/odishatv-khabar/media/post_attachments/uploadimage/library/16_9/16_9_0/Bomb_Blast_1704184104.jpg)
Bomb Blast
ରାଜଧାନୀରେ ସନ୍ଦେହଜନକ ବିସ୍ଫୋରଣ । ଝାରପଡ଼ା ଅଞ୍ଚଳର ଏକ ଘରେ ବିସ୍ଫୋରଣ ଘଟି କାନ୍ଥ ଭାଙ୍ଗି ଯାଇଛି । ପୂର୍ବ ଶତ୍ରୁତାରୁ ଏଠି ବୋମାମାଡ଼ ହୋଇଥିବା ନେଇ ଲକ୍ଷ୍ମୀସାଗର ଥାନାରେ ଏତଲା ହୋଇଛି । ମିଳିଥିବା ସୂଚନା ମୁତାବକ ଏହି ଘରେ ଏକ ଘରୋଇ ସଂସ୍ଥା ନିଜ ବ୍ୟବସାୟ ଚଲାଇଥିଲେ । ତେବେ ଘର ଭଡ଼ାକୁ ନେଇ ମାଲିକଙ୍କ ସହ ବିବାଦ ଥିଲା ।
ସେପଟେ ବୋମାମାଡ଼କୁ ପୋଲିସ୍ ଖଣ୍ଡନ କରିଥିବା ବେଳେ ଘର ଭିତରେ ବ୍ୟାପକ ପରିମାଣର ଡିଓଡ୍ରାଣ୍ଟ୍ ଥିଲା । ତେବେ ପୁରା ଘଟଣାର ଏବେ ତଦନ୍ତ ଚାଲିଥିବା କହିଛି । ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଘଟଣାଟି ରାତି ପ୍ରାୟ ୧୧.୪୫ ମିନିଟ୍ ବେଳକୁ ହୋଇଥିଲା । ହଠାତ୍ ବୋମା ମାଡ଼ ହେଲା ଭଳି ଶବ୍ଦ ହୋଇଥିଲା । ଘରଟି ହୁ ହୁ ହୋଇ ଜଳୁଥିବାରୁ ଅଗ୍ନିଶମ ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲା ।
ତେବେ ବୋମାମାଡ଼ ହୋଇଛି କି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । କାରଣ ଘରେ ଡିଓଡ୍ରାଣ୍ଟ ଥିବାରୁ ସଟ୍ ସର୍କିଟ ହୋଇଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି । କିନ୍ତୁ ଘରର କାନ୍ଥ ଗୁଡ଼ିକ ଭାଙ୍ଗି ଯାଇଥିବାରୁ ବୋମାମାଡ଼ ହୋଇଥିବା କୁହାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)