କଟକର ବହୁଚର୍ଚ୍ଚିତ ଭଣ୍ଡ ମୌଲାନା କୈଫି ଖାନର ଫିଟୁଛି ମହାଗୁମର । ଗୁପ୍ତଧନ ଖୋଳିବା ଏବଂ ଭୂତକୁ ଛଡ଼ାଇବାର ଭାଣ୍ଡାମି କରି ଲୋକଙ୍କୁ ଭୂଆଁ ବୁଲାଇଥିବା କୈଫି ଖାନ ବିରୋଧରେ ସାମ୍ନାକୁ ଆସିଲାଣି ଛଅ ଛଅଟି ମାମଲା ।
ଗୁପ୍ତଧନ ଓ ଭୂତ ଛଡ଼ାଇବାର ଭାଣ୍ଡାମି କରି ଲଗାଉଥିଲା ଚୂନା । ସାମ୍ନାକୁ ଆସିଲାଣି ୬ଟି ମାମଲା, ଦେଢ଼ କୋଟିର ମିଳିଛି ହିସାବ । ୪ ଦିନିଆ ପୋଲିସ ରିମାଣ୍ଡରେ ଗଲା ଭଣ୍ଡ ମୌଲାନା କୈଫି ଖାନ୍ ।
ଦେଢ଼ମାସର ଲୁଚକାଳି ପରେ ରାଘବ ଜେନା ଗିରଫ । ଫୁଙ୍ଗୁଳା ଦେହରେ ଚଲେଇ ଚଲେଇ କୋର୍ଟଚାଲାଣ ।
ଢେଙ୍କାନାଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଦେହ ବ୍ୟବସାୟ । ଢେଙ୍କାନାଳରୁ କଲିକତା ଯାଏଁ ଲମ୍ବିଛି ଏହି ସେକ୍ସ କାରବାରର ଚେର । ପୁଲିସ ଆଖିରେ ଧୂଳିଦେଇ ସହର ଭିତରେ ଆଉ ଜାତୀୟ ରାଜପଥ କଡରେ ଖୁଲମଖୁଲା ଚାଲିଛି ସେକ୍ସ ରାକେଟ । ଆଉ ଏହି ଦେହ ବ୍ୟବସାୟର ମାଷ୍ଟରମାଇଣ୍ଡ ସାଜିଛନ୍ତି ଢେଙ୍କାନାଳ ଓ ଆଠଗଡ ଅଞ୍ଚଳର କିଛି ପୁରୁଷ ଓ ମହିଳା । ସହରର ଆଖପାଖ ଅଞ୍ଚଳ, ବାଲେଶ୍ଵର ଏପରିକି କଲିକତା ହାଇଦ୍ରାବାଦ ଅଞ୍ଚଳରୁ କିଛି ଦେହଜୀବୀଙ୍କୁ ନେଇ ବେଧଡକ ଚାଲିଛି ଏହି ସେକ୍ସ ରାକେଟ । ଆଉ ଅଭିଯୋଗ ପାଇବା ପରେ ରେଡ କରୁଛି ପୋଲିସ । ଫଳରେ ଶାନ୍ତିର ସହର ଢେଙ୍କାନାଳ ଏବେ ଦିନକୁ ଦିନ ଅଶାନ୍ତ ହୋଇ ପଡିଥିବା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ
ସେକ୍ସ ରାକେଟ୍ ଚାଲୁଥିବା ବେଳେ ଜଣେ କଲିକତାର ଯୁବତୀଙ୍କ ସହ ଆଠଗଡ ଅଞ୍ଚଳର କିଙ୍ଗପିନ ମହିଳାଙ୍କୁ ଧରିବା ସହ ଚାରିଜଣ ଗ୍ରାହକଙ୍କୁ ମାଡି ବସିଥିଲା ପୋଲିସ । ସେମାନଙ୍କଠାରୁ କିଛି ନଗଦ ଟଙ୍କା ସହିତ ଆପତ୍ତିଜନକ ସାମଗ୍ରୀ ଓ ଦୁଇଟି ବାଇକ ମଧ୍ୟ ଜବତ ହୋଇଛି
ଗୁଳିରେ କିଛି ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ ହୋଇଛି । ଏହି ଗୁଳିକାଣ୍ଡରେ ଏବେ ସୁଦ୍ଧା ୯ ଜଣଙ୍କ ମୃତ୍ୟୁ ହୋଇଥିବା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରକୃତ କଲ୍ ଏବଂ AI ଦ୍ୱାରା ନିର୍ମିତ ନକଲି ଭଏସ୍ କଲ୍ ମଧ୍ୟରେ ପାର୍ଥକ୍ୟ ଜାଣିବା ଅସମ୍ଭବ । ସର୍ଭେ କରାଯାଇଥିବା ରିପୋର୍ଟ ଆଧାରରେ ଏହି ନକଲି ଭଏସ୍ କଲ୍ ଯୋଗୁଁ ୮୩ ପ୍ରତିଶତ ଭାରତୀୟ ଟଙ୍କା ହରାଇଛନ୍ତି ।
ଜଣେ ମନ୍ଦିର ପୁରୋହିତ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ପୁରୋହିତଙ୍କ ନାଁ ରାମ ଶଙ୍କର ଦାସ । ତାଙ୍କ ବୟସ ୨୮ ବର୍ଷ ହୋଇଥିବାବେଳେ, ସେ ତାଙ୍କ ଆତ୍ମହତ୍ୟାର ଭିଡିଓ ଫେସବୁକରେ ଲାଇଭ୍ କରିଥିଲେ ।
ତିହାର ଜେଲ୍ରେ ଗ୍ୟାଙ୍ଗୱାର୍। ଏହି ଗ୍ୟାଙ୍ଗୱାର୍ରେ ଦିଲ୍ଲୀର ଟପ୍ ମୋଷ୍ଟ ଗ୍ୟାଙ୍ଗଷ୍ଟର ଟିଲ୍ଲୁ ତାଜାପୁରିଆକୁ ହତ୍ୟା କରାଯାଇଛି।
ରାତିରେ ଖାଇ ସାରିବା ପରେ ଘରେ ଶୋଇବାକୁ ଯାଇ ଆଶ୍ଚର୍ଯ୍ୟଜନକ ଭାବେ ଆତ୍ମହତ୍ୟା କରିଛନ୍ତି ଅତୁଲ। ହେଲେ ତାଙ୍କ ଆତ୍ମହତ୍ୟାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ।
ବାଲେଶ୍ୱର ସିମୁଳିଆ ଥାନା ଅଧିନ ପୁରୁଷୋତ୍ତମ ଗ୍ରାମପଞ୍ଚାୟତର ପ୍ରମିଳା ସାହୁ ନାମକ ଜଣେ ମହିଳା ଛେଳି ପାଳିଥିଲେ । ଗତ ୨୭ ତାରିଖରେ ଛେଳି ବିକ୍ରି କରିବା ଲାଗି ନିଷ୍ପତ୍ତି ନେଇଥିଲେ ପ୍ରମିଳା । ହେଲେ ସେ ଜାଣିବାକୁ ପାଇଥିଲେ ଗୁହାଳରୁ ତାଙ୍କ ଛେଳିକୁ କୌଣସି ଦୁର୍ବୃତ୍ତ ଚୋରିକରି ନେଇଯାଇଥିଲେ।
ବାଲେଶ୍ୱର ସିମୁଳିଆ ଥାନା ଅଧିନ ପୁରୁଷୋତ୍ତମ ଗ୍ରାମପଞ୍ଚାୟତର ପ୍ରମିଳା ସାହୁ ନାମକ ଜଣେ ମହିଳା ଛେଳି ପାଳିଥିଲେ । ଗତ ୨୭ ତାରିଖରେ ଛେଳି ବିକ୍ରି କରିବା ଲାଗି ନିଷ୍ପତ୍ତି ନେଇଥିଲେ ପ୍ରମିଳା । ହେଲେ ସେ ଜାଣିବାକୁ ପାଇଥିଲେ ଗୁହାଳରୁ ତାଙ୍କ ଛେଳିକୁ କୌଣସି ଦୁର୍ବୃତ୍ତ ଚୋରିକରି ନେଇଯାଇଥିଲେ।
ବଡ଼ବିଲ ୱାର୍ଡ ନଂ-୬ ମିନି ଟାୱାର ନିକଟରେ ଗୁଳିମାଡ଼
ପୂର୍ବରୁ ବ୍ୟକ୍ତି ଜଣକ କହିଥିଲେ, ସେ ମହିଳାଙ୍କ ଝିଅକୁ ପାଠପଢ଼ାଇବେ । ତେଣୁ ସେ ତାଙ୍କୁ ଘରେ ରଖିଛନ୍ତି । ହେଲେ ଝିଅକୁ ପାଠ ପଢ଼ାଇବା ପରିବର୍ତ୍ତେ ତାଙ୍କୁ ବିବାହ କରିଥିଲେ । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ।
ସାମ୍ନାକୁ ଆସିଲା ମାଓ କ୍ୟାମ୍ପର କଳାକାହାଣୀ । ବାହା ହେବାକୁ ଦିଆଯାଉଥିଲା ଅନୁମତି , ପିଲା ଜନ୍ମ କରିବା ପୂର୍ବରୁ ଦମ୍ପତିଙ୍କର ହେଉଥିଲା ବନ୍ଧ୍ୟାକରଣ । ଆତ୍ମସମର୍ପଣ ପରେ ଖୋଲିଲା ଗୁମର
ମହିଳା ଜଣଙ୍କ ହେଉଛନ୍ତି ଇଗିନେସ ବାଘୱାର । ଘର ଆସାମରେ। ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଘୋଡ଼ାପଲାଣ ଗ୍ରାମର ସିମାଞ୍ଚଳ ଗୌଡ଼ଙ୍କ ପୁଅ ସଦାନନ୍ଦ ଗୌଡ଼ଙ୍କ ସହିତ ୨୦୨୧ ମସିହାରେ ମୁମ୍ବାଇରେ କୋର୍ଟ ମ୍ୟାରେଜ କରିଥିଲେ ଇଗିନେସ୍
ସଭାରେ ସତ କହିଦେଲେ ସମିତିସଭ୍ୟ । ରାଗିପାଚି ଲାଲ୍ ହୋଇଗଲେ ବିଜେଡି ବିଧାୟିକା । ଚୁପ୍ ରହିବାକୁ ତାଗିଦ୍ କଲେ, ଗେଟ୍ ଆଉଟ୍ ବି କହିଲେ । ଭାଇରାଲ ହେଲା ଭିଡିଓ
ସାମ୍ନାକୁ ଆସିଲା ମାଓ କ୍ୟାମ୍ପର କଳାକାହାଣୀ । ବାହା ହେବାକୁ ଦିଆଯାଉଥିଲା ଅନୁମତି , ପିଲା ଜନ୍ମ କରିବା ପୂର୍ବରୁ ଦମ୍ପତିଙ୍କର ହେଉଥିଲା ବନ୍ଧ୍ୟାକରଣ । ଆତ୍ମସମର୍ପଣ ପରେ ଖୋଲିଲା ଗୁମର
ସ୍ୱାମୀ ନାଁରେ କଳଙ୍କ । ନିଜ ନାବାଳିକା ସ୍ତ୍ରୀକୁ ମାରି ପକାଇଲା . .
ନିଶା ସେବନ ପାଇଁ ଟଙ୍କା ନଦେବାରୁ ବୃଦ୍ଧ ବାପାକୁ ପିଟି ପିଟି ମାରି ଦେଲା ପୁଅ। କଟକ ଜିଲ୍ଲା ଆଠଗଡ଼ ଥାନା ବେଣ୍ଟପଦା ଗାଁରେ ଘଟିଛି ଏହି ଘଟଣା।
ନକ୍ସଲଙ୍କ ଲାଗି ବଟି ଆଦାୟ କରୁଛନ୍ତି ବିଜେଡି ନେତା । ପ୍ରତିମାସ ମାଲିକ ଦେଉଛନ୍ତି ୫ ହଜାର ! ବର୍ଷେ କି ୨ ବର୍ଷ ନୁହେଁ ବରଂ ୪୦ ବର୍ଷର ହିସାବ ମାଗିଲା ବେଳକୁ କୁନ୍ଥୁକୁନ୍ଥୁ ହେଉଛନ୍ତି ବିଜେଡି ନେତା ଏନ.ଭାସ୍କର ରାଓ
ବାଲିଘାଟରେ ବନ୍ଧୁକ ଦେଖାଇ ଦାଦାଗିରି ବେଳେ ମାଡ଼ି ବସିଲା ପୋଲିସ୍। ବନ୍ଧୁକ ଓ କାର୍ ଜବତ କରି ସମ୍ପୃକ୍ତ ଯୁବକଙ୍କୁ ପୋଲିସ୍ ଅଟକ ରଖିଛି।
ନିଜକୁ ମୌଲାନା କହି ଲୋକଙ୍କ ଘରେ କଳା କନା ବୁଲାଉଥିବା କଟକର ଠକ ୪୨୦ କୈଫ ଖାନ୍ ବିରୋଧରେ ଲମ୍ବୁଛି ଅଭିଯୋଗର ଫର୍ଦ୍ଦ । ଗୁପ୍ତଧନ ଦେବାକୁ କହି ମହିଳାଙ୍କୁ ୬୨ ଲକ୍ଷ ଚୂନା ଆରୋପ ପରେ ସାମ୍ନାକୁ ଆସିଲା ଆଉ ୨ ସଙ୍ଗୀନ ମାମଲା। ଏପଟେ କୈଫ୍ ଲୋକଙ୍କୁ ଠକି ସେୟାର ମାର୍କେଟରେ ନିବେଶ ସାଙ୍ଗକୁ ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ପୋଲିସ ଜାଣିବାକୁ ପାଇଛି
ପ୍ରଭାବଶାଳୀ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ପୂରିଲା ୩ ମାସ। କାରଣ ଜାଣିବାକୁ କ୍ରାଇମବ୍ରାଞ୍ଚ ତଦନ୍ତଠୁ ଆମେରିକୀୟ ତଦନ୍ତକାରୀ ସଂସ୍ଥା FBI ଯାଏଁ କଥା ଉଠିଲା। ହେଲେ କାଣିଚାଏ ବି ଜଣାପଡ଼ିଲାନି, ଏହି ଜଘନ୍ୟ ଅପରାଧ ପଛର ସତ କ’ଣ। କାହିଁକି ମାରିଲା ଅଭିଯୁକ୍ତ ଗୋପାଳ ଦାସ, ତା’ ମନକଥା ପଢ଼ିବାକୁ କେତେ କ’ଣ ପଦକ୍ଷେପ ନିଆଗଲା। ହେଲେ ହତ୍ୟାର କାରଣକୁ ନେଇ ଅସମ୍ଭବ ନୀରବତା ଅବଲମ୍ବନ କରୁଛି ପୋଲିସ। ଭଗବାନ ଭରସାରେ ଥିବା ଝିଅ ଦିପାଳୀ ବି ହତ୍ୟାକାଣ୍ଡକୁ ବିଧିର ବିଧାନ କହି ଏଡ଼ାଇ ଯାଉଥିବାବେଳେ ଏହାକୁ କିନ୍ତୁ ପ୍ରସଙ୍ଗ କରିଛନ୍ତି ବିରୋଧୀ।
ହୀରା ବ୍ୟବସାୟ ନାଁରେ କଟକର ମହିଳାଙ୍କୁ ୧୫ ଲକ୍ଷର ଚୂନା । ଥାନାରେ ଆଉ ଦୁଇ ମାମଲା ପରେ ପୋଲିସର ତନାଘନା ।