Advertisment

ବାନ୍ଧବୀ ସାଜିଲା ବଇରୀ: ଭାଇରାଲ୍‌ କଲା ଲୁଗା ପିନ୍ଧେଇବାର ଫଟୋ...

ବାନ୍ଧବୀ ସାଜିଲା ବଇରୀ। ଲୁଗା ପିନ୍ଧେଇ ଦେବାର ଆଳ କରି ନିଜ ବାନ୍ଧବୀର ଫଟୋ ଉଠାଇ ପରେ ସେହି ଫଟୋକୁ ଆଉ ଜଣେ ବାନ୍ଧବୀ ଭାଇରାଲ୍‌ କରିଥିବା ଅଭିଯୋଗ ହୋଇଛି।

author-image
Rajalaxmi Sahoo
Cuttack girl kills self after friend blackmails to make private pictures public

Cuttack girl kills self after friend blackmails to make private pictures public

ବାନ୍ଧବୀ ସାଜିଲା ବଇରୀ। ଲୁଗା ପିନ୍ଧେଇ ଦେବାର ଆଳ କରି ନିଜ ବାନ୍ଧବୀର ଫଟୋ ଉଠାଇ ପରେ ସେହି ଫଟୋକୁ ଆଉ ଜଣେ ବାନ୍ଧବୀ ଭାଇରାଲ୍‌ କରିଥିବା ଅଭିଯୋଗ ହୋଇଛି। ଯୁବତୀ ଜଣକ ଫଟୋ ଗୁଡ଼ିକୁ ନିଜ ପୁରୁଷ ବନ୍ଧୁଙ୍କ ସମେତ ଆଉ କିଛି ବ୍ୟକ୍ତିଙ୍କ ପାଖକୁ ପଠାଇଥିବା ଅଭିଯୋଗ ହୋଇଛି। ଆଉ ସେହି ଫଟୋକୁ ଭାଇରାଲ୍ କରିବାର ଧମକଚମକ ଦେବା ସହ ଟଙ୍କା ପାଇଁ ଜୁଲମ କରୁଥିବାରୁ ଏହାକୁ ସହିନପାରି ଶେଷରେ ପୀଡ଼ିତା ଯୁବତୀ ଜୀବନ ହାରିଛନ୍ତି। କଟକ ଜିଲ୍ଲା ମାହାଙ୍ଗା ଥାନା ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି।

Advertisment

ଅଭିଯୋଗ ଅନୁଯାୟୀ, ମୃତ ଯୁବତୀ ହେଲେ ମାହାଙ୍ଗା ଅଞ୍ଚଳର ଯୁକ୍ତ ତିନି ବିଜ୍ଞାନ ଛାତ୍ରୀ। ଛାତ୍ରୀ ଜଣକ ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିବା ବେଳେ ଯାଜପୁର ଜିଲ୍ଲା ଗଡ଼ମଧୁପୁରର ଅଞ୍ଚଳର ଜଣେ ଯୁବତୀ ସେଠାକୁ ଆସିଥିଲେ। ସେହି ସମୟରେ ସମ୍ପୃକ୍ତ ଛାତ୍ରୀଙ୍କ ବିବାହ ପ୍ରସ୍ତାବ ନେଇ କିଛି ବ୍ୟକ୍ତି ଆସିଥିବାରୁ ତାଙ୍କୁ ଲୁଗା ପିନ୍ଧେଇବାର ବାହାନା କରି କିଛି ଆପତ୍ତିଜନକ ଫଟୋ ଉଠାଇ ଦେଇଥିଲେ ଉକ୍ତ ଯୁବତୀ। 

ପରବର୍ତ୍ତୀ ସମୟରେ ଯୁବତୀ ଜଣକ ସେହି ଫଟୋ ଗୁଡ଼ିକୁ ନିଜ ପୁରୁଷ ବନ୍ଧୁଙ୍କ ସମେତ ଏକାଧିକ ବ୍ୟକ୍ତିଙ୍କୁ ପଠାଇ ଦେଇଥିଲେ। ଏହି ଫଟୋକୁ ଧରି ବିଭିନ୍ନ ସମୟରେ ବ୍ଲାକମେଲ୍ କରିବା ସହ ଛାତ୍ରୀଙ୍କୁ ଟଙ୍କା ଦାବି କରି ଆସୁଥିଲେ କିଛି ଯୁବକ। ଏପରିକି ଶାରୀରିକ ସମ୍ପର୍କ ରଖିବାକୁ ବି ଧମକ ଦେଉଥିଲେ। ଏଭଳି ଅତ୍ୟାଚାର ସହିନପାରି ଶେଷରେ ଛାତ୍ରୀ ଜଣକ ନିଜ ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

Advertisment

ଏ ସଂପର୍କରେ ମାହାଙ୍ଗା ଥାନାରେ ଏତଲା ପରେ ପୋଲିସ୍‌ ମୁଖ୍ୟ ଅଭିଯୁକ୍ତଙ୍କ ଯୁବତୀଙ୍କ ସମେତ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Viral Photo
Advertisment
Advertisment