ଆଜିକାଲି ପରକୀୟା ପ୍ରୀତିକୁ ନେଇ ଅନେକ ଖବର ନଜର ଆସୁଛି। ଏମିତି ରଙ୍ଗେ ହାତ୍ରେ ଧରା ପଡ଼ିବାପରେ ସ୍ୱାମୀ-ସ୍ତ୍ରୀ ମାରପିଟ୍ ହେଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କିନ୍ତୁ ଏଠି ପ୍ରସଙ୍ଗ ସମ୍ପୂର୍ଣ୍ଣ ଅଲଗା।
ପାକ୍ ଆତଙ୍କୀ ଲିଙ୍କ୍ ମାମଲାରେ ଅଭିଜିତ ଜମ୍ବୁରେକୁ NIA ଜେରା କରିଛି। OTP ଶେୟାରିଂ ମାମଲାରେ ଅଭିଯୁକ୍ତ ଅଭିଜିତ ଜମ୍ବୁରେରକୁ ଏନ୍ଆଇଏ ଜେରା କରିଛି।
୧୩ ମାସର ଛୁଆ ଉପରେ କାର୍ ଚଢ଼ାଇ ଦେଲା ମା’। ଏଥିରେ କଅଁଳ ଶିଶୁର ମୃତ୍ୟୁ ହୋଇଛି।
ଓଡ଼ିଆ ଯୁବକଙ୍କ ମାଧ୍ୟମରେ ଦେଶରେ ବଡ଼ ଅଘଟଣ ଘଟାଇବାକୁ ଷଡ଼ଯନ୍ତ୍ର କରିଥିଲା କି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ? OTP ସେୟାରିଂକୁ ଅସ୍ତ୍ର କରି ଦେଶବ୍ୟାପି କାୟା ମେଲାଇବାକୁ ISI ବଡ଼ ଷଡ଼ଯନ୍ତ୍ର ରଚୁଛି କି ? କାରଣ, ରାଜ୍ୟର ବହୁଚର୍ଚ୍ଚିତ OTP ସେୟାରିଂ ମାମଲା ସହ ଆତଙ୍କୀ ଲିଙ୍କର ଖୋଳତାଡ଼ କରୁ କରୁ ପୁଣେରୁ ଧରାପଡ଼ିଛି ଜଣେ ଅଭିଯୁକ୍ତ। ଯାହାକୁ କ୍ରାଇମବ୍ରାଞ୍ଚ STF ସହ ଆଣ୍ଟି ଟେରରିଷ୍ଟ ସ୍କ୍ବାଡ୍-ATS ଏବଂ ଗୁଇନ୍ଦା ସଂସ୍ଥା ମାରାଥନ ଜେରା କରୁଛନ୍ତି। ଆଶଙ୍କା ରହୁଛି, ଆଗକୁ ବିସ୍ଫୋରକ ତଥ୍ୟ ସାମ୍ନାକୁ ଆସିପାରେ।
ସାମ୍ନାକୁ ଆସିଛି ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIର ବଡ଼ ଲିଙ୍କ୍। ଓଡ଼ିଶା ଆସି ଘାଣ୍ଟୁଛି ଆଣ୍ଟି ଟେରୋରିଷ୍ଟ ସ୍କ୍ବାଡ୍-ATS ଏବଂ ଗୁଇନ୍ଦା ସଂସ୍ଥା। କ୍ରାଇମବ୍ରାଞ୍ଚ STF ହାତରେ ଧରାପଡ଼ିଥିବା ଜଣେ ସନ୍ଦିଗ୍ଧଙ୍କୁ ଧରି ଚଳାଇଛି ମାରାଥନ୍ ଜେରା।
ସାଇବର ଲୁଟେରାଙ୍କ ମାୟା ଜାଲରେ କଟକର ଦୁଇ ଯୁବ ଇଞ୍ଜିନିୟର। କ୍ରିପ୍ଟୋ କରେନ୍ସି ଲୋଭ ଯୋଗୁ ଖାଲି ହୋଇଗଲା ଆକାଉଣ୍ଟ।
STF କାର୍ଯ୍ୟାଳୟରେ ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜୁମ୍ବେରକୁ ATS କରିବ ଜେରା ।
ଗ୍ରୀଲ୍ ତାଡ଼ି ୨ ଭରି ସୁନା ଓ ୪ ଲକ୍ଷ ଟଙ୍କା ଲୁଟିଲେ । ସିସିଟିଭିରେ କଏଦ୍ ଚୋରି କରି ଖସି ପଳାଉଥିବାର ଦୃଶ୍ୟ ।
ମୋତେ ଆୟକର ବିଭାଗ କିଛି ପ୍ରଶ୍ନ କରିନି କହିଲେ ଜଗଦୀଶ । ଏଯାଏଁ ଜବତ ହେଲାଣି ୩୨ କୋଟିରୁ ଅଧିକ ଟଙ୍କା ।
ଚାରି ଦିନର ଚଢାଉ ପରେ ବି ହିସାବ ମିଳୁନି। ଜବତ ୩୨ କୋଟିରୁ ଅଧିକ ଟଙ୍କାର ଉତ୍ସ ଖୋଜିବାକୁ ଜାରି ରହିଛି ଆୟକର ବିଭାଗର ଘନ ଘନ ରେଡ୍। ଆଜି ଡିଏନ୍ ଗ୍ରୁପ୍ ମୁଖ୍ୟ ଜଗଦୀଶ ନାୟକଙ୍କୁ ମାରାଥନ୍ ଜେରା କରିଛନ୍ତି ଆୟକର ଟିମ୍ । କମ୍ପାନୀର ଲିଗାଲ ଅଫିସର କୁହାଯାଉଥିବା ଚନ୍ଦ୍ରଶେଖର ପଣ୍ଡାଙ୍କ ସହ ଜଗଦୀଶଙ୍କୁ ସାମ୍ନାସାମ୍ନି ବସାଇ ପ୍ରଶ୍ନ କରାଯାଇଛି।
ବାହାନଗା ଟ୍ରେନ୍ ଟ୍ରାଜେଡି ପଛର ସତ କ’ଣ ? ରେଳ କର୍ମଚାରୀଙ୍କ ବ୍ୟକ୍ତିଗତ ଅବହେଳା ନା ସୁପରିକଳ୍ପିତ ଷଡ଼ଯନ୍ତ୍ର ? ନା ରହିଛି ବାହ୍ୟଶକ୍ତିର ସମ୍ପୃକ୍ତି ? କାହିଁକି ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ ଗିରଫ ୩ ଅଭିଯୁକ୍ତ ? ମାସାଧିକକାଳ ତଦନ୍ତ ପରେ ଗତକାଲି ୩ ରେଳ କର୍ମଚାରୀ- ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମୀର ଖାନ୍ ଓ ଟେକ୍ନିସିଆନ ପପୁ କୁମାରଙ୍କୁ ଗିରଫ କରି ୫ ଦିନିଆ ରିମାଣ୍ଡରେ ନେଇ ଖୋଳତାଡ଼ ଆରମ୍ଭ କରିଛି ସିବିଆଇ।
DN ଗ୍ରୁପ ମୁଖ୍ୟ ଜଗଦୀଶ ନାୟକଙ୍କୁ ମାରାଥନ ଜେରା । ଏପଟେ ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ ।
ରିମାଣ୍ଡରେ ନେଇ ଚନ୍ଦକା ଥାନାରେ ସିବିଆଇର ଖୋଳତାଡ଼ । ଏଣେ କର୍ମଚାରୀଙ୍କ ତ୍ରୁଟି ନା ଅନ୍ତର୍ଘାତୀ ପ୍ଲାନ୍ ।
ନବେ ଫୁଟ ଲମ୍ବ ତଥା ଛଅ ହଜାର କେଜି ଓଜନ ବିଶିଷ୍ଟ ଲୁହା ବ୍ରିଜକୁ ଲୁଟିନେଇଛନ୍ତି ଲୁଟେରେ। ଶେଷରେ ବହୁ ଖୋଳତାଡ଼ ପରେ ପୋଲିସ୍ ୪ ଲୁଟେରାଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।
ଡିଏନ୍ ଗ୍ରୁପ୍ ମୁଖ୍ୟ ଜଗଦୀଶ ନାୟକଙ୍କୁ ଆୟକର ବିଭାଗର ଟିମ୍ ପଚରାଉଚରା କରିଛନ୍ତି। ଲଗାତାର ୪ ଦିନ ଧରି ଡିଏନ୍ ଗ୍ରୁପ୍ ଉପରେ ଚଢ଼ାଉ ଓ ତଦନ୍ତ ପରେ ଆଜି ମାଲିକଙ୍କୁ ପଚରାଉଚରା କରିଛି ଆୟକର ବିଭାଗର ଟିମ୍।
ପିଙ୍କ୍ ହ୍ୱାଟ୍ସଆପ୍ ହେଉଛି ସାଇବର ଠକଙ୍କ ଏକ ନୂଆ କୌଶଳ। ଯଦି ଆପଣଙ୍କ ମୋବାଇଲକୁ ହ୍ୱାଟ୍ସଆପ୍ ଅପଡେଟ୍ କରିବାକୁ ଲିଙ୍କ୍ ଆସୁଛି, ତେବେ ଭୁଲ୍ରେ ବି ସେହି ଲିଙ୍କ୍ରେ କ୍ଲିକ୍ କରନ୍ତୁ ନାହିଁ।
ପାକିସ୍ତାନୀ ମହିଳା ଗୁପ୍ତଚର ଏଜେଣ୍ଟଙ୍କ ପ୍ରତି ଆକର୍ଷିତ ହୋଇ ଡିଆର୍ଡିଓ(DRDO) ବୈଜ୍ଞାନିକ ପ୍ରଦୀପ କୁରୁଲକର ଗୁପ୍ତତଥ୍ୟ ଶେୟାର କରିଥିବା ଜଣାପଡ଼ିଛି।
ଘଟଣାସ୍ଥଳରୁ ହତ୍ୟାକାରୀ ସ୍ୱାମୀ ପୂର୍ଣ୍ଣ ପ୍ରଧାନ ଫେରାର ହୋଇଯାଇଛି । ଜହ୍ନ।ପଙ୍କ ଫାଣ୍ଡି ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।
ଆଜି CBI ଟିମ୍ ଚନ୍ଦକା ଥାନାରେ ପହଞ୍ଚିଛି । ସୂଚନା ଅନୁସାରେ CBI ପକ୍ଷରୁ ୫ ଜଣିଆ ଟିମ୍ ଚନ୍ଦକା ଥାନାରେ ପହଞ୍ଚି ୩ ଅଭିଯୁକ୍ତଙ୍କୁ ପଚରାଉଚରା କରିବ ।
ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ମତଦାନ ଜାରି ରହିଛି। ୩ ଜଣ ଟିଏମ୍ସି(TMC) କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମତଦାନର କିଛି ଘଣ୍ଟା ପୂର୍ବରୁ ଏହି ଘଟଣା ଘଟିଛି।
ବିଧାୟକଙ୍କ ଆସନରେ ବସିଥିବା ସମୟରେ ତାଙ୍କୁ ଏ ନେଇ ପଚରାଉଚରା କରାଯିବା ସହ ଗିରଫ କରିଛି ପୋଲିସ ।
ସିସୋଦିଆଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ୫୨ କୋଟିର ସମ୍ପତ୍ତି ଆଟାଚ୍ କରିଛି ଇଡି ।
ସିବିଆଇ ପକ୍ଷରୁ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପ୍ରଥମେ ମେଡିକାଲ ଚେକ୍ ଅପ୍ କରାଯାଇଥିଲା । କଡ଼ା ସୁରକ୍ଷାରେ ଭୁବନେଶ୍ୱର ସିବିଆଇ ଅଫିସରୁ ୩ ଅଭିଯୁକ୍ତଙ୍କୁ କ୍ୟାପିଟାଲ ହସପିଟାଲ ଅଣାଯାଇଥିଲା ।
ତିନି ଦିନ ବିତିଲା। ତଥାପି ସରୁନି DN ସାମ୍ରାଜ୍ୟ ଉପରେ ଇନ୍କମ୍ ଟ୍ୟାକ୍ସ ରେଡ୍ । ୧୦୫ କୋଟିର ବ୍ୟାବସାୟିକ ଦସ୍ତାବିଜ ଓ ଜବତ ୩ ଟ୍ରଙ୍କ୍ ଟଙ୍କାକୁ ନେଇ ଚାଲିଛି ତନାଘନା । ଏତେ ପରିମାଣର ଟଙ୍କା କାହାର, କଂପାନୀର ଜଣେ କର୍ମଚାରୀଙ୍କ ଘରେ କାହିଁକି ଲୁଚାଇ ରଖାଯାଇଥିଲା, ତାକୁ ନେଇ ଚାଲିଛି ଖୋଳତାଡ଼ । ତା ସହିତ ବଡ଼ ପ୍ରଶ୍ନ DN ସାମ୍ରାଜ୍ୟ ପଛରେ ପ୍ରଭାବଶାଳୀ ପୃଷ୍ଠପୋଷକ କିଏ ? କାହିଁକି ଆକ୍ସନ ମୋଡକୁ ଆସୁନି ORERA ।
ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟରେ ସେମାନଙ୍କୁ ହାଜର କରାଯାଇଛି ସିବିଆଇ । କଡ଼ା ସୁରକ୍ଷା ଭିତରେ ସିବିଆଇ ଅଫିସ୍ରୁ ୩ ଅଭିଯୁକ୍ତଙ୍କୁ ନିଆଯାଇ ପ୍ରଥମେ ସେମାନଙ୍କ ମେଡିକାଲ ଚେକ୍ଅପ କରାଯାଇଥିଲା ।