• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାଜଧାନୀ ଭୁବନେଶ୍ୱରରେ ଦିନ ଦ୍ୱିପ୍ରହରରେ ବୁଲିଲା ଖଣ୍ଡା । ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଛକରେ ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ଆକ୍ରମଣ ହୋଇଛି । ସୂଚନା ଅନୁଯାୟୀ ୪ଜଣ ଯୁବକ ଆସି ଅନ୍ୟ ଜଣେ ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ।

ଆକ୍ରମଣରେ ଶିକାର ହୋଇଥିବା ଯୁବକଙ୍କ ନାଁ ମନୋଜ ଗୌଡ। ତାଙ୍କ ଘର ଭଞ୍ଜନଗରରେ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ମୋବାଇଲ ଏବଂ ଅନ୍ୟ ଚୋରି ଜିନିଷ 

ଭାଗବଣ୍ଟାକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ଏହାକୁ ନେଇ ମନୋଜକୁ ଆକ୍ରମଣ କରାଯାଇଥିବା ଜଣାପଡିଛି । ଉଭୟ ମନୋଜ ଏବଂ ଆକ୍ରମଣକାରୀଙ୍କ ନାଁରେ ପୂର୍ବରୁ ଥାନାରେ ମାମଲା ଥିବା ସୂଚନା ମିଳିଛି ।

ଗୁରୁତର ଅବସ୍ଥାରେ ମନୋଜଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ SCBକୁ ସ୍ଥାନାନ୍ତର କରାଯାଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଆକ୍ରମଣରେ ଶିକାର ହୋଇଥିବା ଯୁବକ ମନୋଜ ଗୌଡ଼ ହେଉଛନ୍ତି ଜଣେ ପେଶାଦାର ଚୋର । ସାଥୀମାନଙ୍କ ସହ ମାଷ୍ଟର କ୍ୟାଣ୍ଟିନ୍‌ ଘୂରି ବୁଲନ୍ତି । ଆଉ ଷ୍ଟେସନ୍‌କୁ ଆସୁଥିବା ଯାତ୍ରୀମାନଙ୍କଠାରୁ ମୋବାଇଲ୍‌ ଓ ବ୍ୟାଗ ଲୁଟ୍‌ କରନ୍ତି । ଆଉ ତା’ପରେ ଭାଗବଣ୍ଟା କରିନିଅନ୍ତି । ଚୋରି ସାମଗ୍ରୀକୁ ବିକି ନିଶା ସେବନ କରି ମାଷ୍ଟର କ୍ୟାଣ୍ଟିନ୍‌ ଅଞ୍ଚଳରେ ନାନା ବିଶୃଙ୍ଖଳା କରନ୍ତି । ଆଜି ମନୋଜଙ୍କୁ ଆକ୍ରମଣ କରିଥିବା ୪ ଯୁବକ ହେଉଛନ୍ତି, ତାଙ୍କର ସାଥୀ । ଚୋରି କରିଥିବା ୩ ମୋବାଇଲ୍‌ ଓ ବ୍ୟାଗ ଭାଗବଣ୍ଟାକୁ ନେଇ ଆଜିର ଗଣ୍ଡଗୋଳ ସୂତ୍ରପାତ ହୋଇଥିବା ଚର୍ଚ୍ଚା ହେଉଛି।