Advertisment

ପାରିବାରିକ କଳହର କରୁଣ ପରିଣତି: ୯ ମାସର କୁନି ଝିଅକୁ ଧରି ନଦୀକୁ ଡେଇଁପଡ଼ିଲା ବାପା

ପଛରେ ପତ୍ନୀ ଗୋଡାଇ ଚିତ୍କାର କରୁଥିଲେ। ମୋ ଝିଅକୁ ବଂଚାଅ। ତଥାପି ଅଟକି ନଥିଲେ ପ୍ରକାଶ, ଦେଖୁ ଦେଖୁ କଅଁଳା ଝିଅକୁ ଧରି ନଈ ଭିତରକୁ ଡେଇଁ ପଡିଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
undefined

Man jumps into river in Cuttack

ବାପା-ମାଆ ଝଗଡ଼ା କଲେ। ନିଇତି ପାଟିତୁଣ୍ଡ, ମାରପିଟ୍ ବି ହେଲା। ପାରିବାରିକ କଳହ ଦିନକୁ ଦିନ ବଢିବାରେ ଲାଗିଲା। ଆଉ ଶେଷରେ ଏହି କଳହର କରୁଣ ପରିଣତି ଭୋଗୁଛି ୧୦ ମାସର କଅଁଳ ଶିଶୁ। କଟକରେ ୯ ମାସର ନିଷ୍ପାପ ଶିଶୁକୁ ଧରି ନଦୀକୁ ଡେଇଁ ପଡିଛି ବାପା। ତେବେ ଭାଗ୍ୟବଶତଃ ପିଲାଟି ବଂଚିଯାଇଛି। ବର୍ତ୍ତମାନ ଆଇସିୟୁରେ ତାର ଚିକିତ୍ସା ଚାଲିଛି। ସେପଟେ ପାଣିରେ ବୁଡି ନିଖୋଜ ବାପାର ଏଯାଏଁ ପତ୍ତା ମିଳିପାରିନି।

Advertisment

ପାରିବାରିକ କଳହର କରୁଣ ପରିଣତି। ୯ ମାସର ଛୁଆକୁ ଧରି ନଦୀକୁ ଡେଇଁଲା ବାପା। ଏହାପରେ ନଈର ଗଭୀର ସ୍ରୋତରେ ଚାଲିଛି ରେସକ୍ୟୁ ଅପରେସନ୍। ପାୱାର ବୋଟରେ ଘୁରି ବୁଲୁଛନ୍ତି ଅଗ୍ନିଶମ ଟିମ୍। ଏ କୂଳରୁ ସେ କୂଳ ଚକ୍କର କାଟୁଛନ୍ତି। ତନ୍ନ ତନ୍ନ କରି ଖୋଜୁଛନ୍ତି। ତଥାପି ପତ୍ତା ମିଳୁନି।

ଦିନ ପ୍ରାୟ ୧ଟା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା, ୯ ମାସର ଝିଅକୁ ଧରି ସିଢୁଆ ନଦୀ ଆଡକୁ ଦୌଡୁଥିଲେ କଟକ କନ୍ଦରପୁର ଅଂଚଳର ପ୍ରକାଶ ଚନ୍ଦ୍ର ପ୍ରଧାନ। ପଛରେ ପତ୍ନୀ ଗୋଡାଇ ଚିତ୍କାର କରୁଥିଲେ। ମୋ ଝିଅକୁ ବଂଚାଅ। ତଥାପି ଅଟକି ନଥିଲେ ପ୍ରକାଶ, ଦେଖୁ ଦେଖୁ କଅଁଳା ଝିଅକୁ ଧରି ନଈ ଭିତରକୁ ଡେଇଁ ପଡିଥିଲେ। ଆଖି ପିଛୁଳାକେ ପାଣି ଭିତରେ ବୁଡି ଯାଇଥିଲେ ପ୍ରକାଶ। ତେବେ ନିଷ୍ପାପ ଶିଶୁଟିକୁ ପାଣିରୁ ଛାଣି ଆଣିଥିଲେ ମତ୍ସ୍ୟଜୀବୀ।

Advertisment

ତୁରନ୍ତ ଶିଶୁର ପେଟ ଚିପି ପାଣି ବାହାର କରିବା ସହ କଟକ ଶିଶୁ ଭବନରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ଆଇସିୟୁରେ ଚିକିତ୍ସିତ ହେଉଛି ୯ ମାସର ଶିଶୁଟି। ଅବସ୍ଥା ଗୁରୁତର ରହିଛି। ସେହି ନିଖୋଜ ନିର୍ଦ୍ଦୟ ବାପା, ପ୍ରକାଶ ଚନ୍ଦ୍ର ପ୍ରଧାନ। ବୟସ ପାଖାପାଖି ୩୫ ହେବ। ସୂଚନା ଅନୁସାରେ, ସଦର ଥାନା ସଇଁଦା ଗାଁରେ ରହୁଥିବା ପ୍ରକାଶ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ନିଇତି ଝଗଡା ଲାଗି ରହୁଥିଲା।

ପତ୍ନୀଙ୍କୁ ମାରପିଟ୍ କରୁଥିଲେ ପ୍ରକାଶ। ଗତକାଲି ରାତିରେ ୯ ମାସର ଝିଅଟି ଜରି ଖଣ୍ଡିଏ ଖାଇଦେଇଥିଲା। ବାସ୍, ତାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସୀମା ଟପିଯାଇଥିଲା ଝଗଡା। ଆଉ ସକାଳୁ ଚରମ ପଦକ୍ଷେପ ନେଇଥିଲେ ପ୍ରକାଶ। ବାପା-ମାଆର କଳିରୁ ଜୀବନ ସହ ସଂଗ୍ରାମ କରୁଛି ନିଷ୍ପାପ ଶିଶୁଟି। ଅନ୍ୟପଟେ 
ଏବେଯାଏଁ ପତ୍ତା ମିଳିପାରିନି ବାପା ପ୍ରକାଶଙ୍କର। ପାରିବାରିକ କଳହ ଯେ, ଏମିତି ବି ରୂପ ନେଇପାରେ ତାହା ଚକିତ କରିଛି ସମସ୍ତଙ୍କୁ।

Advertisment
Advertisment