Advertisment

୯ ମାସର ଛୁଆକୁ ଧରି ନଦୀକୁ ଡେଇଁପଡ଼ିଲା ବାପା

କଟକ ଜିଲ୍ଲା ସଦର ଥାନା ସଇଁନ୍ଦା ନିକଟରେ ଥିବା ସିଢ଼ୁଆ ନଦୀରେ ଏହି ଅଘଟଣ ଘଟିଛି । ପାରିବାରିକ କଳହରୁ ବାପା ଛୁଆକୁ ଧରି ନଦୀକୁ ଡେଇଁପଡ଼ିଥିବା ସୂଚନା ମିଳିଛି ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
undefined

Man jumps into Sidua river

୯ ମାସର ଛୁଆକୁ ଧରି ନଦୀକୁ ଡେଇଁପଡ଼ିଲା ବାପା । କଟକ ଜିଲ୍ଲା ସଦର ଥାନା ସଇଁନ୍ଦା ନିକଟରେ ଥିବା ସିଢ଼ୁଆ ନଦୀରେ ଏହି ଅଘଟଣ ଘଟିଛି । ପାରିବାରିକ କଳହରୁ ବାପା ଛୁଆକୁ ଧରି ନଦୀକୁ ଡେଇଁପଡ଼ିଥିବା ସୂଚନା ମିଳିଛି । ଏ ନେଇ ସ୍ଥାନୀୟ ଲୋକ ପ୍ରଥମେ ଦେଖିବା ପରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।

Advertisment

ଘଟଣାସ୍ଥଳରେ କିଛି ସ୍ଥାନୀୟ ବାସିନ୍ଦା ଉଦ୍ଧାର ପାଇଁ ପ୍ରୟାସ କରିଥିଲେ । ହେଲେ ବର୍ତ୍ତମାନ ପିଲାଟିକୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକମାନ ଛୁଆଟିକୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି । ହେଲେ ବାପାର ପତ୍ତା ମିଳିନାହିଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି ।

Advertisment
Advertisment