/odishatv-khabar/media/post_attachments/uploadimage/library/16_9/16_9_0/Crime_1704178526.jpg)
Crime
ବାଲେଶ୍ବର ସୋର ଥାନା ରାଇପୁରରୁ ନିଖୋଜ ଶିଶୁପୁତ୍ରର ମିଳିଲା ମୃତଦେହ । ଘର ନିକଟ ପୋଖରୀରୁ ଅଗ୍ନିଶମ ବାହିନୀ ଦ୍ବାରା ମୃତଦେହ ଉଦ୍ଧାର କରାଯାଇଛି । ଗତକାଲି ଘର ପାଖରେ ଖେଳୁଥିବା ବେଳେ ନିଖୋଜ ହୋଇ ଯାଇଥିଲେ ମୋହନ ସାହୁଙ୍କ ପୁଅ ଶୁଭମ୍ । ପରିବାର ଲୋକ ଓ ଗାଁଲୋକେ ଗାଁର ବିଭିନ୍ନ ପୋଖରୀ, ରେଳଷ୍ଟେସନ ଓ ବସଷ୍ଟାଣ୍ଡରେ ଖୋଜାଖୋଜି କରି ନିରାଶ ହୋଇଥିଲେ ।
ଏପରିକି ପୋଲିସ, ଅଗ୍ନିଶମ ବାହିନୀ ବି ପାଖରେ ଥିବା ପୋଖରୀରେ ସର୍ଚ୍ଚ ଅପରେସନ ଜାରି ରଖିଥିଲେ । ତେବେ ତାଙ୍କ ମୃତ୍ୟୁ କେମିତି ହେଲା ସେ ନେଇ ଏବେ ତଦନ୍ତ ଚାଲିଛି । ଶୁଭମ ଘର ପାଖରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଥିଲେ । ପରିବାର ଲୋକ ଓ ଗ୍ରାମବାସୀ ଗାଁର ବିଭିନ୍ନ ପୋଖରୀ, ରେଳଷ୍ଟେସନ ଓ ବସଷ୍ଟାଣ୍ଡରେ ଖୋଜାଖୋଜି କରି ନିରାଶ ହୋଇଥିଲେ ।
ଏପରିକି ପୋଲିସ, ଅଗ୍ନିଶମ ବାହିନୀ ବି ପାଖରେ ଥିବା ପୋଖରୀରେ ସର୍ଚ୍ଚ ଅପରେସନ ଜାରି ରଖିଥିଲେ । ତଥାପି ପତ୍ତା ମିଳିନଥିଲା ।
ଏ ନେଇ ପରିବାର ଲୋକ ଏବଂ ଗ୍ରାମବାସୀ ଶିଶୁପୁତ୍ରକୁ ଅପହରଣ କରାଯାଇଥିବା ସୋର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି । ଗତକାଲି ଠାରୁ ଏହି ୩ ବର୍ଷର ଶିଶୁର କୌଣସି ଖୋଜଖବର ନଥିବା ବେଳେ ଆଜି ମୃତଦେହ ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)