• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶ୍ୱଶୁର ଘରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ନିଜ ଘରେ ସ୍ତ୍ରୀ ଓ ୨ ପିଲାଙ୍କୁ ନପାଇ ଶେଷରେ ଶ୍ୱଶୁରଙ୍କ ଉପରେ ଗୁଳି ଚଳାଇଛନ୍ତି ଜ୍ୱାଇଁ । ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ବନ୍ଧକାନୀ ଗାଁରେ ଏଭଳି ଘଟିଛି ଅଘଟଣ । ତେବେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ତାଙ୍କ ଶ୍ୱଶୁର । ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

ଅଭିଯୁକ୍ତ ଜ୍ୱାଇଁ ହେଲେ ବାଉରିଗୋଡାର ବେଦବ୍ୟାସ ଶବର । ପତ୍ନୀ ଓ ଦୁଇ ପିଲାଙ୍କୁ ଶ୍ୱଶୁର ଘର ଲୋକ ନେଇଯାଇଥିବା ସନ୍ଦେହ କରି ବନ୍ଧକାନୀକୁ ଯାଇଥିଲେ । ସେଠାରେ ପାଟିତୁଣ୍ଡ ହେବା ପରେ ଶ୍ୱଶୁର କୁଞ୍ଜବନ ରଣାଙ୍କୁ ଦେଶୀ ବନ୍ଧୁକରେ ଗୁଳି ଚଳାଇଥିଲେ । ସୌଭାଗ୍ୟକୁ ଅଳ୍ପକେ ବର୍ତ୍ତିଯାଇଛନ୍ତି କୁଞ୍ଜବନ । ଖବରପାଇ ମହୁଲପାଲି ପୋଲିସ ବେଦବ୍ୟାସଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

ତା’ସହ ତାଙ୍କ ଠାରୁ ଦେଶୀ ବନ୍ଧୁକ ଏବଂ ଗନପାଉଡରକୁ ଜବତ କରିଛି ପୋଲିସ । ...