• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍ କଲେଜ ହସ୍ପିଟାଲରେ ଜାରି ରହିଛି ଉତ୍ତେଜନା । ଶହେରୁ ଅଧିକ ହାଉସ ସର୍ଜନ କାର୍ଯ୍ୟବନ୍ଦ କରିଛନ୍ତି । ଆଜି ହାଉସ ସର୍ଜନ ଏବଂ ଡାକ୍ତରୀ ଛାତ୍ରମାନେ ହସପିଟାଲ ପରିସରରେ ଧାରଣା ଦେଉଛନ୍ତି । ଆକ୍ରମଣକାରୀଙ୍କୁ ଗିରଫ ସହ NSA ଲାଗୁ ପାଇଁ ସମସ୍ତେ ଦାବି କରିଛନ୍ତି ।

ଆନ୍ଦୋଳନ ଯୋଗୁଁ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି । ଆକ୍ରମଣକାରୀ ବଲାଙ୍ଗିର ସହର ରାଜେନ୍ଦ୍ରପଡାର ସମୀର ବଡମାଳି । ଗତକାଲି ହାଉସ୍ ସର୍ଜନ ଛାତ୍ରଙ୍କୁ ଜଣେ ଦୁର୍ବୃତ୍ତର ଆକ୍ରମଣକୁ ନେଇ ଉତ୍ତେଜନା ଦେଖାଦେଇଥିଲା । କଲେଜ ନିକଟରେ କେହି ଜଣେ ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଆକ୍ରମଣରେ ଡାକ୍ତରୀ ଛାତ୍ର ଜଣକ ଗୁରୁତର ଆହତ ହୋଇ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ ହସ୍ପିଟାଲ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଥିଲେ । ଗତକାଲି ଆନ୍ଦୋଳନ ଯୋଗୁ ମେଡିକାଲ ଭିତରକୁ ଆମ୍ବୁଲାନ୍ସ ଯିବା ଆସିବାରେ ସମସ୍ୟା ଦେଖାଦେଇଥିଲା । ଘଟଣାସ୍ଥଳରେ ବଲାଙ୍ଗିର ଜିଲ୍ଲାପାଳ ଓ ଏସ୍.ପି. ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ।

ତେବେଏ ସବୁ ସତ୍ତ୍ୱେ ତୀବ୍ର ହୋଇ ଚାଲିଛି ଭୀମଭୋଇ ମେଡିକାଲ କଲେଜରେ ଆନ୍ଦୋଳନ । ମେଡିକାଲ ଓପିଡି ଆଗରେ ଧାରଣାରେ ବସିଛନ୍ତି ଡାକ୍ତରୀ ଛାତ୍ରମାନେ । ଡାକ୍ତରୀ ଛାତ୍ରଙ୍କୁ ବୁଝାଇବାକୁ ଚେଷ୍ଟା ଜାରି ରଖିଛି ପୋଲିସ । ହାଉସ୍ ସର୍ଜନ ଛାତ୍ରଙ୍କୁ ଆକ୍ରମଣ ପ୍ରତିବାଦରେ ଆନ୍ଦୋଳନ ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଚାଲିବ ବୋଲି ଚେତାବନୀ ଦେଇଛନ୍ତି ଡାକ୍ତରୀ ଛାତ୍ର ।

ଅନ୍ୟପଟେ ଆନ୍ଦୋଳନ ଯୋଗୁଁ ମେଡିକାଲରେ ରୋଗୀ ସେବା ବାଧାପ୍ରାପ୍ତ ହେଉଛି । ତଥାପି ଆନ୍ଦୋଳନ ଜାରି ରହିଛି । ମୁଣ୍ଡରେ ବ୍ୟାଣ୍ଡେଜ୍ ବାନ୍ଧି ହାଉସ୍‌ ସର୍ଜନ ଓ ଡାକ୍ତରୀ ଛାତ୍ରଙ୍କ ଅଭିନବ ଉପାୟରେ ପ୍ରତିବାଦ ଜାରି ରହିଛି ।