୁବତୀଙ୍କ ଭାଇକୁ ମଧ୍ୟ ପୋଲିସ ପଚରାଉଚରା କରିଥିଲା । ତେବେ କୁନି ପୁଅଟି ଯାହା ଦେଖିଥିଲା ସବୁ ପୋଲିସ ଆଗରେ ବଖାଣିବା ସହ ପଡ଼ୋଶୀ ଘରର ଯୁବକଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଇଥିଲା । ତେବେ ଅଭିଯୁକ୍ତ ଜଣକ ଅଙ୍କିତ କୁମାର ବୋଲି ପୋଲିସ ସୂଚନା ଦେଇଛି । ଯୁବତୀ ଜଣକ ଏକାଦଶ ଶ୍ରେଣୀରେ ଛାତ୍ରୀ ।

କୁନି ପୁଅର ଅଭିଯୋଗ ଅନୁଯାୟୀ, ଘରେ କେହି ନଥିବାର ସୁଯୋଗ ନେଇ ଅଙ୍କିତ ଘରକୁ ଆସିଥିଲା । ପରେ ଯୁବତୀଙ୍କ ସହ ଦୁର୍ବ୍ୟହାର କରିଥିଲା। ଯାହାକୁ କୁନି ଭାଇ ବିରୋଧ କରିଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇପଡ଼ିଥିଲା ଅଙ୍କିତ । ଆଉ ଯୁବତୀଙ୍କ ଉପରେ କିରାସିନ୍‌ ଢ଼ାଳି ନିଆଁ ଲଗାଇଦେଇଥିଲା । ଅଙ୍କିତ ଅନେକ ଥର ଏହି ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲା । କିନ୍ତୁ ଯୁବତୀ ଜଣକ ରାଜି ହେଉନଥିଲେ ।