/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691833679.jpg)
Bolangir royal family’s daughter-in-law Adrija seeks police protection
ବିବାଦକୁ ନେଇ ଥାନାରେ ରାଜାଘର ବୋହୂ । ନିଜର ସୁରକ୍ଷା ଦାବି କରି ରାଜ ପରିବାରର ବୋହୂ ଅଦ୍ରିଜା ମଞ୍ଜରୀ ବଲାଙ୍ଗିର ଟାଉନ୍ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି । ଅର୍କେଶ ନାରାୟଣ ସିଂଦେଓଙ୍କ ପତ୍ନୀ ହେଉଛନ୍ତି ଅଦ୍ରିଜା ମଞ୍ଜରୀ । ପୋଲିସ ସୁରକ୍ଷା ଦେଇ ନଥିବା ଅଭିଯୋଗ କରିଛନ୍ତି ଅଦ୍ରିଜା । ସେ କହିଛନ୍ତି, ମୁଁ ପ୍ୟାଲେସରୁ ମୋ ଜିନିଷପତ୍ର ନେବାକୁ ବଲାଙ୍ଗିର ଆସିଥିଲି ।
ହେଲେ ପ୍ୟାଲେସରେ ତାଲା ପଡ଼ିଥିବା ବେଳେ ପୋଲିସ ମୋତେ ସୁରକ୍ଷା ଦେଲାନି । ଏମିତିକି ଏସ୍ପି ତାଙ୍କୁ ଡେରାଡୁନରୁ ତଦନ୍ତ ଅଧିକାରୀ ଆସନ୍ତୁ ବୋଲି କହିଥିବା ଅଭିଯୋଗ କରିଛନ୍ତି ଅଦ୍ରିଜା । ଅର୍କେଶ ଓ ଅଦ୍ରିଜା ମଧ୍ୟରେ କିଛି ମାସ ହେବ ବିବାଦ ଲାଗି ରହିଛି । ଡେରାଡୁନ୍ ରେ ଉଭୟ ପକ୍ଷରୁ ମାମଲା ରୁଜୁ ହୋଇଛି।
ସୂଚନା ଥାଉ କି ପୂର୍ବରୁ ଅଦ୍ରିଜା ବଲାଙ୍ଗିର ରାଜପରିବାର ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଥିଲେ । ଅନଙ୍ଗ ଉଦୟଙ୍କ ସିଂ ଦେଓଙ୍କ ସାନ ପୁଅ ଅର୍କେଶଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଥିଲେ ତାଙ୍କ ପତ୍ନୀ ଅଦ୍ରିଜା ସିଂ । ଅର୍କେଶଙ୍କ ସମେତ ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ଯୌତୁକ ନିର୍ଯାତନା ସହ ମାରିପିଟ୍ କରୁଥିବା ଭଳି ସଙ୍ଗୀନ ଅଭିଯୋଗ ମଧ୍ୟ କରିଥିଲେ ।
ଅଦ୍ରିଜା ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂଙ୍କ ନାତୁଣୀ । ଅଦ୍ରିଜା ତାଙ୍କ ପରିବାର ସହ ଉତ୍ତରାଖଣ୍ଡରେ ରହୁଥିବା ବେଳେ ସେଠାରେ ଏକ ଥାନାରେ ପୂର୍ବରୁ ମଧ୍ୟ ଅଭିଯୋଗ କରିଥିଲେ । ତେବେ ସେହି ସମୟରେ ପୋଲିସ ଏ ମାମଲାରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଉତ୍ତରାଖଣ୍ଡ ଡିଜିପିଙ୍କୁ ଭେଟି ନ୍ୟାୟ ମଧ୍ୟ ମାଗିଥିଲେ ଅଦ୍ରିଜା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)