/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704131710.jpg)
Minor Girl Death
ପୋଲିସ୍ -ମାଓବାଦୀ ଗୁଳି ବିନିମୟରେ ୬ ମାସର ଶିଶୁ କନ୍ୟା ମୃତ । ଓଡ଼ିଶା ସୀମା ଛତିଶଗଡ଼ର ବିଜାପୁର ଜିଲ୍ଲା ମୁତୱାଣ୍ଡିରୁ ଏହି ଖବର ଆସୁଛି । ଜନବସତି ପାଖା ପାଖି ଅଞ୍ଚଳରେ ଏଇ ଗୁଳିବିନିମୟ ବେଳେ ଶିଶୁକନ୍ୟାକୁ ଧରିଥିବା ଅବସ୍ଥାରେ ମାଟି ଗୁଳି ସାମ୍ନାକୁ ଆସିଯାଇଥିଲା । ଫଳରେ ଗୁଳି ବାଜି ଶିଶୁ କନ୍ୟାର ମୃତ୍ୟୁ ହେବା ସହ ମା’ ହାତରେ ମଧ୍ୟ ଗୁଳି ବାଜିବାରୁ ସେ ଗୁରୁତର ହୋଇ ପଡ଼ିଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଏଥିସହ ଏହି ଗୁଳି ବିନିମୟରେ ୨ DRG ଯବାନ ମଧ୍ୟ ଗୁରୁତର ହୋଇଛନ୍ତି । ସମସ୍ତ ୩ ଆହତଙ୍କୁ ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେହିପରି ଗୁଳି ବିନିମୟରେ ଭୈରମଗଡ଼ ଏରିଆ କମିଟି ସଚିବ ଚନ୍ଦ୍ରନ୍ନା ଗୁରୁତର ଆହତ ହୋଇଥିବା ପୋଲିସ ସୂଚନା ଦେଇଛି ।
ଛତିଶଗଡ଼ ବିଜାପୁର ଜିଲ୍ଲା ମୁତୁଆଣ୍ଡି ଜଙ୍ଗଲରେ ନକ୍ସଲଙ୍କ ଗତିବିଧି ଥିବା ସୂଚନା ମିଳିଥିଲା । ଏ ସମ୍ପର୍କରେ ଜାଣିପାରି ଆଜି ସକାଳେ ସିଆର୍ପିଏଫ୍ ଓ ଡିଆର୍ଜି ଯବାନମାନେ କମ୍ୱିଂ ଅପରେସନ୍ରେ ଯାଇଥିଲେ । ଦିନ ତମାମ ଉକ୍ତ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ କରିଥିଲେ । ତେବେ ସନ୍ଧ୍ୟା ପ୍ରାୟ ୫ଟା ବେଳେ ଜଙ୍ଗଲ ପାର୍ଶ୍ୱରେ ଯବାନଙ୍କୁ ଦେଖି ନକ୍ସଲମାନେ ଗୁଳି ଚଳାଇ ଥିଲେ । ତାହାର ଜବାବ ଦେଇଥିଲେ ସିଆର୍ପିଏଫ୍ ଓ ଡିଆର୍ଜି ଯବାନ। ଘମାଘୋଟ୍ ଚାଲିଥିଲା କ୍ରସ୍ ଫାୟାରିଂ ।
ନକ୍ସଲ ଓ ଯବାନଙ୍କ କ୍ରସ୍ଫାୟାରିଂ ଚକ୍ରବ୍ୟୂହରେ ଫସିଗଲେ ମାଆ ଓ ଝିଅ । ଆଉ ଆଖି ପିଛୁଳାକେ ନକ୍ସଲଙ୍କ ବନ୍ଧୁକରୁ ବାହାରିଥିବା ଗୋଟିଏ ଗୁଳି ମହିଳାଙ୍କ କାଖରେ ଥିବା ୬ ମାସର ଝିଅ ଦେହରେ ବାଜିଥିଲା । ଆଉ ଗୋଟିଏ ଗୁଳି ମହିଳା ହାତରେ ବାଜିଥିଲା। ଅତି ସତର୍କତାର ସହିତ ଯବାନମାନେ ମାଆ ଓ ଛୁଆଙ୍କୁ ଉଦ୍ଧାର କରିଥିଲେ। ସେହି ସମୟରେ ଦୁଇ ଡିଆର୍ଜି ଯବାନ ମଧ୍ୟ ଗୁରୁତର ଆହତ ହୋଇଥିଲେ । ସମସ୍ତଙ୍କୁ ପୁଲିସ୍ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଛୁଆକୁ ମୃତ ଘୋଷଣା କରାଯାଇଥିଲା । ଦୁଇ ଯବାନ ଓ ମହିଳା ବର୍ତ୍ତମାନ ମେଡ଼ିକାଲ୍ରେ ଚିକିତ୍ସିତ ହେଉଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)