Advertisment

ବିବାହ ପୂର୍ବରୁ ଶାରିରୀକ ସମ୍ପର୍କ ରଖିଲେ... ଟ୍ରେନ୍‌ରେ ବସାଇ ଘରକୁ ପଠାଇ ଦେଲେ

ଘର ଲୋକ ରାଜି ନଥିଲେ, ତଥାପି ନେଇ ଗଲେ । ଗୋଟିଏ ଘରେ ରହିଲେ, ଶାରିରୀକ ସମ୍ପର୍କ ବି ରଖିଲେ । ଏବେ ଟ୍ରେନ୍‌ରେ ବସାଇ ଘରକୁ ପଠାଇ ଦେଲେ । ବାହା ହେବା ଜିଦ୍‌ରେ ଅଟଳ ଯୁବତୀ..ସେପଟେ ଯୁବକ କହୁଛନ୍ତି ଏକାଠି ରହିବା ପରେ ବି ଆମର ନଥିଲା ଶାରିରୀକ ସମ୍ପର୍କ।

author-image
Sarbeswar
ଅଦ୍ୟତନ ହୋଇଛି
Love Sex Aur Dhokha In Dhenkanal

Love Dhoka

ମିଠା ମିଠା କଥା କହିଲେ...ପ୍ରେମ ଜାଲରେ ଫଶାଇଲେ । ଖାଲି ଫଶାଇଲେ ତାହା ନୁହେଁ ବରଂ ବାହା ହେବାର ପ୍ରତିଶ୍ରୁତି ଦେଲେ । ପରିବାର ଲୋକଙ୍କ ଉପସ୍ଥିତିରେ ବଡ ଆଡମ୍ବରରେ ରିଙ୍ଗ ସେରିମନି ବି ହେଲା । ରିଙ୍ଗ ସେରିମନିରେ କେକ୍‌ କଟାଯାଇଥିଲା...ଫଟୋ ସୁଟ୍‌ ବି ହୋଇଥିଲା । ମାତ୍ର ଦିନ କେଇଟାରେ ସେମାନଙ୍କର ବାହାଘର ବି ହୋଇଥାଆନ୍ତା । ହେଲେ ସବୁ କିଛି ପାଣି ଫୋଟକା ପରି ଫୁଟିଗଲା । କାରଣ ଶାରୀରିକ ସମ୍ପର୍କ ରଖିବା ପରେ ଧୋକା ଦେଇଦେଲା ପ୍ରେମିକା । ଏମିତି କିଛି ଲଭ୍‌, ସେକ୍ସ ଓ ଧୋକା ପରି ସଙ୍ଗୀନ ମାମଲା ଆସିଛି ଢେଙ୍କାନାଳ କାମାକ୍ଷାନଗରରୁ । ଯାହାକୁ ନେଇ ଏବେ ଚର୍ଚ୍ଚା ।

Advertisment

ଅଧିକ ପଢ଼ନ୍ତୁ: ସୈତାନ ସାଜିଲା ପ୍ରେମିକ...ଯାହାକୁ ଭଲ ପାଉଥିଲା ତାକୁ ହିଁ ମାରିଦେଲା

କାମାକ୍ଷାନଗର ଥାନା ଆଲୁଅଝରଣ ଗାଁରୁ ସାମ୍ନାକୁ ଆସିଛି ଏହି ସଙ୍ଗୀନ ମାମଲା । ଗାଁର ୧୮ ବର୍ଷୀୟା ଯୁବତୀଙ୍କୁ ପ୍ରତାରଣା କରି ଛାଡି ଦେଇଛନ୍ତି ପ୍ରେମିକ ପ୍ରବୀର । କାମାକ୍ଷାନଗର ଥାନା ପଥରଖମ୍ବ ଗାଁର ଯୁବକ ମନୀଷ ଦେହୁରୀ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ଆଲୁଅଝରଣ ଗାଁକୁ ଝିଅ ଦେଖିବାକୁ ଯାଇଥିଲେ । ପୂର୍ବରୁ ମନୀଷଙ୍କ ସଂପର୍କୀୟ ସେଇ ଝିଅକୁ ପସନ୍ଦ କରିଥିଲେ...ମନୀଷଙ୍କ ପସନ୍ଦ ହେବା ପରେ ଏପ୍ରିଲ ୧୬ରେ ନିର୍ବନ୍ଧ ହୋଇଥିଲା । ଆଉ ପରେ ଯୁବତୀଙ୍କ ସହ ମିଳାମିଶା ଆରମ୍ଭ କରିଥିଲେ ମନୀଷ ।

Advertisment

ଦିନ ଗଡ଼ିବା ସହିତ ଉଭୟଙ୍କ ମଧ୍ୟରେ ସଂପର୍କ ବଢିଥିଲା । ହେଲେ କିଛିଦିନ ଯିବା ପରେ କୌଣସି କାରଣରୁ ମନୀଷଙ୍କ ପରିବାର ଲୋକେ ବାହାଘର ପାଇଁ ରାଜି ହୋଇନଥିଲେ । ପରିବାର ଲୋକ ସିନା ରାଜି ହୋଇନଥିଲେ ହେଲେ ମନୀଷ ଯୁବତୀଙ୍କ ପ୍ରେମରେ ଏମିତି ଉବୁଟୁବୁ ହେଉଥିଲେ ଯେ ତାଙ୍କୁ ଛାଡିବାକୁ ଚାହୁଁନଥିଲେ । ତେଣୁ କୌଶଳକ୍ରମେ ଏପ୍ରିଲ ୨୯ ତାରିଖରେ ଯୁବତୀଙ୍କୁ ଫେରାର କରି ଭୁବନେଶ୍ୱରରୁ ପ୍ଲାଇଟରେ ସୁରତ ନେଇଗଲେ ମନୀଷ । ସ୍ଥାନୀୟ ଅଂଚଳର ଏକ ଶିବ ମନ୍ଦିରରେ ଉଭୟଙ୍କ ବାହାଘର ବି ହେଲା ।

ପ୍ରେମ କରୁଥିବାରୁ ଯୁବତୀଙ୍କୁ ସିନା ମନୀଷ ବିବାହ କରିଦେଲେ । ହେଲେ ପରିବାରର ବିନା ଅନୁମତିରେ ବାହାଘର ହୋଇଥିବାରୁ ଚିନ୍ତାରେ ଥିଲେ ମନୀଷ । ତେଣୁ କିଛି ବାହାନା କରି ଜୁନ ୧ରେ ଯୁବତୀଙ୍କୁ ଟ୍ରେନ୍‌ରେ ବସାଇ ଦେଇଥିଲେ ମନୀଷ । ଏହାପରେ ଯୁବତୀଙ୍କ ସହ ସମ୍ପର୍କ ରଖିବାକୁ ମନା କରିଦେଇଥିଲେ ମନୀଷ । ହେଲେ ବାହାଘର ସରିଥିବା ସହ ଶାରିରୀକ ସମ୍ପର୍କ ଥିବାରୁ ମନୀଷଙ୍କ ସହ ରହିବାକୁ କହିଥିଲେ ଯୁବତୀ । କିନ୍ତୁ ଏନେଇ ମନୀଷ ରାଜି ନହେବାରୁ କାମାକ୍ଷାନଗର ଥାନାରେ ଏନେଇ ଲିଖିତ ମାମଲା ରୁଜୁ ହୋଇଥିଲା । ସେପଟେ ପୂରା ଘଟଣାରେ ମନୀଷଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଚାଲିଛି । ସେ ସିଧାସିଧା କହିଛନ୍ତି, ଆମେ ଗୋଟିଏ କୋଠରୀରେ ରହୁଥିଲେ ବି ଶାରିରୀକ ସମ୍ପର୍କ ନଥିଲା ଏବଂ ବାହାଘର ହୋଇନି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯଦି ମନୀଷ ସତ କହୁଛନ୍ତି, ତେବେ ବାହାଘର ହୋଇନଥିବା ବେଳେ କାହିଁକି ଯୁବତୀଙ୍କୁ ଏମିତି ଫେରାର କରିଥିଲେ ମନୀଷ? ଏପଟେ ଯୁବତୀଙ୍କ ପରିବାର ପକ୍ଷରୁ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଜୋରଦାର ଦାବି ହୋଇଛି...

Special Story
Advertisment
Advertisment