• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

୧୨ ବର୍ଷର ପୁଅକୁ ଗରମ ଚେଙ୍କ ଦେଲା ବାପା । ସ୍କୁଲ ଗଲା ନାହିଁ ବୋଲି ପୁଅକୁ ନିଜେ ବାପା ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଛେଣ୍ଡିପଦା ଥାନା ହଟିଆନାଳି ଗାଁରୁ ଏହି ଖବର ଆସିଥିବାବେଳେ ଚାଇଲ୍ଡ ଲାଇନ ସଦସ୍ୟ ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନା ଅନୁସାରେ ନାବାଳକ ଜଣକ ସ୍କୁଲ ଯାଇନଥିଲା । ଫଳରେ ତା’ର ବାପା ଏହାକୁ ନେଇ ରାଗିଯିବା ସହ ନାବାଳକକୁ ଚେଙ୍କ ଦେଇଥିଲେ ! ଖାଲି ସେତିକି ନୁହେଁ, ଅଭିଯୋଗ ଅନୁସାରେ ସାବତ ମା’ର ପ୍ରବଚନାରେ ପଡ଼ି ନାବାଳକର ବାପା ଏଭଳି କରିଥିବା କୁହାଯାଉଛି ।

ପୀଡ଼ିତ ନାବାଳକର ବୟସ ୧୨ ବର୍ଷ । ଗତ କିଛିଦିନ ତଳେ ଏହି ଘଟଣା ଘାଟିଥିବାବେଳେ ନାବାଳକ ଜଣଙ୍କ ସେହି ଚେଙ୍କ ପାଇଁ ଗୁରୁତର ହୋଇପଡ଼ିଥିଲେ । ସ୍ଥାନୀୟ ଲୋକ ଏ କଥା ଜାଣିପାରି ଚାଇଲ୍ଡ ଲାଇନକୁ ଯୋଗାଯୋଗ କରିଥିଲେ । ପୋଲିସ ଉପସ୍ଥିତିରେ ନାବାଳକକୁ ଉଦ୍ଧାର କରାଯିବା ସହ ବାପ ଓ ସାବତ ମା’କୁ ଅଟକ ରଖିଛି ।

ସପଟେ ଏନେଇ ଚାଇଲ୍ଡ ଲାଇନକୁ ଜଣାଇଥିଲେ ସ୍ଥାନୀୟ ଲୋକେ । ପରେ ଏନେଇ ଖବର ପାଇବା ପରେ ଚାଇଲଡ୍ ଲାଇନ ସହ ପୋଲିସ ଆସି ନାବାଳକଙ୍କୁ ଉଦ୍ଧାର କରିଛି । ନାବାଳକଙ୍କ ବାପା ଓ ମାଆକୁ ଅଟକ ରଖିଛି ଛେଣ୍ଡିପଦା ପୋଲିସ ।

  • Reported by:
  • BIRAJA DAS