• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବଜାରରେ ବିକ୍ରି ହେଉଛି ହରିଣ ମାଂସ । ପୋଲିସର ଆଖି ଆଢ଼ୁଆଳରେ ଚାଲିଛି ହରିଣ ମାଂସ ବ୍ୟବସାୟ । ଆଇନର ନିୟମକୁ ଖୁଲମଖୁଲା ଉଲ୍ଲଂଘନ କରାଯାଉଛି । ଶିକାରୀମାନେ ହରିଣକୁ ଶିକାରକରି ଲୁଚିଛପି ତା’ର ମାଂସକୁ ବିକ୍ରି କରୁଛନ୍ତି । ନିକଟ ଓ ଅତୀତରେ ହରିଣ ମାଂସକୁ ନେଇ ଅନେକ ଖବର ଆପଣ ଶୁଣିଥିବେ । ହେଲେ ସାମ୍‌ନାକୁ ଆସିଥିବା ଖବର ଜାଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ।

ଏମିତି କି ହରିଣ ଶିକାରକୁ ନେଇ ବଡ଼ ବଡ଼ ଧନୀ ଲୋକ ଜେଲ୍‌ ଯାଇଥିବା କଥା ମଧ୍ୟ ନଜରକୁ ଆସିଛି । ହେଲେ ବର୍ତ୍ତମାନ ଚମକାଇ ଦେଲା ପରି ଆଉ ଏକ ଖବର ଚର୍ଚ୍ଚା ହେଉଛି । କାରଣ ଅଭିଯୁକ୍ତମାନେ ହରିଣ ଶିକାର କରିଛନ୍ତି । ତାହା ସହ ହରିଣ ମାଂସକୁ କିଲୋ ପ୍ରତି ୩୦୦୦ ଟଙ୍କାରେ ଗ୍ରାହକଙ୍କୁ ବିକ୍ରି କରିଛନ୍ତି ।

ଏପରି ଏକ ଘଟଣା ସାମ୍‌ନାକୁ ଆସିଛି ହାଇଦ୍ରାବାଦରୁ । ହାଇଦ୍ରାବାଦର ଗଗନପାହାଡ ଇଣ୍ଡଷ୍ଟ୍ରିଆଲ ଏରିଆରୁ ୧୬ କିଲୋଗ୍ରାମ ହରିଣ ମାଂସ ଜବତ କରାଯାଇଛି । ତା’ ସହିତ ତିନି ଜଣ ଅଭିଯୁକ୍ତଙ୍କୁ ପୋଲିସ ଗରିଫ କରିଛି । ସୂଚନା ମୁତାବକ ଶ୍ୟାମଶାବାଦର ସ୍ୱତନ୍ତ୍ର ଅପରେସନ୍ ଟିମ୍ ସେମାନଙ୍କୁ ଗିରଫ କରି ଅଧିକ ପଚରାଉଚରା କରୁଛି ।

ଖାଲି ସେତିକି ନୁହେଁ, ଅଭିଯୁକ୍ତମାନଙ୍କ ନାଁ ମଧ୍ୟ ପୋଲିସ ଗଣମାଧ୍ୟମ ଆଗରେ ପ୍ରକାଶ କରିଛି । ଦୁଇ ଅଭିଯୁକ୍ତ ବି ଭେଙ୍କଟେଶ ଏବଂ ପି କରୁଣାକର ଗିରଫ ହୋଇଥିବାବଳେ ସେମାନେ ଚାଷ କାମ କରନ୍ତି ବୋଲି ଜଣାପଡ଼ିଛି । ସେହିପରି ତୃତୀୟ ବ୍ୟକ୍ତି ଜଣକ ୩୭ ବର୍ଷିୟ ଏମ ଶ୍ରୀନୁ । ସେ ନାଲଗୋଣ୍ଡାର ମାରିଗୁଡା ସହରର ଶ୍ରମିକ ବୋଲି ପୋଲିସ ସୂଚନା ଦେଇଛି ।

ପୋଲିସର ପଚରାଉଚରା ସମୟରେ ଅଭିଯୁକ୍ତ ବି ଭେଙ୍କଟେଶ ସବୁ ସତ ବଖାଣିଛି । ସେ କହିଛି ଯେ, ତା’ର ଦୁଇ ସହଯୋଗୀଙ୍କ ସହ ସେ ହରିଣ ମାଂସ ବିକ୍ରି କରୁଥିଲା । କିଲୋ ପ୍ରତି ସେମାନେ ୩୦୦୦ ଟାଙ୍କାରେ ହରିଣ ମାଂସ ବିକ୍ରି କରୁଥିଲେ।

ପୋଲିସ କହିଛି ଏମ ଶ୍ରୀନୁ ଜଣେ ଶିକାରୀ । ସେ ଆବଶ୍ୟକ ଅନୁସାରେ ଭେଙ୍କଟେଶଙ୍କୁ ହରିଣ ମାଂସ ଯୋଗାଇଥାଏ । ଅଭିଯୁକ୍ତଙ୍କ ନିକଟରୁ ଦୁଇଟି ବାଇକ୍‌ ମଧ୍ୟ ଜବତ କରିଛି ପୋଲିସ ।