• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବଢୁଛି ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ସ୍ଥିତ ମା’ ଗୃହ ୱାଡେନ୍ ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ରହସ୍ୟ । ଅନ୍ୟ କେଉଁଠି ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ଲକ୍ଷ୍ମୀଙ୍କୁ ଜାଳି ଦିଆ ଯାଇଥିବା ଆଶଙ୍କା କରାଯାଉଛି । ଏହି ଆଶଙ୍କା ଏବଂ ସନ୍ଦେହ ଭିତରେ ଲକ୍ଷ୍ମୀ ମୃତ୍ୟୁର ୯ ଦିନ ପରେ ଏଣ୍ଟ୍ରି ମାରିଛି କ୍ରାଇମବ୍ରାଞ୍ଚ ।

ମୃତଦେହ ମିଳିଥିବା ସ୍ଥାନରେ ଯାଞ୍ଚ କରିବା ସହ ପଡ଼ୋଶୀଙ୍କୁ ପଚରା ଉଚରା କରିଛି । ସେହିପରି ମା’ ଗୃହକୁ ଯାଇ କ୍ରାଇମବ୍ରାଞ୍ଚ ଛାନଭିନ୍ ଜାରି ରଖିଛି । କ୍ରାଇମବ୍ରାଞ୍ଚ ଡିଏସପି ନରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚ ଟିମ୍ ସହ ଷ୍ଟେଟ ଫରେନସିକର ୧୦ ଜଣିଆ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ଗତ ୨୧ ତାରିଖ ଅପରାହ୍ନ ପ୍ରାୟ ୪ଟାରେ ମା’ ଗୃହରୁ ବାହାରକୁ ଯାଇଥିଲା ଲକ୍ଷ୍ମୀ । ସେହି ଦିନ ରାତି ପ୍ରାୟ ୧୧ ଟା ବେଳେ ଲକ୍ଷ୍ମୀଙ୍କର ଦରପୋଡ଼ା ମୃତଦେହ ମିଳିଥିଲା । ମା’ ଗୃହ ନିକଟରୁ ଉଦ୍ଧାର ହୋଇଥିଲା ମରଶରୀର । ଏ ସଂପର୍କରେ ଗତ ୨୨ ତାରିଖରେ ଲକ୍ଷ୍ମୀଙ୍କ ବାପା ଚନ୍ଦ୍ରପୁର ଥାନାରେ ଏତଲା ଦେବା ସହ ହତ୍ୟା ଅଭିଯୋଗ ଆଣିଥିଲେ ।

ଅନ୍ୟପଟେ ଲକ୍ଷ୍ମୀଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଛିଡ଼ା ହୋଇଛି । ଲକ୍ଷ୍ମୀଙ୍କ ଏଭଳି ରହସ୍ୟଜନକ ମୃତ୍ୟୁ ପଛର ରହସ୍ୟ କ'ଣ ? ନିଆଁରେ ଜଳି ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ଭଳି ଲକ୍ଷ୍ମୀଙ୍କ ମୃତ୍ୟୁର କିଛି ସାମଞ୍ଜସ୍ୟ ଅଛି କି ? ଏହା ହତ୍ୟା, ଆତ୍ମହତ୍ୟା ନା କୌଣସି ଦୁର୍ଘଟଣା ? ଅନ୍ୟ କେଉଁଠି ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ଲକ୍ଷ୍ମୀଙ୍କୁ ଜାଳି ଦିଆ ଯାଇଥିଲା କି ?

ନା ଲକ୍ଷ୍ମୀଙ୍କୁ ଜାଳି ପୋଡ଼ି ମାରି ଦିଆଯାଇଛି  ? ଲକ୍ଷ୍ମୀଙ୍କୁ ଯଦି ହତ୍ୟା କରାଯାଇଛି, ତେବେ କାହିଁକି ? ରାଜନୈତିକ ହଟଚମଟ ପରେ ହଠାତ୍ କାହିଁକି ସକ୍ରିୟ ହେଲା କ୍ରାଇମବ୍ରାଞ୍ଚ ? କାହିଁକି ଏଯାଏଁ ସାମ୍ନାକୁ ଆସିପାରୁନି ପୋଷ୍ଟମର୍ଟମ ରିପୋର୍ଟ ? ମୃତ୍ୟୁର ୧୦ ଦିନ ପରେ ବି କାହିଁକି ପୋଲିସ ସତକୁ ସାମ୍ନାକୁ ଆଣୁନି ? ଏମିତି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି।