Advertisment

ସ୍ତ୍ରୀ ପୁଅର ମୁଣ୍ଡକୁ ପଥରରେ ଛେଚିଲା, ଶେଷରେ ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରିଲା...

ପ୍ରଥମେ ନିଜ ପତ୍ନୀକୁ ମାରିଲା, ପରେ ନିଜର ଦୁଇ ବର୍ଷର ପୁଅର ମୁଣ୍ତକୁ ପଥରରେ ଛେଚିଲା .. ଏହା ପରେ ବ୍ୟକ୍ତି ଜଣକ ନିଜକୁ ମଧ୍ୟ ଶେଷ କରି ଦେଇଛି ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
Murder Case

Murder Case

ପ୍ରଥମେ ନିଜ ପତ୍ନୀକୁ ମାରିଲା, ପରେ ନିଜର ଦୁଇ ବର୍ଷର ପୁଅର ମୁଣ୍ତକୁ ପଥରରେ ଛେଚିଲା .. ଏହା ପରେ ବ୍ୟକ୍ତି ଜଣକ ନିଜକୁ ମଧ୍ୟ ଶେଷ କରି ଦେଇଛି । ପତ୍ନୀକୁ ମାରିବା ପରେ ଅଭିଯୁକ୍ତ ଜଣକ ନିଜେ ମଧ୍ୟ ମରି ଯାଇଛି । ଏପରି ବିଭତ୍ସ ତଥା ଭୟାନକ ଘଟଣା ଘଟି ଯାଇଛି ଗୁରୁଗ୍ରାମରେ ।

Advertisment

ପତ୍ନୀଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ଜଣକ ସ୍ଥାନ ଛାଡ଼ି ପଳାଇଥିଲା । ପୋଲିସର ସୂଚନାନୁସାରେ ଅଭିଯୁକ୍ତ ଗାଜିଆବାଦର କୌଶମ୍ବା ମେଟ୍ରୋ ଷ୍ଟେସନରୁ ଡେଇଁ ଆତ୍ମହତ୍ୟା କରିଛି । ତେବେ ଅଭିଯୁକ୍ତ ଜଣକ ହେଲେ ୩୦ ବର୍ଷୀୟ ଗୌରବ ଶର୍ମା । ପତ୍ନୀଙ୍କ ଗଳା କାଟି ହତ୍ୟା କରିବା ପରେ ପଥରରେ ମୁଣ୍ତକୁ ଛେଚି ଦେଇଥିଲା ।

ପରେ ପରେ ନିଜର ଦୁଇ ବର୍ଷର ଛୋଟ ପୁଅର ମୁଣ୍ତକୁ ପଥରରେ ଛେଚିଥିବା ପୋଲିସ ସୂତ୍ରରୁ ପ୍ରକାଶ । କିଛି ବର୍ଷ ପୂର୍ବେ ଲକ୍ଷ୍ମୀ ରାୱତଙ୍କ ସହ ଗୌରବ ଶର୍ମାଙ୍କର ବିବାହ ହୋଇଥିଲା । ପରେ ତାଙ୍କର ପୁଅଟିଏ ମଧ୍ୟ ହୋଇଥିଲା । ଘଟଣା ଦିନ ପଡ଼ୋଶୀଙ୍କର ସନ୍ଦେହ ହେବାରୁ ସେମାନେ ପୋଲିସକୁ ସୂଚନା ଦେଇଥିଲେ ।

Advertisment

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଥିଲା । ପରେ ପୋଲିସ କବାଟ ଭାଙ୍ଗି ମହିଳାଙ୍କ ମୃତଦେହ ସମେତ ଶିଶୁକୁ ଉଦ୍ଧାର କରିଥିଲା । ମୃତ ମହିଳାଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଟଏଲେଟରୁ ମିଳିଛି ବୋଲି ପୋଲିସ କହିଛି । ତେବେ ଆହତ ଶିଶୁକୁ ତୁରନ୍ତ ହସ୍ପିଟାଲକୁ ପଠାଇ ଦିଆ ଯାଇଛି । ପରେ ଅବସ୍ଥା ଗୁରୁତର ହେବାରୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲକୁ ପଠାଇ ଦିଆ ଯାଇଛି । ମହିଳାଙ୍କ ମୃତଦେହ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରି ଦିଆଯାଇଛି ।

ଲକ୍ଷ୍ମୀ ରାୱତ୍ ଆଗ୍ରାର ବାସିନ୍ଦା ଥିଲେ । ତେବେ ସେ ତାଙ୍କ ସ୍ୱାମୀ ଗୌରବଙ୍କ ସହ ଗୁରୁଗ୍ରାମରେ ରହୁଥିଲେ । ଗୌରବ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ବୋଲି ପୋଲିସ କହିଛି । କିନ୍ତୁ କିଛିଦିନ ହେବ ସେ ଚାକିରୀ ଛାଡ଼ି ଦେଇଥିଲେ । ଏନେଇ ଦମ୍ପତ୍ତିଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗି ରହୁଥିଲା । ଏଣୁ ଏହାକୁ ନେଇ ପତ୍ନୀଙ୍କୁ ଗୌରବ ହତ୍ୟା କରି ଥାଇପାରେ ବୋଲି ପୋଲିସ କହିଛି । ଅନ୍ୟପଟେ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି । ପୋଲିସ ଏନେଇ ଅଧିକ ତଦନ୍ତ ଚଳାଇଛି ।

Murder Suicide Man
Advertisment
Advertisment