• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଏକ ଛାତି ଥରା ଘଟଣା ସାମ୍ନାକୁ ଆସିଛି । ବୟ ଫ୍ରେଣ୍ଡ ସହ ବୁଲିବାକୁ ଯାଇଥିଲେ । ଗଣଦୁଷ୍କର୍ମର ଶିକାର ହେଲେ । ଏକା ବେଳକେ ୧୩ ଜଣ ଅମଣିଷ, ନାବାଳିକାଙ୍କୁ କରିଛନ୍ତି ଦୁଷ୍କର୍ମ । ଏଭଳି ଘଟଣା ସାମ୍ନାକୁ ଆସିଛି ଆନ୍ଧ୍ରପ୍ରଦେଶର ବିଶାଖାପାଟନମରୁ । ନାବାଳିକାଙ୍କୁ ବୟସ ମାତ୍ର ୧୭ ।

ମିଳିଥିବା ରିପୋର୍ଟ ଅନୁଯାୟୀ, ନାବାଳିକା ଜଣକ ବୟ ଫ୍ରେଣ୍ଡ ସହ ବୁଲିବାକୁ ଯାଇଥିଲେ ଭାଇଜାକ୍ । ବୁଲା ବୁଲି ସାରି ସେମାନେ ଏକ ଲଜ୍‌ରେ ରହିଥିଲେ ।  ସେଠାରେ ବୟ ଫ୍ରେଣ୍ଡ ପ୍ରଥମେ ତାଙ୍କ ସହ ଦୁର୍ବ୍ୟବହାର ବା ଦୁଷ୍କର୍ମ କରିଥିଲେ । ପରେ ବୟ ଫ୍ରେଣ୍ଡର ସାଙ୍ଗ ମଧ୍ୟ ନାବାଳିକାଙ୍କ ସହ ସେହି ଲଜ୍‌ରେ ଦୁଷ୍କର୍ମ କରିବାକୁ ପଛାଇନଥିଲେ । ଏହାପରେ ନାବାଳିକା ଜଣକ ଲଜ୍‌ରୁ ବାହାରି RK ବିଚ୍‌ ପର୍ଯ୍ୟନ୍ତ ଦୌଡ଼ିଯାଇଥିଲେ । ସେଠାରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ।

ହେଲେ ସେଠାରେ ଥିବା ଜଣେ ଫଟୋଗ୍ରାଫର ତାଙ୍କୁ ଏକା ଦେଖି ସାହାଯ୍ୟର ହାତ ବଢ଼ାଇଥିଲେ । କିନ୍ତୁ ଶେଷରେ ସେହି ଫଟୋ ଗ୍ରାଫର ଜଣକ ମଧ୍ୟ ନାବାଳିକାଙ୍କୁ ଲଜ୍‌କୁ ନେଇଥିଲେ । ଆଉ ସେଠାରେ ଦୁଷ୍କର୍ମ କରିଥିଲେ । ଦୁଇ ଦିନ ପର୍ଯ୍ୟନ୍ତ ସେହି ଲଜ୍‌ରେ ରଖି ନାବାଳିକାଙ୍କୁ କରିଥିଲେ ଯୌନ ଶୋଷଣ । ପରେ ନିଜ ସାଙ୍ଗ ସାଥି ଫଟୋଗ୍ରାଫର ମାନଙ୍କୁ ମଧ୍ୟ ଡାକିଥିଲେ । ଏମିତି ମୋଟ ୧୧ ଜଣ ସେହି ନାବାଳିକାଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଥିଲେ । 

ଏହି ଘଟଣା ଡିସେମ୍ବର ୧୭ ରୁ ୧୯ ତାରିଖ ମଧ୍ୟ ଘଟିଥିଲା । ହେଲେ ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ନାବାଳିକାଙ୍କ ପରିବାର ଲୋକ ନିଖୋଜ ଖବର ନେଇ ଥାନାରେ ପହଞ୍ଚିଥିଲେ । ପରେ ସେମାନଙ୍କୁ ବିଶାଖାପାଟନମର ଏକ ପାଖ ଗାଁରୁ ଉଦ୍ଧାର କରାଯାଇଥିଲା । ନାବାଳିକାଙ୍କ ଘର କଳାହାଣ୍ଡି ଜିଲ୍ଲାରେ ବୋଲି ଜଣାପଡ଼ିଛି ।

ପୋଲିସ ସେମାନଙ୍କ ମଧ୍ୟରୁ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ସେମାନେ ଝାଡ଼ଖଣ୍ଡରେ ଲୁଚିଥିବା ଜଣାପଡ଼ିଛି । 

ପୋଲିସର କହିବାନୁଯାୟୀ, ଡିସେମ୍ବର ୧୮ ତାରିଖରେ ଫୋର୍ଥ ଟାଉନ୍‌ ଥାନାକୁ ନିଖୋଜ କମ୍ପ୍ଲେନ୍‌ ଆସିଲା । ନାବାଳିକାଙ୍କ ବାପା ଏହି ଏତଲା ଦେଇଥିଲେ । ବାପାଙ୍କ କହିବା କଥା ତାଙ୍ ଝିଅ, ଜଣେ ସରକାରୀ ଚାକିରିଆଙ୍କ ଘରେ ମେଡ୍‌ ଭାବେ ଘର କାମ କରେ । ସେ କିଛି ଦିନ ପାଇଁ ଛୁଟିରେ ବାହାରକୁ ଯାଇଛନ୍ତି । ତାଙ୍କ ଘର କଥା ସେ ବୁଝାବୁଝି କରେ । ହେଲେ ଏବେ ସେ କେଉଁ ଆଡ଼େ ନିଖୋଜ ହୋଇଛି । 

ତେବେ ପୋଲିସ ନାବାଳିକାକୁ ବିଶାଖାପାଟନମର ଏକ ପାଖ ଗାଁରୁ ଠାବ କରିଥିଲା । ହେଲେ ସେତେବେଳକୁ ନାବାଳିକା ଜଣକ ସଦ୍‌ମାରେ ଥିଲେ । କିଛି ଦିନ ଯିବା ପରେ ସେ ପୁରା ଘଟଣା ବଖାଣିଥିଲେ । ପୋଲିସ ପୁରା ଘଟଣା ଜାଣିବା ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଲାଗୁ କରାଯାଇଛି । ନାବାଳିକା ଜଣକ ମାତ୍ର ୯ ମାସ ହେବ ନିଜ ପରିବାର ସହ କଳାହାଣ୍ଡିରୁ ବିଶାଖାପଟନମ ଆସିଥିଲେ ।