• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କେଇଟା ଲାଇକ୍ ଓ ଫଲୋଅର୍ସ ପାଇଁ ପିଶାଚ ସାଜିଲା ସ୍ୱାମୀ । ଇନଷ୍ଟାଗ୍ରାମରେ ସ୍ତ୍ରୀର ଅଧିକ ଫଲୋଅର୍ସ ଥିବାରୁ ଇର୍ଷାପରାୟଣ ହୋଇ ସ୍ତ୍ରୀର ତଣ୍ଟି ଚିପି ଜୀବନ ନେଇଗଲା । ରବିବାର ଦିନ ଭୋର୍ ପ୍ରାୟ ୫.୩୦ରେ ଜଣେ ୩୭ ବର୍ଷିୟ ଯୁବ ବ୍ୟବସାୟୀ କାର୍‌ ଭିତରେ ଦୁଇ ପିଲାଙ୍କ ଆଗରେ ତାଙ୍କ ସ୍ତ୍ରୀ’ଙ୍କୁ ତଣ୍ଟିଚିପି ହତ୍ୟା କରିଛନ୍ତି । ଉତ୍ତର ପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସ୍‌ୱେରେ ଏହି ଘଟଣା ଘଟିଛି।

ଅଭିଯୁକ୍ତ ସ୍ୱାମୀ ଟୁର୍‌ ଓ ଟ୍ରାଭେଲ୍‌ ଏଜେନ୍ସିରେ ବ୍ୟବସାୟ କରୁଥିଲେ ଓ ତାଙ୍କ ସ୍ତ୍ରୀ ଥିଲେ ଜଣେ ଗୃହିଣୀ । ଦୁଇ ପିଲାଙ୍କ ସହ ସ୍ୱାମୀସ୍ତ୍ରୀ ଲକ୍ଷ୍ନୌ ଅନ୍ତର୍ଗତ ପାରା ଅଞ୍ଚଳରେ ବାସ କରୁଥିଲେ । ସ୍ତ୍ରୀକୁ ମାରିବା ପାଇଁ ଅଭିଯୁକ୍ତ ପ୍ରଥମରୁ ଯୋଜନା କରିଥିଲା । ଛୁଆଙ୍କୁ ନେଇଏସ୍‌ୟୁଭିରେ କାରରେ ସେମାନେ ରାଏ ବରେଲି ବାହାରିଥିଲେ । ହେଲେ କିଛି ସମୟର ପରେ ଯୋଜନା ମୁତାବକ ସେ ରାସ୍ତା ବଦଳାଇ ପୂର୍ବାଞ୍ଚଳ ଏକ୍ସପ୍ରେସ୍‌ୱେକୁ ଆସିଥିଲେ । ଆଉ ସେଠାରେ ବ୍ୟବସାୟୀ ଜଣକ ସେମାନଙ୍କ ୧୨ ବର୍ଷୀୟ ଝିଅ ଓ ୫ ବର୍ଷିଅ ପୁଅ ସମ୍ମୁଖରେ ସ୍ତ୍ରୀକୁ ହତ୍ୟା କରିଥିଲେ । ୧୫ ବର୍ଷର ବୈବାହିକ ଜୀବନ ସାମାନ୍ୟ ଫଲୋଅର୍ସ ପାଇଁ ଛାରଖାର ହୋଇଗଲା ।

ଏବେ ମୃତ ମହିଳାଙ୍କର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟକୁ ଲକ୍‌ କରାଯାଇଛି । ପୋଲିସ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ଯାଂଚ କରିବ । ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ବ୍ଲକ୍‌ କରି ଦେଇଥିବା ଜଣାପଡ଼ିଛି । ଏଥିପାଇଁ ସ୍ୱାମୀ ଜଣକ ହୀନମନ୍ୟତାର ଶିକାର ହୋଇ ଏଭଳି କାଣ୍ଡ ଭିଆଇଛି । ତାଙ୍କ ଅନୁପସ୍ଥିତିରେ ‘ଫଲୋୟର୍ସ’ ସ୍ତ୍ରୀ’ଙ୍କୁ ଭେଟିବାକୁ ଘରକୁ ଆସୁଥିବା ସେ ସନ୍ଦେହ କରୁଥିଲେ । ଏଥିଯୋଗୁଁ ଦୁହିଁଙ୍କ ମଧ୍ୟରେ ଅନେକ ଥର ଝଗଡ଼ା ହୋଇଥିଲା ।

ଏପଟେ ସ୍ତ୍ରୀକୁ ହତ୍ୟା କରିବା ପରେ ଭୟଭୀତ ହୋଇଯାଇଥିଲା ଅଭିଯୁକ୍ତ । ପିଲାଙ୍କ ସହିତ କାରକୁ ଲକ୍‌ କରି ଭିତରେ ବସି ରହିଥିଲା । ତେବେ ଅନେକ ସମୟ ଧରି ସନ୍ଦେହଜନକ ଅବସ୍ଥାରେ କାର୍‌ଟି ଠିଆ ହୋଇଥିବା ଦେଖି ପାଖ ଥାନାକୁ ସୂଚନା ଦିଆଯାଇଥିଲା । ପୋଲିସ ପହଞ୍ଚିବା ପରେ ଝିଅ ଠାରୁ ବୟାନ ନେଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।