ଶୁଭଲକ୍ଷ୍ମୀ ସୁଇସାଇଡ୍ ପରେ ଚେଇଁଲା ଅବକାରୀ ବିଭାଗ । ରାଜଧାନୀରେ ୮ରୁ ଅଧିକ ଡ୍ୟାନ୍ସ ବାର ଉପରେ ଅତର୍କିତ ରେଡ୍, ସମସ୍ତଙ୍କୁ ମାଗିଲା ମାସକର ସିସିଟିଭି ଫୁଟେଜ । ତେଣେ ବାର ମାଲିକ ସଂଘର ସଫେଇ, କିଛି ନିୟମ ଉଲଂଘନ କରିନୁ
Published By: Sarbeswar
Last updated: 13 August 2023, 08:50 PM IST
ବାପା-ମାଆ ଝଗଡ଼ା କଲେ। ନିଇତି ପାଟିତୁଣ୍ଡ, ମାରପିଟ୍ ବି ହେଲା। ପାରିବାରିକ କଳହ ଦିନକୁ ଦିନ ବଢିବାରେ ଲାଗିଲା। ଆଉ ଶେଷରେ ଏହି କଳହର କରୁଣ ପରିଣତି ଭୋଗୁଛି ୧୦ ମାସର କଅଁଳ ଶିଶୁ। କଟକରେ ୯ ମାସର ନିଷ୍ପାପ ଶିଶୁକୁ ଧରି ନଦୀକୁ ଡେଇଁ ପଡିଛି ବାପା। ତେବେ ଭାଗ୍ୟବଶତଃ ପିଲାଟି ବଂଚିଯାଇଛି। ବର୍ତ୍ତମାନ ଆଇସିୟୁରେ ତାର ଚିକିତ୍ସା ଚାଲିଛି। ସେପଟେ ପାଣିରେ ବୁଡି ନିଖୋଜ ବାପାର ଏଯାଏଁ ପତ୍ତା ମିଳିପାରିନି।