Advertisment

ପରୀକ୍ଷାରେ ବିଫଳ ହେବାରୁ ଆତ୍ମହତ୍ୟା କଲେ ଛାତ୍ର, ପୁଅକୁ ହରାଇବା ଦୁଃଖରେ ବାପା ବି ଜୀବନ ହାରିଲେ

ଏପରି ଦୁଃଖ କାହାକୁ ନଦିଅନ୍ତୁ ଭଗବାନ୍ । ଗୋଟିଏ ଘରୁ ଦୁଇ ଦିନ ଭିତରେ ଦୁଇଟି କୋକେଇ ଉଠିଲା । NEET ପରୀକ୍ଷାରେ ଫେଲ୍ ହେବାରୁ ଆତ୍ମହତ୍ୟା କଲେ ଛାତ୍ର, ପୁଅ ମୃତ୍ୟୁରେ ଅଧୀର ହୋଇ ବାପା ବି ଜୀବନ ହାରିଲେ ।

author-image
Prangyan Parimita
ଅଦ୍ୟତନ ହୋଇଛି
tragic story

tragic story

ଅତ୍ୟଧିକ ପାଠ୍ୟକ୍ରମର ବୋଝ ବେଳେ ବେଳେ ଆତ୍ମହତ୍ୟାର କାରଣ ସାଜୁଛି । ଅନେକ ପିଲା ପରୀକ୍ଷାରେ ବିଫଳ ହେବା ପରେ କିମ୍ବା ପାଠପଢ଼ା ପରେ ଚାକିରି ଖଣ୍ଡେ ନପାଇ... ଜୀବନ ହାରି ଦେଉଛନ୍ତି । ଭବିଷ୍ୟତ ଚିନ୍ତା କରି କରି ନିଜେ ମୃତ୍ୟୁ ପରି ଚରମ ରାସ୍ତାକୁ ବାଛି ନେଉଛନ୍ତି । ନିକଟରେ ଏପରି ଏକ ହୃଦୟବିଦାରକ ଘଟଣା ଦେଖିବା ପାଇଁ ମିଳିଛି । ଚେନ୍ନାଇ ଅନ୍ତର୍ଗତ କ୍ରୋମପେଟ୍‌ ଅଞ୍ଚଳରେ ଜଣେ ୧୯ ବର୍ଷିୟ ଛାତ୍ର NEET ପରୀକ୍ଷାରେ ଫେଲ୍ ହେବାପରେ ଆତ୍ମହତ୍ୟା କରିଛନ୍ତି । ଆଉ ପୁଅର ମୃତ୍ୟୁକୁ ସହଜରରେ ଗ୍ରହଣ କରିନପାରି ଦିନକ ପରେ ଛାତ୍ରଙ୍କ ବାପା ମଧ୍ୟ ଆତ୍ମହତ୍ୟା କରି ଜୀବନ ହାରିଛନ୍ତି ।

Advertisment

ମୃତ ଛାତ୍ର ହେଉଛନ୍ତି ଜଗଦୀଶ୍ୱରନ୍‌। ୪୨୭ ନମ୍ବର ରଖି ଦ୍ୱାଦଶ ପାସ୍‌ କରିବା ପରେ ସେ ଡାକ୍ତରୀ ପଢ଼ିବା ପାଇଁ ମନ ବଳାଇଥିଲା । ହେଲେ ଦୁଇଥର ‘ନିଟ୍‌’ ପରୀକ୍ଷା ଦେଇଥିଲେ ସୁଦ୍ଧା ଆବଶ୍ୟକ ନମ୍ବର ରଖି ନପାରିବାରୁ ଅବସାଦଗ୍ରସ୍ତ ହୋଇ ପଡ଼ିଥିଲେ । ଡାକ୍ତରୀ ପାଠପଢ଼ା ସ୍ୱପ୍ନ ଅଧାରେ ରହିଯିବ ଚିନ୍ତା କରି ଏପରି ନିଷ୍ପତ୍ତି ନେଇଥିଲେ ।

ଗତ ଶନିବାର ଦିନ ତାଙ୍କ ବାପା ଯେତେ କଲ୍‌ କରିଥିଲେ ସୁଦ୍ଧା ସେ ତାହାର ଉତ୍ତର ଦେଇନଥିଲେ । ଜଗଦୀଶ୍ୱରନଙ୍କୁ ତାଙ୍କ ରୁମରେ ଫାଶୀ ଲଗାଇ ଝୁଲି ପଡ଼ିଥିବା ଦେଖିବାକୁ ମିଳିଥିଲା । ତୁରନ୍ତ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ଛାତ୍ରଙ୍କୁ ମୃତାବସ୍ଥାରେ ଡାକ୍ତରଖାନା ଅଣାଯାଇଥିବା ଡାକ୍ତର କହିଥିଲେ।

Advertisment

ଅନ୍ୟପଟେ ଘଟଣାସ୍ଥଳରୁ ପୁଲିସ କୌଣସି ସୁଇସାଇଡ୍‌‌ ନୋଟ୍ ପାଇ ନଥିଲେ ସୁଦ୍ଧା ପୁଅର ମୃତ୍ୟୁ ପାଇଁ ତାଙ୍କ ବାପା ସେଲବାସେକର, ନିଟ ପ୍ରଶାସନକୁ ଦାୟୀ କରିଥିଲେ। ଏପଟେ ପୁଅକୁ ହରାଇବା ପରେ ପାଗଳପ୍ରାୟ ହୋଇଯାଇଥିଲେ ତାଙ୍କ ବାପା ସେଲବାସେକର । ଶେଷରେ ସୋମବାର ଦିନ ସେ ମଧ୍ୟ ଫାଶୀ ଲଗାଇ ଜୀବନ ହରାଇଛନ୍ତି। ମୃତ୍ୟୁ ପୂର୍ବରୁ ସେଲବାସେକର୍‌ କହିଥିଲେ, ତାମିଲ୍‌ନାଡୁରୁ ନିଟ ପରୀକ୍ଷାକୁ ହଟାଇବା ଲାଗି ସେ ବିକ୍ଷୋଭ କରିବେ ।

ଏହି ଘଟଣା ପରେ ସମବେଦନା ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍‌ ଶିକ୍ଷାର୍ଥୀମାନଙ୍କୁ ଅନୁରୋଧ କରି କହିଛନ୍ତି .. ଏଭଳି ଚରମ ପଦକ୍ଷେପ ନେବା ଠିକ୍ ନୁହେଁ ।

NEET Tragic Story
Advertisment
Advertisment