• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ରାଜଧାନୀରେ ଅପହରଣ ପରେ ମୁଣ୍ଡ ଜାମିନ ରଖି ମାଗିଲେ ୧୦ ଲକ୍ଷ ଟଙ୍କା । ଭୁବନେଶ୍ବର ପାତ୍ରପଡ଼ା ଅଞ୍ଚଳର ଜଣେ କ୍ୟାବ୍ ଡ୍ରାଇଭରଙ୍କୁ ଅପହରଣ ପରେ ତାଙ୍କ ପତ୍ନୀଙ୍କୁ ଫୋନ କରି ୧୦ ଲକ୍ଷ ଟଙ୍କା ଅପହରଣକାରୀ ମାଗିଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ମାଡ଼ ମାରିବା ସହ ଭିଡିଓ କଲରେ ସେହି ଦୃଶ୍ୟ ସ୍ତ୍ରୀଙ୍କୁ ଦେଖାଇ ଟଙ୍କା ଦେବାକୁ ବାଧ୍ୟ କରା ଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି ।

ତେବେ ଅପହୃତ ଡ୍ରାଇଭରଙ୍କ ନାଁ ଶଙ୍କର୍ଷଣ ଦାସ । ଗତକାଲି ରାତି ୮ଟା ବେଳେ ପାତ୍ରପଡ଼ା କ୍ରିଷ୍ଣା ବିହାରରୁ ଶଙ୍କର୍ଷଣଙ୍କୁ ଏକ କାରରେ କିଛି ଦୁର୍ବୃତ୍ତ ଉଠାଇନେଇଥିବା ଅଭିଯୋଗ ହୋଇଛି । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ କରୁଛି ।