• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Koida BDO
ବିଡିଓଙ୍କୁ ନେଇ ସାରା କୋଇଡ଼ାରେ କମ୍ପନ

ପୁଣି ଚର୍ଚ୍ଚାରେ ସୁନ୍ଦରଗଡ଼ କୋଇଡ଼ା ବିଡିଓ । ଏଥର ଜନତା କି ନେତା ନୁହଁନ୍ତି, ଆକ୍ରମଣର ଶିକାର ହୋଇଛନ୍ତି ନିଜ ବାପା ଓ ଭାଇଙ୍କ ଦ୍ୱାରା । ଟଙ୍କା ନେଣଦେଣକୁ ନେଇ ସରକାରୀ ବାସଭବନରେ ପଶି ଠିକାଦାର ଭାଇ ଓ ବାପା ଆକ୍ରମଣ କରିଥିବା ବିଡିଓ ପଲ୍ଲବୀ ରାଣୀ ରାଜ୍ ଅଭିଯୋଗ କରିଛନ୍ତି ।

  • Wednesday, 29 March 2023
Murder
ଝାରସୁଗୁଡ଼ାରେ ପୁଣି ଏକ ଜଘନ୍ୟ କାଣ୍ଡ

ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଭୁଲିପାରୁନଥିବା ଝାରସୁଗୁଡ଼ାବାସୀଙ୍କ ପାଇଁ ଆଉ ଏକ ଲୋମଟାଙ୍କୁରା ଏବଂ ଦୁଃଖଦ ଖବର । ୫୦ ଲକ୍ଷ ଟଙ୍କା ପାଇଁ ଜଣେ ୧୫ ବର୍ଷର ପିଲାକୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି । ଜଣେ ବ୍ୟବସାୟୀଙ୍କ ପୁଅକୁ ୩ ଦିନ ତଳେ ପ୍ରଥମେ ଝାରସୁଗୁଡାରୁ ଅପହରଣ ଓ ପରେ ହତ୍ୟା କରି ବରଗଡରେ ଫିଙ୍ଗିଦେଇଥିଲେ ଦୁର୍ବୃତ୍ତ ।

Vanik Institute
'Vanik' କୋଚିଂ ସେଣ୍ଟର ଉପରେ ଜିଏସଟି ରେଡ୍; ଶାସକ ଦଳ ନେତାଙ୍କ ସହ ମାଲିକଙ୍କ ଲିଙ୍କ୍

ଗୋଟେ ପଟେ କ୍ୟାରିୟର ଗଢ଼ିବାର ସ୍ୱପ୍ନ ଦେଖାଉଛି ତ ଅନ୍ୟପଟେ ଟିକସ ଫାଙ୍କି କେଳେଙ୍କାରୀରେ ମାତିଛି । ରାଜଧାନୀର ପ୍ରତିଷ୍ଠିତ କୋଚିଂ ଇନଷ୍ଟିଚ୍ୟୁଟ ‘ବଣିକ୍’ ବିରୋଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ ।

Koida BDO
ପୁଣି ଚର୍ଚ୍ଚାରେ କୋଇଡ଼ା ବିଡିଓ; ଟଙ୍କା ନେଣଦେଣକୁ ନେଇ ନିଜ ବାପା-ଭାଇ ଆକ୍ରମଣ କରିଥିବା ଅଭିଯୋଗ

ଯେଉଁ ବିଡିଓଙ୍କୁ ନେଇ ସାରା କୋଇଡ଼ାରେ କମ୍ପନ.... ଯାହାଙ୍କ ବିରୋଧରେ ଜନତାଙ୍କଠୁ ଜନପ୍ରତିନିଧିଙ୍କ ଯାଏଁ ଜଳିଛି ଆକ୍ରୋଶର ନିଆଁ... ସେହି ବିଡିଓଙ୍କୁ ଏବେ ଆକ୍ରମଣ ଅଭିଯୋଗ । ତା’ପୁଣି ଆକ୍ରମଣକାରୀ ଆଉ କେହି ନୁହଁନ୍ତି, ନିଜ ବାପା ଓ ଭାଇ ମାଡ଼ ମାରିଛନ୍ତି ବିବାଦୀୟ ବିଡିଓ ପଲ୍ଲବୀ ରାଣୀ ରାଜଙ୍କୁ ।

  • Wednesday, 29 March 2023
  • BDO
Murder
୫୦ ଲକ୍ଷ ଟଙ୍କା ପାଇଁ ୧୫ ବର୍ଷର ପିଲାକୁ ଜାଳିପୋଡ଼ି ଦେଲେ

ନା ସହଜରେ ବିଶ୍ୱାସ କରିହେଉଛି ନା ସହଜରେ ଗ୍ରହଣ କରିହେଉଛି । ମାତ୍ର ୧୫ ବର୍ଷର ନିଷ୍ପାପ ଶିଶୁଟିଏ ଯେ ଆତତାୟୀଙ୍କ ଦ୍ୱାରା ଅତି ବର୍ବର ଭାବେ ହତ୍ୟାର ଶିକାର ହେବ । ତାହା ଦେଖିଲେ ବିଚଳିତ ହୋଇଯାଉଛି ମନ ଆଉ ପ୍ରାଣ ।

Minor boy allegedly abducted & killed for Rs 50 lakh ransom
୫୦ ଲକ୍ଷ ପାଇଁ ନାବାଳକକୁ ଅପହରଣ ପରେ ହତ୍ୟା କରି ପୋଡ଼ିଦେଲେ

ପୁଅକୁ ଅପହରଣକରି ୫୦ ଲକ୍ଷ ମଗାଯାଉଥିବା ଅଭିଯୋଗ ହୋଇଥିଲା । ପରଦିନ ସକାଳେ ବରଗଡ଼ ଜିଲ୍ଲାରେ ନାବାଳକର ମୃତଦେହ ମିଳିଥିଲା । ତଦନ୍ତ କରି ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ।

RD
RD ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଛାତ୍ରୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ କାହିଁକି ଛାତ୍ରୀ ଜଣକ ଆତ୍ମହତ୍ୟା କଲେ ସେ ନେଇ କାରଣ ଅସ୍ପଷ୍ଟ ରହିଛି ।

SHG
ନିରକ୍ଷରତା ପାଇଁ ଜାଣିପାରିଲେନି... ଠକାମୀର ଶିକାର ହେଲେ

ଗ୍ରାମପତି ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଏହି ଅଂଚଳରେ ଉଭୟ ଖରିଫ ଓ ରବି ରୁତରେ ଚାଷୀଙ୍କଠାରୁ ଧାନ କ୍ରୟ କରାଯାଉଛି । ଗୋଷ୍ଠୀର ସଦସ୍ୟମାନେ ଅଶିକ୍ଷିତ ହୋଇଥିବାରୁ ସେମାନଙ୍କଠାରୁ ବିଭିନ୍ନ ସମୟରେ ଠକି ଦସ୍ତଖତ ନେଇଯାଇ ଆଖାପାଖର ୫୨ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ ହୋଇଛି।

Vanik CMD
‘ବଣିକ CMDଙ୍କ BJD ଲିଙ୍କ୍, ପିଲାଙ୍କୁ ଦେଉଥିଲେ ସରକାରୀ ଚାକିରି ଆଶା’

BJDର ଯେଉଁ ଲୋକ ଏଥିରେ ସଂପୃକ୍ତ, ସମସ୍ତଙ୍କୁ ତଦନ୍ତକୁ ଅଣାଯାଉ । ବିଧାନସଭାରେ ଏ ପ୍ରସଙ୍ଗ ଉଠାଇବୁ କହିଲେ କଂଗ୍ରେସର ବରିଷ୍ଠ ବିଧାୟକ ସନ୍ତୋଷ ସିଂହ ସାଲୁଜା ।

SHG president dupes workers in Subarnapur
ନିରକ୍ଷରତା ପାଇଁ ଜାଣିପାରିଲେନି, ଠକିଦେଲେ...

ନିଜକୁ ସ୍ୱାବଲମ୍ୱୀ କରିବା ପାଇଁ ମହିଳା ମାନେ ଗଠନ କଲେ SHG ଗ୍ରୁପ୍ ହେଲେ , ସଭାପତିଙ୍କ ପାଇଁ ସେମାନେ ଆଜି କାନ୍ଦୁଛନ୍ତି । ସେମାନଙ୍କର ନିରକ୍ଷରତାର ସୁଯୋଗ ନେଇ ଚିତା କାଟିଲେ ସଭାପତି । ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କା

  • Wednesday, 29 March 2023
Delhi youth live streams suicide bid on Facebook saved by police
ଫେସ୍‌ବୁକ୍‌ରେ LIVE ଆସି ସୁଇସାଇଡ୍‌ କରିବା ପାଇଁ ବାହାରିଥିଲେ, ହେଲେ ଜାଣି ନଥିଲେ ହଠାତ୍ ଏମିତି ହେବ...

ଫେସ୍‌ବୁକ୍‌ରେ ଲାଇଭ୍‌ ଷ୍ଟ୍ରିମିଂ କରି ଆତ୍ମହତ୍ୟା କରିବା ପାଇଁ ବାହାରିଥିଲେ, ହେଲେ ହଠାତ୍‌ ଖବର ପାଇ ପହଞ୍ଚିଗଲା ପୋଲିସ୍‌। ଆଉ ଯୁବକଙ୍କୁ ବଞ୍ଚାଇ ଦେଇଥିଲା।

After Lover Suicide Woman Sets Herself On Fire Dies
ପ୍ରେମିକ ଆତ୍ମହତ୍ୟା ପରେ ଦୁଃଖରେ ଭାଙ୍ଗି ପଡ଼ିଥିଲା ପ୍ରେମିକା, ନିଜ ଦେହରେ ନିଜେ ନିଆଁ ଲଗାଇ ଦେଲା...

ସବୁଦିନ ପାଇଁ ପ୍ରେମିକ ଦୁନିଆରୁ ଚାଲି ଯିବା ଘଟଣାକୁ ସହଜରେ ଗ୍ରହଣ କରିପାରୁ ନଥିଲା ପ୍ରେମିକା। ଶେଷରେ ଏହାକୁ ସହ୍ୟ କରିନପାରି ୩୦ ବର୍ଷୀୟ ମହିଳା ନିଜ ଦେହରେ ନିଜେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି।

Firing
ବନ କର୍ମଚାରୀଙ୍କୁ ଗୁଳିମାଡ଼ ! ଦୁଇ ଗୁରୁତର...

ନୀଳାଚଳଙ୍କ କାନ୍ଧରେ ଦୁଇ ରାଉଣ୍ଡ ଗୁଳି ବାଜିଥିବା ବେଳେ ନବ କୁମାରଙ୍କ ପିଠିରେ ବାଜିଛି ଗୁଳି। ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଛି ।

  • Wednesday, 29 March 2023
  • Firing
Students caught driving without license
ଗାଡ଼ି ଚଢ଼ିବାକୁ ମନ, ହେଲେ ନିୟମ ମାନିବାକୁ ନାରାଜ; ଫସିଲେ ଛାତ୍ରଛାତ୍ରୀ

ବିନା ଲାଇସେନ୍ସରେ ଗାଡ଼ି ଚଲାଇ ଫସିଲେ ସ୍କୁଲ୍ ଓ କଲେଜ ଛାତ୍ରଛାତ୍ରୀ। ୧୮ ବର୍ଷରୁ କମ୍ ପୁଅଝିଅମାନେ ବିନା ହେଲ୍‌ମେଟ୍‌ ଓ ଡିଏଲ୍‌ରେ ଗାଡ଼ି ଚଲାଇବାରୁ ଆଜି ସାରା ରାଜ୍ୟରେ ହଜାର ହଜାର ଟଙ୍କା ତଣ୍ଡ ଗଣିଛନ୍ତି ଅଭିଭାବକ। ଆଗକୁ ଜିରୋ ଫାଟାଲିଟି ଉଇକ୍ ପାଳନ ହେଉଥିଲା ବେଳେ କଡ଼ାକଡ଼ି ଚେକିଂ ଜାରି ରହିବ ବୋଲି ପରିବହନ ବିଭାଗ କହିଛି

  • Tuesday, 28 March 2023
  • RTO
A growing web of fake certificates 6 names came
ମେଲୁଛି ଜାଲି ସାର୍ଟିଫିକେଟ୍‌ର ଜାଲ; ୬ ଜଣଙ୍କ ନାଁରେ ଏତଲା

ବଲାଙ୍ଗିର, କେନ୍ଦ୍ରାପଡ଼ା ପରେ ଏବେ କନ୍ଧମାଳରେ ବି ଦେଖିବାକୁ ମିଳିଛି ଜାଲି ସାର୍ଟିଫିକେଟ୍‌ର ଜାଲ। ନକଲି ସାର୍ଟିଫିକେଟ୍‌ ଦେଇ ଡାକ ବିଭାଗରେ ଚାକିରି ପାଇଁ ଆବେଦନ କରିଥିବା ୬ ଜଣଙ୍କ ନାଁରେ ଆଜି ଥାନାରେ ଏତଲା ଦେଇଛନ୍ତି ଫୁଲବାଣୀ ଡାକମଣ୍ଡଳର ଅଧୀକ୍ଷକ।

A growing web of fake certificates 6 names came
ମେଲୁଛି ଜାଲି ସାର୍ଟିଫିକେଟ୍‌ର ଜାଲ; ୬ ଜଣଙ୍କ ନାଁରେ ଏତଲା

ବଲାଙ୍ଗିର, କେନ୍ଦ୍ରାପଡ଼ା ପରେ କନ୍ଧମାଳରେ ଲମ୍ବିଛି ଜାଲି ମାଟ୍ରିକ୍ ସାର୍ଟିଫିକେଟର ଚେର। ୬ ଜଣଙ୍କ ନାଁରେ ଫୁଲବାଣୀ ଡାକମଣ୍ଡଳର ଏତଲା। ଚେର ଖୋଜିବାକୁ ବାହାର ରାଜ୍ୟକୁ ଯିବ ପୋଲିସ। ବିଜେଡି ନେତାଙ୍କ ଲିଙ୍କ୍‌ ଅଭିଯୋଗ ଆଣି ବର୍ଷିଲେ ବିରୋଧୀ।

Students caught driving without license
ଗାଡ଼ି ଚଢ଼ିବାକୁ ମନ, ହେଲେ ନିୟମ ମାନିବାକୁ ନାରାଜ; ଫସିଲେ ଛାତ୍ରଛାତ୍ରୀ

ବିନା ଲାଇସେନ୍ସରେ ଗାଡ଼ି ଚଲାଇ ଫସିଲେ ସ୍କୁଲ୍ ଓ କଲେଜ ଛାତ୍ରଛାତ୍ରୀ। ୧୮ ବର୍ଷରୁ କମ୍ ପୁଅଝିଅମାନେ ବିନା ହେଲ୍‌ମେଟ୍‌ ଓ ଡିଏଲ୍‌ରେ ଗାଡ଼ି ଚଲାଇବାରୁ ଆଜି ସାରା ରାଜ୍ୟରେ ହଜାର ହଜାର ଟଙ୍କା ତଣ୍ଡ ଗଣିଛନ୍ତି ଅଭିଭାବକ।

constble
କନେଷ୍ଟବଳର କାରନାମା; ଯୁବତୀଙ୍କ ସହ ୭ ବର୍ଷ ଲିଭ୍‌ଇନ୍‌ରେ ରହିବା ପରେ ଦେଲା ଧୋକା

ପ୍ରୀତିରଞ୍ଜନ ବେହେରା କଟକରେ 6th ବାଟାଲିୟନରେ କନେଷ୍ଟବଳ ଭାବରେ ନିଯୁକ୍ତ ଅଛନ୍ତି । ତେବେ ଜଣେ ଯୁବତୀଙ୍କ ସହ ସେ ୭ ବର୍ଷ ସମ୍ପର୍କ ରଖିବା ପରେ ବର୍ତ୍ତମାନ ତାଙ୍କୁ ଧୋକାଦେଇଥିବା ନେଇ ଅଭିଯୋଗ କରିଛନ୍ତି ସଂପୃକ୍ତ ଯୁବତୀ ।

Four persons got postmaster jobs with fake certificates in Bolangir
ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ- ନକଲି ସାର୍ଟିଫିକେଟ୍ ଦେଇ ପୋଷ୍ଟମାଷ୍ଟର ଚାକିରି !

ଦିନକୁ ଦିନ ବଲାଙ୍ଗିର ନକଲି ସାର୍ଟିଫିକେଟ ରାକେଟର ଫିଟୁଛି ଗୁମର। ଏପରିକି ନକଲି ସାର୍ଟିଫିକେଟ୍ ଦେଇ ୪ଜଣ ପୋଷ୍ଟମାଷ୍ଟର ଚାକିରି କରିଥିବା ସୂଚନା ମିଳିଛି।

Man Allegedly Kills Son In Nabarangpur
ପୁଅକୁ କାଶ ଔଷଧ ବଦଳରେ ବିଷ ଦେଇ ମାରିଦେଲା ସାବତ ବାପା !

୩ ବର୍ଷର ପୁଅକୁ କାଶ ଔଷଧ ବଦଳରେ ସାବତ ବାପା ବିଷ ଦେଇ ମାରି ଦେଇଥିବା ଅଭିଯୋଗ ହୋଇଛି। ଶିଶୁର ମୃତ୍ୟୁ ପରେ ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ଧରିଲା ପୋଲିସ୍‌।

Odisha records higher suicide rate
ରାଜ୍ୟରେ ବଢ଼ୁଛି ଆତ୍ମହତ୍ୟା ପ୍ରବଣତା ! ଡିଜେ ଆଜେକ୍ସ ଠାରୁ ଆରମ୍ଭ କରି ରୁଚିସ୍ମିତାଙ୍କ ପର୍ଯ୍ୟନ୍ତ . .

ପ୍ରେମରେ ପ୍ରତାରଣାରୁ ହେଉ କିମ୍ବା କ୍ୟାରିୟରରେ ବିଫଳତା ପାଇଁ ହେଉ, ଜୀବନକୁ ସତେ ଯେମିତି ଖେଳ ଭାବୁଛନ୍ତି କିଛି ଯୁବ ଗୋଷ୍ଠୀ । ନିଜର ଭୂତ ଭବିଷ୍ୟତ ଏବଂ ଦାୟିତ୍ୱକୁ ଭୁଲି କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଉଛନ୍ତି । ଗତକାଲି ଗୋଟିଏ ଦିନରେ ଭୁବନେଶ୍ୱର ଓ ବଲାଙ୍ଗିରରେ ଦୁଇ ଦୁଇ ଜଣଙ୍କ ଆତ୍ମହତ୍ୟା ଅଭିଭାବକଙ୍କୁ ଚିନ୍ତାରେ ପକାଇଦେଇଛି । କେବଳ ଏହି ଘଟଣା ନୁହେଁ, NCRBର ତଥ୍ୟ ଅନୁଯାୟୀ, ଜାତୀୟ ହାର ତୁଳନାରେ ରାଜ୍ୟର ସୁଇସାଇଡ୍ ମାମଲା ୧୨ %ରୁ ଅଧିକ ରହିଛି ।

Fake Certificate
ଜାଲ୍ ସାର୍ଟିଫିକେଟ୍‌ର ଫ୍ୟାକ୍ଟ୍ରିବଲାଙ୍ଗିର ! ଅଢ଼େଇରୁ ପାଞ୍ଚ ଲକ୍ଷ୍ୟ ଟଙ୍କାରେ ବିକ୍ରି କରୁଥିଲେ, ଧରାପଡ଼ିଲେ...

ଗୋଟିଏ ନକଲି ସାର୍ଟିଫିକେଟକୁ ଦେଢରୁ ୨ ଲକ୍ଷ ଟଙ୍କା । ଅତ୍ୟଧିକ ଡିମାଣ୍ଡ ଥିଲେ, ୫ ଲକ୍ଷ ଟଙ୍କା । ଖାଲି ଓଡ଼ିଶା ନୁହେଁ, ରାଜ୍ୟ ବାହାରକୁ ବି ଲମ୍ବିଥିଲା ଫେକ୍ ସାର୍ଟିଫିକେଟର ଚେର । କିଛି ଜାଲ୍ ପ୍ରମାଣପତ୍ରଧାରୀ ଡାକବିଭାଗରେ ଚାକିରି କରିଥିବା ଖବର ଓଟିଭିରେ ପ୍ରସାରିତ ହେବା ପରେ, ଏହାର ଚେର ଖୋଜି ଖୋଜି ବଲାଙ୍ଗିରର ଏକ କୋଚିଂ ସେଣ୍ଟରରେ ପହଞ୍ଚିଛି ପୋଲିସ । ମାମଲାରେ କୋଚିଂ ସେଣ୍ଟର ମାଲିକ, କଂପ୍ୟୁଟର ଶିକ୍ଷକ ଓ ଜାଲ୍ ସାର୍ଟିଫିକେଟଧାରୀଙ୍କୁ ମିଶାଇ ୧୯ ଜଣ ଗିରଫ ହୋଇଛନ୍ତି । ତେଣେ କେନ୍ଦ୍ରାପଡ଼ାରେ ବି ସାମ୍ନାକୁ ଆସିଛି ଜାଲ୍ ସାର୍ଟିଫିକେଟ ଘଟଣା ।

Fake Certificate
ଜାଲ୍ ସାର୍ଟିଫିକେଟ୍‌ର ଫ୍ୟାକ୍ଟ୍ରିବଲାଙ୍ଗିର ! ଅଢ଼େଇରୁ ପାଞ୍ଚ ଲକ୍ଷ ଟଙ୍କାରେ ବିକ୍ରି କରୁଥିଲେ, ଧରାପଡ଼ିଲେ...

କେନ୍ଦ୍ରାପଡ଼ାରେ ବି ସାର୍ଟିଫିକେଟ୍ ଜାଲିଆତି । ଯେତେ ଅଧିକ ଟଙ୍କା, ସେତେ ଅଧିକ ମାର୍କ ।

Odisha records higher suicide rate
ରାଜ୍ୟରେ ବଢ଼ୁଛି ଆତ୍ମହତ୍ୟା ପ୍ରବଣତା ! ଡିଜେ ଆଜେକ୍ସ ଠାରୁ ଆରମ୍ଭ କରି ରୁଚିସ୍ମିତାଙ୍କ ପର୍ଯ୍ୟନ୍ତ . .

ଏନସିଆରବି ତଥ୍ୟ, ବଢିଛି ୧୨ % ମାମଲା, ବିଶେଷଜ୍ଞ ବତାଇଲେ ବର୍ତ୍ତିବାର ବାଟ....

Crime
ପୁଅ ସାଙ୍ଗ ସହ ମନାନ୍ତର ହେଲା, ଛାତରୁ ଡେଇଁ ପଡ଼ିଲା ନବମ ଶ୍ରେଣୀର ଝିଅ

ମୃତ ଝିଅର ବାପା ଜଣେ ବ୍ୟବସାୟୀ ବୋଲି ପୋଲିସ କହିଛି ।