/odishatv-khabar/media/post_attachments/uploadimage/library/16_9/16_9_0/Suicide_1704100003.jpg)
Suicide
ସ୍ବାମୀଙ୍କ ଅକାଳ ବିୟୋଗକୁ ସହ୍ୟ ନକରିପାରି ସ୍ତ୍ରୀର ଆତ୍ମହତ୍ୟା । ଖବର ଆସିଛି ଜଟଣୀ ଥାନା ଅଞ୍ଚଳରୁ । ସ୍ଥାନୀୟ ବଅଙ୍ଗ ଗାଁର ଦିଲ୍ଲୀପ ସାମନ୍ତରାୟଙ୍କର ଗତ ଶୁକ୍ରବାର ଭୁବନେଶ୍ୱର ସ୍ଥିତ ହାଇଟେକ୍ ହସ୍ପିଟାଲ ଗ୍ୟାସ୍ ବିସ୍ଫୋରଣରେ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ମର୍ମାହତ ଦିଲ୍ଲୀପଙ୍କ ପତ୍ନୀ ସୁନା ସାମନ୍ତରାୟ ଆଜି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।
ମୃତ ସୁନାଙ୍କର ମାତ୍ର ଦୁଇ ବର୍ଷ ତଳେ ବିବାହ ହୋଇଥିଲା । ସ୍ବାମୀ ଦିଲୀପଙ୍କ ବିୟୋଗ ପରେ ସୁନାଙ୍କୁ ତାଙ୍କ ବାପ ଘର ଲୋକେ ନୂଆଗାଁକୁ ନେଇ ଯାଇଥିଲେ । ହେଲେ ସେଠି ଘର ଭିତରୁ ବନ୍ଦ କରି ସୁନା ଆତ୍ମହତ୍ୟା କରିଛନ୍ତି । ଜଟଣୀ ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି ।
ଅନ୍ୟପଟେ ଗତ ଶୁକ୍ରବାରରେ ଭୁବନେଶ୍ୱର ପାଣ୍ଡରା ସ୍ଥିତ ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟିଥିଲା । ହସ୍ପିଟାଲ ପରିସରରେ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ବିସ୍ଫୋରଣ ହୋଇଥିଲା । ଏସିରେ ଗ୍ୟାସ୍ ଫିଲିଂ ବେଳେ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ ୩ରୁ ୪ ଜଣ ଆହତ ହୋଇଥିଲେ । କୌଣସି ଅକ୍ସିଜେନ୍ ସିଲିଣ୍ଡରରେ ବିସ୍ଫୋରଣ ଘଟି ନଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)