/odishatv-khabar/media/post_attachments/uploadimage/library/16_9/16_9_0/Goldsmith_1691896511.jpg)
Goldsmith
ବନ୍ଧା ହେଲେ ବଣିଆ ୪୨୦। ବାଲେଶ୍ୱର ସେଣ୍ଟ୍ରାଲ ବ୍ୟାଙ୍କରେ ନକଲି ସୁନା ରଖି ୭୦ ଲକ୍ଷର ବ୍ୟାଙ୍କ ଋଣ ଠକେଇ ମାମଲାରେ ବଣିଆ ସମେତ ୭ ଜଣ ଋଣ ଗ୍ରହୀତା ଗିରଫ ହୋଇଛନ୍ତି । ସଂପୃକ୍ତ ବଣିଆ ବ୍ୟାଙ୍କ ପାଇଁ କାମ କରୁଥିଲେ । ବ୍ୟାଙ୍କ ସୁନାର ମାନ ଓ ମୂଲ୍ୟ ନିର୍ଦ୍ଧାରଣ କରୁଥିଲେ ବଣିଆ ପଦ୍ମଲୋଚନ ରଣା । ସେ ନିଜେ କଷ୍ଟମର ଯୋଗାଡ କରୁଥିଲେ ।
Advertisment
ପରେ ନକଲି ସୁନାକୁ ଅସଲି ଦର୍ଶାଉଥିଲେ । ତାଙ୍କ ପ୍ରମାଣପତ୍ର ଆଧାରରେ ବ୍ୟାଙ୍କରୁ ଋଣ ମିଳୁଥିଲା । ଏଭଳି ୧୪ ଜଣ ଗ୍ରାହକ ବ୍ୟାଙ୍କରେ ନକଲି ସୁନା ରଖି ୭୦ ଲକ୍ଷ ଋଣ ନେଇଥିଲେ । ଏନେଇ ବାଲେଶ୍ୱର ସେଣ୍ଟ୍ରାଲ ବ୍ୟାଙ୍କର ମ୍ୟାନେଜର ଟାଉନ ଥାନାରେ ଅଭିଯୋଗ କରିଥିଲେ । ବଣିଆର ଚଞ୍ଚକତା ସ୍ପଷ୍ଟ ହେବା ପରେ ତାକୁ ଗିରଫ କରିଛି ଟାଉନ ପୋଲିସ । ସେହିଭଳି ଋଣ ଠକେଇ ଅଭିଯୁକ୍ତ ଅନ୍ୟ ୮ ଜଣଙ୍କୁ ଖୋଜୁଛି ପୋଲିସ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)