ୟା ପଛରେ ଏକ ବଡ଼ ଧରଣର ଅଙ୍ଗ ଚାଲାଣ ରାକେଟ୍ କାମ କରୁଥିବା ନେଇ ସେମାନଙ୍କ ସନ୍ଦେହ ସୃଷ୍ଟି ହୋଇଛି। ସେପଟେ ଅନୁଗୁଳ ଏସପି କହିଛନ୍ତି ଘଟଣାକୁ ବିଭିନ୍ନ ଦିଗରୁ ତଦନ୍ତ କରାଯାଉଛି। ଅଧିକ ତଥ୍ୟ ହାସଲ ଲାଗି SCB ଏଫଏମଟି ବିଭାଗର ସହଯୋଗ ଲୋଡ଼ାଯାଇଛି।
ପୁରୀ ଗୁରୁକୃପା ଆଶ୍ରମରେ ବାବାଙ୍କୁ ବାବାଙ୍କ ଆକ୍ରମଣ ଘଟଣା । ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ବାବାଙ୍କ ମୃତ୍ୟୁ ।
OSSCର ULB ଆକାଉଣ୍ଟାଣ୍ଟ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗ । ପ୍ରଶ୍ନପତ୍ର ଲିକ ଅଭିଯୋଗରେ ଭଦ୍ରକରେ ପରୀକ୍ଷାର୍ଥୀଙ୍କ ବିକ୍ଷୋଭ ।
ଅନୁଗୁଳ କିଆକଟାରେ ନାବାଳକ ସଞ୍ଜୀବଙ୍କ ହତ୍ୟା ମାମଲା । ମୁଖ୍ୟ ସନ୍ଦିଗ୍ଧ ଗୀତାଞ୍ଜଳି ବାଘଙ୍କୁ ଉଠାଇ ନେଲା ପୋଲିସ୍ ।
ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କରିଥିଲା ଗୋପାଳ? ପଲିଗ୍ରାଫ୍ ଟେଷ୍ଟରେ ପଚରାଯାଇଥିଲା ୨୬ ପ୍ରଶ୍ନ...୧୩ ପ୍ରଶ୍ନର ଉତ୍ତର ହଁ ଦେଇଥିଲା ଆଉ ୧୩ର ଦେଇଥିଲା ନା ।
ମେକାନିକାଲ୍ ଇଞ୍ଜିନିୟର...ହେଲେ ନିଶା ଚୋରା ବେପାର । ଶୁଆଠୁ ଶାରୀ...ୟୁଟ୍ୟୁବ୍ରେ ବିଜ୍ଞାପନ ଦେଇ ଚଳାଇଥିଲେ ବଡ଼ ରାକେଟ୍ । ଛଦ୍ମ ବେଶରେ ଆସି ମାଡ଼ି ବସିଲା ବନବିଭାଗ । ଏବେ ଅନ୍ଧାର ଘରେ କଟିବ ଜୀବନ ।
ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କରିଥିଲା ଗୋପାଳ? ପଲିଗ୍ରାଫ୍ ଟେଷ୍ଟରେ ପଚରାଯାଇଥିଲା ୨୬ ପ୍ରଶ୍ନ...୧୩ ପ୍ରଶ୍ନର ଉତ୍ତର ହଁ ଦେଇଥିଲା ଆଉ ୧୩ର ଦେଇଥିଲା ନା
ସେ ପୁରୀ ଭଳି ସହର ହେଉ କି ଅନୁଗୁଳ କିଆକଟା ଭଳି ପଛୁଆ ଇଲାକା । ଏବେବି ଲୋକଙ୍କ ମନରୁ ହଟିନି ତନ୍ତ୍ରମନ୍ତ୍ର ଓ ଗୁଣିଗାରେଡ଼ିର କୁହେଳିକା । ପୁରୀର ଏକ ଆଶ୍ରମରେ ଜଣେ ବାବା ଆଉ ଜଣେ ବାବାଙ୍କୁ ହତ୍ୟା ଘଟଣାରେ ଚାଞ୍ଚଲ୍ୟକର ଚର୍ଚ୍ଚା। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଜଣକ ମୃତକଙ୍କ ରକ୍ତ ପିଇଥିବା ଚର୍ଚ୍ଚା ହେଉଛି। ତେଣେ ଅନୁଗୁଳ କିଆକଟାରେ ନାବାଳକ ହତ୍ୟା ଘଟଣାରେ ବି ଖୋଲୁଛି ଅନ୍ଧବିଶ୍ବାସରୁ କରୁଣ ପରିଣତିର ଗୋଟିକ ପରେ ଗୋଟିଏ କଳାଫର୍ଦ୍ଦ। ମଙ୍ଗଳା କୋଠିରେ ରାତିରେ ଅଧିଆ ପଡ଼ିଥିବା ବେଳେ, ନାବାଳକକୁ ସେଠାକାର ସାଧିକା ବଳି ଦେଇଥିବା ଅଭିଯୋଗ ହୋଇଛି।
ବହୁଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସର ପଲିଗ୍ରାଫ ରିପୋର୍ଟକୁ ନେଇ ଏବେ ନାନା ଚର୍ଚ୍ଚା । ରିପୋର୍ଟରେ ଥିବା ମନୋଜ ବରିହା ନାମକ ଜଣେ ବ୍ୟକ୍ତିଙ୍କ ନାଁକୁ ନେଇ ସସପେନ୍ସ । ଯିଏ ନବ ଦାସଙ୍କ ଆଡୁ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଗୋପାଳକୁ ଭୟଭୀତ କରାଇଥିଲେ। ସେହି ଭୟରେ ଗୋପାଳ, ନବ ଦାସଙ୍କୁ ହତ୍ୟା ପାଇଁ ତିଆରି କରିଥିଲା ବ୍ଲୁ ପ୍ରିଣ୍ଟ। ତେବେ କିଏ ସେହି ମନୋଜ ବରିହା ? ଗୋପାଳକୁ ଭୟଭୀତ କରାଇବା ପଛର ଉଦ୍ଦେଶ୍ୟ କ’ଣ ? ଜୀବନ ପ୍ରତି ବିପଦ ନେଇ ଧମକ ଦେଇଥିବା ବରିହାଙ୍କୁ କାହିଁକି କାର୍ଯ୍ୟାନୁଷ୍ଠାନ ନେଇନି କ୍ରାଇମବ୍ରାଞ୍ଚ ? ସେନେଇ ଏବେ ନାନା ପ୍ରଶ୍ନ ଛିଡ଼ା ହୋଇଛି।...
ଚାକିରି ଆଶାୟୀଙ୍କୁ ପରୀକ୍ଷାରେ ପାସ୍ କରାଇବାକୁ ଲିକ୍ କରୁଥିଲେ ପ୍ରଶ୍ନପତ୍ର, ବଦଳରେ ଆଦାୟ କରୁଥିଲେ ଲକ୍ଷାଧିକ ଟଙ୍କା। ଜଣଙ୍କ ପିଛା ୫ରୁ ୧୦ ଲକ୍ଷ। ଆଉ, ସେହି ଟଙ୍କାରେ ମଉଜ ମସ୍ତି କରିବା ସହ ସୌଖୀନ ଜୀବନ ବିତାଉଥିଲେ। OSSC ପ୍ରଶ୍ନପତ୍ର ଲିକରେ ସଂପୃକ୍ତି ଅଭିଯୋଗରେ ପୋଲିସ କିଛି ଶିକ୍ଷକଙ୍କୁ ବାନ୍ଧିବା ପରେ ତାଙ୍କ ଠାରୁ ପାଇଛି ଅମାପ ସମ୍ପତ୍ତିର ଖିଅ। ସେପଟେ ପ୍ରଶ୍ନପତ୍ର ଲିକ୍ ମାମଲାରେ ସଂପୃକ୍ତି ଅଭିଯୋଗରେ ୫୫ ଜଣ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରି, କାହିଁକି ସେମାନଙ୍କୁ ଆଜୀବନ OSSC ପରୀକ୍ଷାରୁ ବାସନ୍ଦ କରାନଯିବ, ତାର ଉତ୍ତର ଦେବାକୁ କୁହାଯାଇଛି।
ଗାଡ଼ିରେ ଟମାଟୋ ରଖି ଆସୁଛି, ଆଉ ୧୦ କିଲୋ ନେବି ବୋଲି କହି ୨ କିଲୋ ଟମାଟୋ ଧରି ଖସିଯାଇଥିବା ଅଭିଯୋଗ ହୋଇଛି। ତେବେ ଦୁଇ ଘଣ୍ଟା ପରେ ବି ସେ ନଆସିବାରୁ ସନ୍ଦେହ ବଢ଼ିଥିଲା ଟମାଟୋ ବ୍ୟବସାୟୀଙ୍କର।
ବାହାଘର ବେଳେ ଦେଢଲକ୍ଷ ଟଙ୍କା ନେଲେ, ଜାନିଯୌତୁକ ବି ନେଲେ । ଏବେ ପୁଣି କାର ମାଗୁଥିଲେ...ଅନେକ ସମୟରେ ମାରପିଟ୍ ବି କରୁଥିଲେ । ସଙ୍ଗେ ସଙ୍ଗେ କାର ଦେବା ସମ୍ଭବ ନହେବାରୁ ନବବଧୂକୁ ମାରିଦେଲେ ଶାଶୂଘର ଲୋକେ । ଘର ଲୋକ ପହଞ୍ଚିଲା ବେଳକୁ ସବୁ ସରିଯାଇଥିଲା
ବେଶ୍ ସୌଖୀନ ଜୀବନ ବିତାଉଥିବା ଗୋବିନ୍ଦଙ୍କୁ ଗତ ୧୯ ତାରିଖରେ ଗିରଫ କରିଛି ବାଲେଶ୍ବର ପୋଲିସ। କୋଟିପତି ଶିକ୍ଷକଙ୍କ ଗାଡି ଜବତ କରିଛି।
ସାଧୁସନ୍ଥ ରହୁଥିବା ଆଶ୍ରମରେ ସୈତାନୀ କାଣ୍ଡର କାରଣ କଣ? ବାବାଙ୍କୁ କାହିଁକି ନିର୍ମମ ଭାବେ ହତ୍ୟାକଲେ ଆଉ ଜଣେ ବାବା? ଜଘନ୍ୟ କାରନାମା ପଛରେ ଲୁଚିଛି କି ତନ୍ତ୍ରମନ୍ତ୍ରର କଳାକାହାଣୀ?
ପ୍ରଭାବଶାଳୀ ରାଜନେତା ନବ ଦାସଙ୍କୁ କାହିଁକି ମାରିଲା ଗୋପାଳ ଦାସ ? ପଲିଗ୍ରାଫ୍ ଟେଷ୍ଟ ରିପୋର୍ଟ ଆସିବା ପରେ ଏବେ ନାନା ଚର୍ଚ୍ଚା ।
ବିବାହ ପ୍ରସ୍ତାବକୁ ରୋକଠୋକ ମନା କରିଦେଲେ ଯୁବତୀ। ହେଲେ ଯୁବତୀଙ୍କ ଏହି ପ୍ରତ୍ୟାଖାନକୁ ସହଜରେ ଗ୍ରହଣ କରିପାରିଲାନି ଯୁବତୀଙ୍କୁ ଭଲ ପାଉଥିବା ଯୁବକ ଜଣକ। ଶେଷରେ ତାଙ୍କ ଜୀବନ ନେବା ପାଇଁ ସେ ଯୋଜନା କରିଥିଲା।
ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେଉଥିବାର ଭିଡିଓ ଭାଇରାଲ ହୋଇଥିଲା । ଏହାକୁ ନେଇ ସାରା ଦେଶରେ ତମ୍ବିତୋଫାନ ହୋଇଥିଲା ।
ଗତ ୨୦୧୧ ମସିହାରେ ଉପେନ୍ଦ୍ର ବରଗଡ଼ ସୋହେଲାରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିବା ସମୟରେ ବରଗଡ଼ ୱେଷ୍ଟ ଇଲେକ୍ଟ୍ରିକାଲ ଡିଭିଜନର ବରିଷ୍ଠ କିରାଣୀ ଆନନ୍ଦ ସରାଫଙ୍କ ଟ୍ରାପ କେସରେ ସରକାରୀ ସାକ୍ଷୀ ଭାବେ ଉପସ୍ଥିତ ଥିଲେ ।
ଗୋପାଳ ଓ ତାଙ୍କ ପରିବାର ବିପଦରେ ଥିବା ସେ କହିଥିଲେ ବୋଲି କ୍ରାଇମବ୍ରାଞ୍ଚ ପଲିଗ୍ରାଫ୍ ଟେଷ୍ଟ ଉଲ୍ଲେଖ କରିଛି ।
ବିଷ୍ଣୁ ବାବାଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବାବେଳେ ନିଜେ ଏସ୍.ପି କନୱର ବିଶାଳ ସିଂ ଘଟଣାସ୍ଥଳରେ ଅନୁଧ୍ୟାନ କରିଛନ୍ତି।
ଜଣେ ଯୁବକଙ୍କୁ ତିନି ଜଣ ଯୁବକ ସ୍କୁଟି ପଛରେ ବାନ୍ଧି ରାଜରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେଇଛନ୍ତି । ଯାହାର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ପୁରୀ ବାସେଲିସାହି ଲୋକନାଥ ରୋଡ୍ ଗୁରୁକୃପା ଆଶ୍ରମରେ ହତ୍ୟାକାଣ୍ଡ ଘଟିଛି। ଜଣେ ବାବାଙ୍କ ଆକ୍ରମଣରେ ଆଉ ଜଣେ ବାବାଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ବାବା ଆହତ ହୋଇଛନ୍ତି।
ପୁଣି ହଲଚଲ୍ ଓଲିଉଡ, ପୁଣି ଓଲିଉଡରେ ଚାଞ୍ଚଲ୍ୟ। ଏଥର ନା କାଷ୍ଟିଂ କାଉଚ୍ ନା ପ୍ରେମକୁ ନେଇ କୌଣସି ବିବାଦ, ବରଂ ସିଧାସଳଖ ଅଭିନେତ୍ରୀଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଦୃଶ୍ୟକୁ ଭାଇରାଲ୍ କରି ବ୍ଲାକମେଲ୍ ଭଳି ସଂଗୀନ ଅଭିଯୋଗ ଆସିଛି। ଅଭିଯୋଗ ପୁଣି କୌଣସି ଅର୍ଡ଼ିନାରୀ ଅଭିନେତ୍ରୀ ନୁହଁନ୍ତି, ରୂପେଲି ପରଦାର ଆଗଧାଡ଼ିର ଜଣେ ନାୟିକା ଆଣିଛନ୍ତି ସଂଗୀନ ଅଭିଯୋଗ।
ଅନ୍ତରଙ୍ଗ ମୁହୁର୍ତ୍ତର ଭିଡ଼ିଓ ଭାଇରାଲ୍ ସହ ବ୍ଲାକମେଲିଂ ଭଳି ସଂଗୀନ ଅଭିଯୋଗକୁ ନେଇ ପୁଣି ହଲଚଲ୍ ଓଲିଉଡ୍ । ରୂପେଲି ପରଦାର ଜଣେ ଆଗଧାଡ଼ିର ଅଭିନେତ୍ରୀ ସଂଗୀନ ଅଭିଯୋଗ ଆଣିଛନ୍ତି ଜଣେ ପ୍ରଯୋଜକଙ୍କ ବିରୋଧରେ । ଯିଏ ଅନ୍ୟ କୌଣସି ପ୍ରଯୋଜନା ସଂସ୍ଥାରେ କାମ କରିବାରୁ ତାଙ୍କୁ ତାଗିଦ କରିବା ସହ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡ଼ିଓ ଏବଂ ଫଟୋକୁ ଭାଇରାଲ କରିଥିବା ଅଭିଯୋଗ କରିଛନ୍ତି।
ପୋଲିସ କହିଛି ଯେ, ନର୍ଗିସ୍ କଥା ହେବା ବନ୍ଦ କରିବା ପରଠାରୁ ଇର୍ଫାନ୍ ତାକୁ ମାରିବା ପାଇଁ ଯୋଜନା କରୁଥିଲା।