Advertisment

କେମିତି ନକ୍ସଲବାଦର ଗୋଟି ଚଳାଉଥିଲା ମୋଷ୍ଟ ୱାଣ୍ଟେଡ୍ ମିଶିର ?

ଲାଲବାହିନୀର ଗୁପ୍ତ ଆଡ୍ଡାର ଭଣ୍ଡାଫୋଡ୍..ନକ୍ସଲ ସଂଗଠନର ସାମ୍ରାଜ୍ୟ ଉପରେ ବଡ଼ ହମଲା..ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ..ସୁରକ୍ଷାକର୍ମୀଙ୍କ ହାତରେ ଲାଗିଛି ମାଓ ସାମଗ୍ରୀ । ନା ଗଣି ହେଉଛି, ନା ବାରି ହେଉଛି।

author-image
Manoranjan Behera
ଅଦ୍ୟତନ ହୋଇଛି
Maoist

Maoist

ସହିଦ ସୁଶାନ୍ତଙ୍କ ସମେତ ସୁରକ୍ଷା ବାହିନୀ ଉପରେ ଯେଉଁଠି ଅତର୍କିତ ଆକ୍ରମଣ ହେଲା, ଝାଡ଼ଖଣ୍ଡ ଚାଇଁବାସାର ସେ ଅଞ୍ଚଳରେ ଥିଲା ମାଓବାଦୀଙ୍କ ଗୁପ୍ତ ଆଡ୍ଡା। ଅଗନା ଅଗନୀ ଜଙ୍ଗଲରେ ଆତଙ୍କବାଦୀଙ୍କ ଷ୍ଟାଇଲରେ ବଙ୍କର ତିଆରି କରି ସୁରକ୍ଷାକର୍ମୀଙ୍କୁ ଦେଉଥିଲେ ଚକମା। ଗୋଟିଏ କି ଯୋଡ଼ିଏ ନୁହେଁ, ୧୧ଟି ବଙ୍କର ତିଆରି କରିଥିଲା ମାଓ ସଂଗଠନ। ଯାହାର ମାଷ୍ଟରମାଇଣ୍ଡ ଥିଲା ମୋଷ୍ଟୱାଣ୍ଟେଡ୍ ମାଓବାଦୀ ମିଶିର୍ ବେଶ୍ରା। ଅପରେସନ ପରଠୁ ସହଯୋଗୀଙ୍କ ସହ ମିଶିର୍ ଖସିଯାଇଛି ସତ। ହେଲେ ବଙ୍କର ଭିତରେ ରହି କେମିତି ଚଳାଇଥିଲା ଲାଲ୍ ସାମ୍ରାଜ୍ୟ, ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ।

Advertisment

ଲାଲବାହିନୀର ଗୁପ୍ତ ଆଡ୍ଡାର ଭଣ୍ଡାଫୋଡ୍..ନକ୍ସଲ ସଂଗଠନର ସାମ୍ରାଜ୍ୟ ଉପରେ ବଡ଼ ହମଲା..ଛତ୍ରଭଙ୍ଗ ଦେଇଛନ୍ତି ମାଓବାଦୀ..ସୁରକ୍ଷାକର୍ମୀଙ୍କ ହାତରେ ଲାଗିଛି ମାଓ ସାମଗ୍ରୀ । ନା ଗଣି ହେଉଛି, ନା ବାରି ହେଉଛି। ଦୃଶ୍ୟ ଦେଖିଲା ପରେ ଲାଗୁଛି, ଝାଡ଼ଖଣ୍ଡ ଚାଇଁବାସା ଟୋଟୋ ଅଞ୍ଚଳର ଜଙ୍ଗଲରେ ସତେଯେମିତି ଘର କରି ରହିଥିଲେ ରକ୍ତମୁଖା ମାଓବାଦୀ। ହଁ, ଆପଣ ଠିକ୍ ଶୁଣିଛନ୍ତି, ଘର କରି ନିଜର ଆସ୍ଥାନ ଜମାଇଥିଲେ। ଅର୍ଥାତ ଆତଙ୍କବାଦୀଙ୍କ ଷ୍ଟାଇଲରେ ବଙ୍କର ନିର୍ମାଣ କରି ଏଠାରେ ଚଳାଇ ଆସୁଥିଲେ ଗଣତନ୍ତ୍ର ବିରୋଧୀ ହିଂସାକାଣ୍ଡ।

ଗୋଟିଏ କି ଦୁଇଟି ନୁହଁ, ଏଭଳି ଏଗାର ଏଗାରଟି ବଙ୍କର ତିଆରି କରି ଜାରି ରହିଥିଲେ ମିଶନ୍ ମାଓବାଦ୍। ଯାହାର ମାଷ୍ଟରମାଇଣ୍ଡ ଥିଲା ମିଶିର୍ ବେଶ୍ରା। ବଙ୍କର ତିଆରି କରି ରହି ଆସୁଥିଲା ମିଶିର୍। ବଙ୍କରେ ଆଲୋକୀକରଣ ପାଇଁ ଲାଗିଥିଲା ଜେନେରେଟର୍ ସହ ସୋଲାର ସିଷ୍ଟମ୍। ମହଜୁଦ୍ ଥିଲା ଖାଦ୍ୟପେୟ ସହ ପର୍ଯ୍ୟାପ୍ତ ଔଷଧ, ବ୍ୟାପକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଗୁଳିଗୋଳା। ମିଶିର୍ ରହୁଥିବା ବଙ୍କର ଭିତରକୁ କାହାକୁ ବି ନଥିଲା ଅନୁମତି। ବାହାରେ ୨୪ ଘଣ୍ଟିଆ ସଶସ୍ତ୍ର ପହରା ଦେଉଥିଲେ ସହଯୋଗୀ ନକ୍ସଲ୍। ଆଉ ମିଶିର୍ ବଙ୍କର ଭିତରେ ରହି ଚଳାଉଥିଲା ମାଓବାଦର ଗୋଟି ଚାଳନା।

Advertisment

ଏହି ସୂଚନା ପାଇ ଗତ ୮ରୁ ୧୧ ତାରିଖ ଯାଏଁ ସିଆରପିଏଫ୍, ଝାଡ଼ଖଣ୍ଡ ପୋଲିସ୍, କୋବ୍ରା ବାହିନୀ ଓ ଝାଡ଼ଖଣ୍ଡ ଜାଗୁଆର ୱେଷ୍ଟ ସିଂଭୂମରେ ଚଳାଇଥିଲେ ମିଳିତ ଅପରେସନ୍। ଆଉ ସେହି ସର୍ଚ୍ଚ ଅପରେସନବେଳେ ବଙ୍କରକୁ ଧ୍ୱଂସ କରି ପାଇଥିଲେ ବଡ଼ ସଫଳତା। କିନ୍ତୁ ଅଧଘଣ୍ଟାର ଏହି ଗୁଳି ବିନିମୟରେ ସହିଦ ହୋଇଯାଇଥିଲେ ଓଡ଼ିଆ ସିଆରପିଏଫ୍ ଯବାନ ସୁଶାନ୍ତ କୁମାର ଖୁଣ୍ଟିଆ।

ମିଶିର୍ ବେଶ୍ରା ହେଉଛି ସିପିଆଇ ମାଓବାଦୀ ସଂଗଠନର ସେଣ୍ଟ୍ରାଲ୍ କମିଟି ସଦସ୍ୟ ଏବଂ ପୂର୍ବାଞ୍ଚଳ ଜୋନ୍ ପ୍ରମୁଖ। ଝାଡ଼ଖଣ୍ଡ ସମେତ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ ଭଳି ୭ଟି ରାଜ୍ୟ ପାଇଁ ସେ ଥିଲା ମୋଷ୍ଟୱାଣ୍ଟେଡ୍। ମିଶିରର ମୁଣ୍ଡ ପାଇଁ ରହିଛି ୧ କୋଟି ଟଙ୍କା। ୨୦୧୮ ପୂର୍ବରୁ ଓଡ଼ିଶାରେ ବି ଥିଲା ତାର ଦବଦବା। ସମ୍ବଲପୁର-ଦେବଗଡ଼-ସୁନ୍ଦରଗଡ଼ ଡିଭିଜନ ତିଆରି କରି ଭିଆଇଥିଲା ଲାଲହିଂସା। ଓଡ଼ିଶା ପୋଲିସ ବି ତା’ ମୁଣ୍ଡ ପାଇଁ ରଖିଛି ୨୦ ଲକ୍ଷ ଟଙ୍କା।

ତେବେ ଡିଭିଜନ୍ ଭାଙ୍ଗିଯିବା ପରେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲକୁ ଯାଇ ଆରମ୍ଭ କରିଥିଲା ସାମ୍ରାଜ୍ୟ। ଏବେ ଏହି ହିଂସା ପରେ ସର୍ଚ୍ଚ ଅପରେସନ ଜୋରଦାର ହେଉଥିବାରୁ କାଳେ ମିଶିର ବେଶ୍ରା ଆଣ୍ଡ କୋ ସୀମାନ୍ତ ଡେଇଁ ଓଡ଼ିଶାକୁ ଚାଲିଆସିବେ, ସେଥିପାଇଁ ସୁରକ୍ଷାକର୍ମୀଙ୍କୁ ସତର୍କ କରିଛି ରାଜ୍ୟ ଗୁଇନ୍ଦା ବିଭାଗ।

ତେବେ ଏହି ବଙ୍କର ଏବଂ ଶିବିରରୁ ଜବତ ମୋର୍ଟାର, ରକେଟ୍ ଲଞ୍ଚର ଭଳି ଅସ୍ତ୍ରଶସ୍ତ୍ର କେଉଁଠୁ ଆସିଥିଲା? ଏସବୁ ତିଆରି କରିବାରେ ସିଦ୍ଧହସ୍ତ ବ୍ୟକ୍ତି କିଏ ? ନିଜ ଆଡୁ ଏସବୁର ଖୋଳତାଡ଼ କରୁଛି NIA। ସେହିପରି ଅଳ୍ପକେ ବର୍ତ୍ତିଯାଇଥିବା ମିଶିର୍ ସହ ୧୦ ଟପ୍ ମାଓନେତାଙ୍କ ସହ ଆଉ କେଉଁ ମାଓ ସଂଗଠନର ଲିଙ୍କ୍ ରହିଛି, ସେନେଇ ଝାଡ଼ଖଣ୍ଡ ପୋଲିସ ବି ଛାନଭିନ୍ ଜାରି ରଖିଛି।

Maoists Naxal Attack
Advertisment
Advertisment