Advertisment

ଭୁବନେଶ୍ୱରରୁ କିଡ୍‌ନାପ୍‌, ଯାଜପୁରରୁ ଉଦ୍ଧାର

ପୋଲିସର କହିବା କଥା, ଅପହୃତ ଯୁବକ ଶଙ୍କର୍ଷଣ ଦାସ ନୁହଁ, ତାଙ୍କ ନାଁ ପିଣ୍ଟୁ ସାହୁ। ତାଙ୍କ ନାଁରେ ପୂର୍ବରୁ ଗଞ୍ଜେଇ ଚୋରାଚାଲାଣ ଓ ବନ୍ଧୁକ କାରବାର ନେଇ ଖଣ୍ଡଗିରି ଏବଂ ତମାଣ୍ଡୋ ଥାନାରେ ଏକାଧିକ ମାମଲା ରହିଛି। ଏ

author-image
Santosh Kumar Sahoo
police rescued businessman

police rescued businessman

ଭୁବନେଶ୍ୱର ପାତ୍ରପଡ଼ାର ଅପହୃତ ବ୍ୟବସାୟୀଙ୍କୁ ଉଦ୍ଧାର କରିଛି ପୋଲିସ । ଯାଜପୁର ଜିଲ୍ଲା ଆରୁହା ଅଞ୍ଚଳରୁ ପୋଲିସ ଉଦ୍ଧାର କରିଥିବା ସୂଚନା ମିଳିଛି। ତା’ସହ ଅପହରଣ ଘଟଣାରେ ସଂପୃକ୍ତ ଅଭିଯୋଗରେ ଅପହୃତଙ୍କ ଡ୍ରାଇଭର ସମେତ ୩ ଜଣଙ୍କୁ ଅଟକ ରଖିଛି ପୋଲିସ। ତେବେ କାହିଁକି ତାଙ୍କୁ କିଡନ୍ୟାପ୍ କରାଯାଇଥିଲା ? ଏହା ପଛର କାରଣ କ’ଣ ? ସେନେଇ ବର୍ତ୍ତମାନ ସୁଦ୍ଧା ପୋଲିସ ସ୍ପଷ୍ଟ କରିନାହିଁ।

Advertisment

ତେବେ ପୋଲିସର କହିବା କଥା, ଅପହୃତ ଯୁବକ ଶଙ୍କର୍ଷଣ ଦାସ ନୁହଁ, ତାଙ୍କ ନାଁ ପିଣ୍ଟୁ ସାହୁ। ତାଙ୍କ ନାଁରେ ପୂର୍ବରୁ ଗଞ୍ଜେଇ ଚୋରାଚାଲାଣ ଓ ବନ୍ଧୁକ କାରବାର ନେଇ ଖଣ୍ଡଗିରି ଏବଂ ତମାଣ୍ଡୋ ଥାନାରେ ଏକାଧିକ ମାମଲା ରହିଛି। ଏପରିକି ପୂର୍ବରୁ ସେ ଗିରଫ ବି ହୋଇଛନ୍ତି I ସଂପୃକ୍ତ ଯୁବକଙ୍କୁ ଉଦ୍ଧାର ପରେ ଖଣ୍ଡଗିରି ପୋଲିସ ସ୍ୱତନ୍ତ୍ର ଟିମ ଗଠନ କରି ଘଟଣାର ତଦନ୍ତ କରୁଛି I ଗତ ରାତି ପ୍ରାୟ ୮ଟା ବେଳେ ଘର ସାମ୍ନାରୁ ପିଣ୍ଟୁଙ୍କୁ ଦୁର୍ବୃତ୍ତମାନେ କାରରେ ଆସି ଉଠାଇ ନେଇଥିବା ଅଭିଯୋଗ କରିଥିଲେ ତାଙ୍କ ପତ୍ନୀ। ଏନେଇ ଖଣ୍ଡଗିରି ଥାନାରେ ଏତଲା ବି ଦେଇଥିଲେ। ପୋଲିସ ଯାଜପୁର ଆରୁହାରୁ ସଂପୃକ୍ତ ଯୁବକଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲରେ ଚିକିତ୍ସା କରାଇଛି । 

Bhubaneswar Odisha Jajpur Kidnapping Case
Advertisment
Advertisment