Advertisment

Vastu Tips: ସାବଧାନ ! ଆପଣ ଆଲମିରାରେ ମିରର୍ ଲଗାଇଛନ୍ତି କି...ଆସିବ ଏହି ବିପଦ...

ଡୋରରେ ମିରର୍‌ ଲଗାଇଲେ ଘର ଉପରେ ଏହାର ନକରାତ୍ମକ ପ୍ରଭାବ ପଡ଼ିଥାଏ। ଏହାଦ୍ୱାରା ଆପଣଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଏ। ଏଥିଯୋଗୁ ଆପଣଙ୍କ ଆୟର ସ୍ରୋତ ବି ପ୍ରଭାବିତ ହୋଇପାରେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Vastu Tips

Vastu Tips

ଆଲମିରାକୁ ସାଧାରଣତଃ କପଡ଼ା ରଖିବାକୁ ବ୍ୟବହାର କରାଯାଏ। ଆଉ ମିରର୍‌କୁ ଆମେ ମୁହଁ ଦେଖିବାକୁ ବ୍ୟବହାର କରିଥାଉ। ଉଭୟଙ୍କ ଗୁଣ ସମ୍ପୂର୍ଣ୍ଣ ଅଲଗା। ଏପରି ସ୍ଥିତିରେ ଘରେ ଜାଗା ସମସ୍ୟା ଦେଖାଦେଲେ ଆମେ ଏହି ଦୁଇଟିକୁ ମିଶାଇ ରଖି ଦେଇଥାଉ। ଅର୍ଥାତ ଆଲମିରା ଡୋରରେ ମିରର୍‌କୁ ଲଗାଇ ଦେଇଥାଉ।

Advertisment

ଏହାଦ୍ୱାରା ଘରେ ଜାଗା ସମସ୍ୟାରୁ ଆମେ ବଞ୍ଚି ଯାଇପାରୁ, କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ ଏହା କେତେ ଠିକ୍‌ ତାହା ଜାଣିଛନ୍ତି କି? ଏହା ଦ୍ୱାରା ଆପଣଙ୍କ ଘର ଉପରେ ନକରାତ୍ମକ ପ୍ରଭାବ ପଡ଼ୁଛି କି ନାହିଁ  ? ଆସନ୍ତୁ ଜାଣିବା ସେ ବିଷୟରେ ଜାଣିବା।

ବାସ୍ତୁଶାସ୍ତ୍ର ଅନୁଯାୟୀ, ଆଲମିରାକୁ ଘରର ଦକ୍ଷିଣ ବା ପଶ୍ଚିମ ଦିଗରେ ରଖିବା ଉଚିତ। ଅପରପକ୍ଷେ, ମିରର୍‌କୁ ରଖିବା ପାଇଁ ପୂର୍ବ କିମ୍ବା ଉତ୍ତର ଦିଗ ସବୁଠୁ ଭଲ ।

Advertisment

ତେଣୁ ଆଲମିରା ଡୋରରେ ମିରର୍‌କୁ ଲଗାଇଲେ ଘର ଉପରେ ଏହାର ନକରାତ୍ମକ ପ୍ରଭାବ ପଡ଼ିଥାଏ। ଏହାଦ୍ୱାରା ଆପଣଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଥାଏ। ଏଥିଯୋଗୁ ଆପଣଙ୍କ ଆୟର ସ୍ରୋତ ବି ପ୍ରଭାବିତ ହୋଇପାରେ।

ବାସ୍ତୁଶାସ୍ତ୍ର ଅନୁଯାୟୀ, ଡାଇନିଂ ରୁମ୍‌ରେ ବଡ଼ ଆକୃତିର ମିରର୍‌ ଲଗାଇବାକୁ ଖୁବ୍‌ ଭଲ ବୋଲି କୁହାଯାଇଥାଏ । ଏହା ଘରେ ପଜିଟିଭ ଏନର୍ଜୀ ଭରି ଦେଇଥାଏ।

ଏହାବାଦ ଆପଣଙ୍କ ରୋଷେଇ ଘର ପଶ୍ଚିମମୁଖୀ ହୋଇଥିଲେ ଏହାର ଅପର ପାର୍ଶ୍ୱରେ ଅର୍ଥାତ ପୂର୍ବ ଦିଗରେ ଏକ ଗୋଲ ମିରର୍‌ ଲଗାନ୍ତୁ। ଏହାଦ୍ୱାରା ଆପଣଙ୍କ ରୋଷେଇ ଘରେ ଥିବା ସମସ୍ତ ବାସ୍ତୁ ଦୋଷ ଦୂର ହୋଇଯିବ ।

ଘରର କେଉଁ କୋଣରେ ଲଗାଇବେ ମିରର?

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରର ଦକ୍ଷିଣ, ପଶ୍ଚିମ ଦିଗ ନଚେତ ଆଗ୍ନେୟ ଓ ବାୟୁ କୋଣରେ ଥିବା କାନ୍ଥରେ ଆପଣ ମିରର୍‌ ଲଗାଇ ପାରିବେ। ଏହାବାଦ ଅନ୍ୟ ଦିଗରେ ମିରର୍‌ ଲଗାଇଲେ ଏହାର ନକରାତ୍ମକ ପ୍ରଭାବ ଘର ଉପରେ ପଡ଼ିପାରେ।

ଅଧିକ ପଢ଼ନ୍ତୁ: ଘରକୁ ବାରମ୍ବାର ଅତିଥି ଆସୁଛନ୍ତି ଆଉ ସବୁବେଳେ ରୋଷେଇ କରିବାକୁ ପଡୁଛି; ଜାଣନ୍ତୁ କାହିଁକି…

House Vastu Tips
Advertisment
Advertisment