ଯୁକ୍ତିତର୍କ ମଧ୍ୟ ଅତ୍ୟଧିକ ରାଗିଯାଇ ପୁଷ୍ପାଙ୍କ ଆଙ୍ଗୁଠିକୁ କାମୁଡ଼ି ଦେଇଥିଲେ ବିଜୟ । ଏମିତିକି ତାକୁ ଚୋବାଇ ଛିଣ୍ଡେଇ ଦେବାକୁ ଚେଷ୍ଟା କରିଥିଲେ ।
ଝିଅଟିର ଭାଇ କାମରୁ ଫେରିବା ପରେ ଭଉଣୀକୁ ଖୋଜାଖୋଜି କରିଥିଲେ । ହେଲେ କିଛି ସନ୍ଧାନ ମିଳିନଥିଲା । ସେଦିନ ପ୍ରାୟ ରାତି ୧୦ଟା ସମୟରେ କୋଲ୍ ଫର୍ଣ୍ଣେସ ଅଞ୍ଚଳରେ ପରିବାର ଲୋକ ଖୋଜାଖୋଜି କରିଥିଲେ ।
କାନ୍ଥରେ ଦୁଇ ଚୋର ଚିତ୍ର ଆଙ୍କିବା ସହ ଡାଏଲଗ୍ ଲେଖିବା ସମୟରେ ସେଠାରେ ଲାଗିଥିବା ଏକ କାଚ ଖସିପଡ଼ିଥିଲା । ତଳେ ପଡ଼ି କାଚଟି ଭାଙ୍ଗିଯାଇଥିଲା । ଯାହାଦ୍ୱାରା ଘର ଲୋକଙ୍କ ନିଦ ଭାଙ୍ଗି ଯାଇଥିଲା ।
ଭାଙ୍ଗିଗଲା ସ୍ୱପ୍ନ..ଚାଲିଗଲା ଜୀବନ..ପ୍ରେମିକ ପାଲଟିଲା ସୈତାନ୍
ଏହି ହିଂସାକାଣ୍ଡ ପଛରେ ରହିଛି କି କୌଣସି ଷଡ଼ଯନ୍ତ୍ର? ଅଚାନକ୍ ଉତ୍ତେଜନା ସୃଷ୍ଟି ପଛର କାରଣ କଣ?
ନକଲି ୱେବସାଇଟ୍ ଖୋଲି ପର୍ଯ୍ୟଟକଙ୍କୁ ଲଗାଉଛନ୍ତି ଚୂନ । ପୁରୀ ଓ ଭୁବନେଶ୍ବରରେ ଠକେଇକୁ ନେଇ ବଢ଼ିଲା ଚିନ୍ତା
ନକଲି ୱେବସାଇଟ୍ ଖୋଲି ପର୍ଯ୍ୟଟକଙ୍କୁ ଲଗାଉଛନ୍ତି ଚୂନ । ପୁରୀ ଓ ଭୁବନେଶ୍ବରରେ ଠକେଇକୁ ନେଇ ବଢ଼ିଲା ଚିନ୍ତା
ମହିଳାଙ୍କ ଅଭିଯୋଗ ପାଇବା ପରେ ପୋଲିସ ସ୍ୱାମୀ ନାଁରେ ମାମଲା ରୁଜୁ କରିବା ସହ ଶ୍ୱଶୁର ଘରର ୬ ଜଣଙ୍କ ନାଁରେ ବି ମାମଲା ରୁଜୁ କରିଛି । ତଦନ୍ତ ପରେ ସମସ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି ।
ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ । ବହୁ ଚର୍ଚ୍ଚିତ ହନିଟ୍ରାପ୍ ମାମଲାରେ ଅର୍ଚ୍ଚନା ନାଗଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ଖଣ୍ଡଗିରି ଥାନା ମାମାଲାରେ ରହସ୍ୟମୟୀଙ୍କୁ ମିଳିଛି ଜାମିନ । ଅର୍ଚ୍ଚନାଙ୍କ ନାଁରେ ଦାୟର ହୋଇଥିବା ମୋଟ ୩ଟି ମାମଲାରୁ ୨ଟିରେ ଜାମିନ ମିଳିଛି ।
ଅର୍ଚ୍ଚନାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଂଜୁର କରିଛନ୍ତି ।
ନୁହରେ କର୍ଫ୍ୟୁ ଲାଗିଛି ଏବଂ ଆଖପାଖ କିଛି ଅଞ୍ଚଳରେ ଜାରି ହୋଇଛି ୧୪୪ ଧାରା ।...
ଜଙ୍ଗଲରେ ଚାଲିଥିଲା ଚୋରା ମଦ ବେପାର । ଖବର ପାଇବା ପରେ ଚଢାଉ ପାଇଁ ଯାଇଥିଲା ପୂରା ଟିମ୍...ହେଲେ ହାତରେ ଥିଲା ଖାଲି ଲାଠି । କିନ୍ତୁ ଚୋରା ବେପାରୀ ପୂରା ପ୍ରସ୍ତୁତ ଥିଲେ, ମାରଣାସ୍ତ୍ର ସଜେଇ ରଖିଥିଲେ । ଅବକାରୀ ଟିମ୍ ପହଞ୍ଚିବା ମାତ୍ରେ ମୁଖା ପିନ୍ଧି ଆସିଲେ, ମାଡ ମାରିଲେ...ହାଣି ପକାଇଲେ
ମେକାନିକାଲ୍ ଇଞ୍ଜିନିୟର...ହେଲେ ନିଶା ଚୋରା ବେପାର । ଶୁଆଠୁ ଶାରୀ...ୟୁଟ୍ୟୁବ୍ରେ ବିଜ୍ଞାପନ ଦେଇ ଚଳାଇଥିଲେ ବଡ଼ ରାକେଟ୍ । ଛଦ୍ମ ବେଶରେ ଆସି ମାଡ଼ି ବସିଲା ବନବିଭାଗ । ଏବେ ଅନ୍ଧାର ଘରେ କଟିବ ଜୀବନ
ରାଜଧାନୀରୁ ବାଇକ ଚୋରି କରିବା ପରେ ସେଥିରେ ଏମାନେ ଫେକ୍ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଉଥିଲେ। ଆଉ ଜାଲ କାଗଜପତ୍ର ପ୍ରସ୍ତୁତ କରାଯିବା ପରେ ସେଗୁଡ଼ିକୁ କନ୍ଧମାଳ, କଳାହାଣ୍ଡି ଜିଲ୍ଲାର ଗ୍ରାମାଞ୍ଚଳରେ ବିକ୍ରି କରି ଦେଉଥିଲେ।
ବାଲେଶ୍ୱରରେ ପରୀକ୍ଷାର୍ଥୀଙ୍କ ହଲ୍ଲାବୋଲ୍ । ASO ମାମଲାରେ ସାନି ମେରିଟ୍ ଲିଷ୍ଟ ପ୍ରକାଶ ରାୟ ହାଇକୋର୍ଟରେ ବଳବତ୍ତର ।
୩୫ଟି ଚୋରା ବାଇକ୍ ଜବତ, ଚାବି - ଫେକ୍ ନମ୍ବର ପ୍ଲେଟ୍ ଓ ଡକ୍ୟୁମେଣ୍ଟ ସିଜ୍ । ରାଜଧାନୀର ବିଭିନ୍ନ ମଲ୍, ହାଟ ଓ ମାର୍କେଟ୍ ଏରିଆରୁ ଚୋରି କରୁଥିଲେ ବାଇକ୍ ।
୨୫ ବର୍ଷ ତଳର ଟାଟା କମ୍ପାନୀ ଜମି ଅଧିଗ୍ରହଣ ବେଳେ ହତ୍ୟା ମାମଲାରେ ରାୟ । ନାରାୟଣ ରେଡ୍ଡୀଙ୍କ ସହ ୧୪ ଜଣଙ୍କୁ ସଜା ଶୁଣାଇଲେ ବ୍ରହ୍ମପୁର ଏଡିଜେ କୋର୍ଟ ।
କେବଳ ରେଫରାଲ୍ ଛଡ଼ା OPD ଟିକେଟରେ ଉଲ୍ଲେଖ ନାହିଁ ଚିକିତ୍ସା ତଥ୍ୟ । କ୍ରାଇମବ୍ରାଞ୍ଚକୁ ସିଡିଏମଓଙ୍କ ଇଞ୍ଜୁରି ରିପୋର୍ଟ ତାରିଖକୁ ନେଇ ବି ବିଭ୍ରାନ୍ତି ।
ପୋଲିସର ସୂଚନାନୁସାରେ ୨୧ ଲକ୍ଷ ଟଙ୍କାର ଟମାଟୋ ନେଇ ଆସୁଥିବା ଏକ ଟ୍ରକ୍ ନିଖୋଜ ହୋଇଯାଇଛି । ଯାହାର ପତ୍ତା ମିଳୁନାହିଁ । ଟ୍ରକ୍ଟି କର୍ଣ୍ଣାଟକର କୋଲାରରୁ ରାଜସ୍ଥାନର ଜୟପୁରକୁ ଯାଉଥିଲା
୨୫ ବର୍ଷ ପୂର୍ବରୁ ଘଟିଥିଲା ହତ୍ୟାକାଣ୍ଡ ,ଏବେ ଏହି ମାମଲାରେ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍ ହୋଇଛି ।
ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ଏକ ନୂଆ ଖୁଲାସା ହୋଇଛି। ଗୁଳିମାଡ଼ ପରେ ତୁରନ୍ତ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ମେଡିକାଲ୍କୁ ନେବା ପରେ ସେଠାରେ କ’ଣ ସବୁ ଚିକିତ୍ସା କରାଯାଇଥିଲା, ଏସବୁ ଓପିଡି ଟିକେଟ୍ରେ କିଛି ବି ଉଲ୍ଲେଖ କରାଯାଇନାହିଁ।
ଚଳନ୍ତା ଟ୍ରେନ୍ରେ ଗୁଳିମାଡ଼। RPF କନଷ୍ଟେବଲ୍ଙ୍କ ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ହୋଇଛି। । ଫାୟାରିଂ ପରେ କନଷ୍ଟେବଲ ଟ୍ରେନ୍ରୁ ଡେଇଁ ପଡ଼ିଥିଲେ।
ସାଇଣ୍ଟିଫିକ୍ ତଦନ୍ତର ରିପୋର୍ଟ ଓ ମୃତକ ନାବାଳକ ସଂଜିତ ବିଶ୍ୱାଳଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି ଏସପି । ଟୁସର ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ମୁତୟନ କରାଯାଇଛି ।
ଗୁପ୍ତଧନ ଆଶାରେ ନାବାଳକକୁ ନରବଳି ସନ୍ଦେହରେ ଏବେ ବି ଅନୁଗୁଳ କିଆକଟା ଅଞ୍ଚଳରେ ଲାଗି ରହିଛି ଚାପା ଉତ୍ତେଜନା। ଗତ ଶନିବାର ରାତିରେ ମୃତ ନାବାଳକ ନିଖୋଜ ହୋଇଥିବା ମଙ୍ଗଳା କୋଠୀକୁ କଡ଼ା ସୁରକ୍ଷାରେ ରଖି ସବୁ ଦିଗରୁ ତଦନ୍ତ ଚଳାଇଛି ଆଠମଲ୍ଲିକ ପୋଲିସ୍। ତାସହ ମଙ୍ଗଳା ସାଧିକା ରୀତାଞ୍ଜଳି ବାଘ ସହ ତାର ତିନି ପୁଅଙ୍କୁ ଗିରଫ ପରେ ଅଜଣା ସ୍ଥାନକୁ ନେଇ ଜେରା କରୁଛି। SP କହିଛନ୍ତି ଖୁବଶୀଘ୍ର ହତ୍ୟାର ମୋଟିଭ୍ ଜଣାପଡ଼ିବ। ସେପଟେ ଶବ ହସ୍ତାନ୍ତର ପରେ ନାବାଳକ ଶରୀରରୁ କିଛି ଅଙ୍ଗ ଗାଏବ ଥିବା ଅଭିଯୋଗ ଆଣିଛନ୍ତି ସଂପର୍କୀୟ।
ବିଭ୍ରାଟ ପରେ ବିଭ୍ରାଟ... ବିବାଦ ପରେ ବିବାଦ। ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ଉପରେ ସତେ ଯେମିତି କାହାର ପଡ଼ିଛି କୋପଦୃଷ୍ଟି। ଖଣ୍ଡିଏ ସରକାରୀ ଚାକିରୀ ଆଶାରେ ଦିନରାତି ପରିଶ୍ରମ କରି ପରୀକ୍ଷାକୁ ସାମ୍ନା କରୁଥିବା ପିଲାଙ୍କ ପ୍ରଶ୍ନପତ୍ର ଲିକ୍ ପରେ ଲିକ୍ ଅଭିଯୋଗ। ଏହାକୁ ନେଇ ଲାଗିରହିଛି ତମ୍ବିତୋଫାନ।