ଯୁକ୍ତ ଦୁଇ ବିଜ୍ଞାନ ପରେ ପଶ୍ଚିମବଙ୍ଗରୁ MBBS କରିଥିଲେ ହେଲେ ତାହା ଫେକ୍ ବୋଲି ଜାଣିବା ପରେ ବି ଡାକ୍ତରୀ ପ୍ରାକ୍ଟିସ୍ ଜାରି ରଖିଥିଲେ ପ୍ରଦୀପ। ଆଜି ଧରାପଡ଼ିବା ପରେ ଏନେଇ ଖୋଦ୍ ସେ ସ୍ୱୀକାର କରିଛନ୍ତି ।
ମୃତ ମହିଳାଙ୍କ ସ୍ୱାମୀ ଗତ ୯ ବର୍ଷ ହେଲା ଜେଲରେ ଅଛନ୍ତି । ତେଣୁ ଘଟଣାକୁ ନେଇ ଏବେ ଅନେକ ପ୍ରଶ୍ନ ଓ ସନ୍ଦେହ ବଢ଼ିଛି । କିଏ ଓ କାହିଁକି ଏତେ ବଡ଼ କାଣ୍ଡ ଭିଆଇଲା ସେ ନେଇ ଏବେ ଜୁନାଗଡ଼ ପୋଲିସ୍ ଛାନ୍ଭିନ୍ କରୁଛି ।
ପୂର୍ବରୁ ଗୁଣି କରୁଥିବା ଅଭିଯୋଗରେ ଉଭୟଙ୍କ ମଧ୍ୟରେ ଝଗଡ଼ା ବି ହୋଇଥିଲା। ତେବେ ଏହା ଆଜି ଉଗ୍ର ରୂପ ନେବାରୁ ଏତେ ବଡ଼ କାଣ୍ଡ ଘଟିଛି। ହତ୍ୟା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଜାରି ରଖିଛି।
ଟଙ୍କା ପାଇଁ ମିଛ ଅପହରଣ ନାଟକ ରଚିଲେ ଫାଇନାନ୍ସ କର୍ମଚାରୀ। ନିଜ ବାଇକ୍, ଚପଲ ରାସ୍ତାକଡ଼ରେ ଫିଙ୍ଗି ସେ ଫେରାର ହୋଇଯାଇଥିଲେ।
ଲାଞ୍ଚ ସୂତ୍ରରେ ମିଳିଥିବା ଟଙ୍କା ଧରି ଯାଉଥିବା ବେଳେ ବାଟାଲିୟନ କମାଣ୍ଡାଣ୍ଟଙ୍କୁ ମାଡ଼ି ବସିଲା ଭିଜିଲାନ୍ସ ଟିମ୍। ନିଜ ସରକାରୀ ଗାଡ଼ିରେ ୧ ଲକ୍ଷ ୩୧ ହଜାର ଟଙ୍କା ଧରି ସୁନୀଲ ବେହେରା ଢେଙ୍କାନାଳରୁ କଟକ ଯାଉଥିଲେ।
ରାତିର ନିସ୍ତବ୍ଧ ପ୍ରହରରେ ଫୁଟପାଥରେ ଶୋଇଥିବାବେଳେ ଦ୍ରୁତ ଗତିରେ ମାଡ଼ିଆସିଲା କାର୍ । ଆଉ ସେହି କାର୍ ଚକ ତଳେ ଜଣେ ଶ୍ରମିକଙ୍କ ଜୀବନ ଚାଲିଗଲା । କଥା ଏତିକିରେ ସରିନି। କମିଶନରେଟ୍ ପୋଲିସର ସୁରକ୍ଷା ବଳୟକୁ ଭେଦି ଦୁର୍ଘଟଣାଗ୍ରସ୍ତ କାରକୁ ଧରି ଦ୍ରୁତଗତିରେ ଚମ୍ପଟ ମାରିଥିଲା ଡ୍ରାଇଭର୍ । ତେବେ ଲୋକଙ୍କ ସୂଚନା ଆଧାରରେ ସେହି କିଲର୍ କାରକୁ ପୋଲିସ ଜବତ କରିଛି ସତ, କିନ୍ତୁ ଡ୍ରାଇଭରର ଏଯାଏଁ ପତ୍ତା ପାଉନି ।
ରାତି ହେଲେ ଭୟଙ୍କର ହେଉଛି କି ରାଜଧାନୀ ? ରାତିର ନିସ୍ତବ୍ଧ ପହରରେ ଘୂରି ବୁଲୁଛି କି ମୃତ୍ୟୁର ଦୂତ ? କମିଶନରେଟ୍ ପୋଲିସର ସୁରକ୍ଷା ପାଚେରୀକୁ ଭେଦି ଅସାମାଜିକ ଖେଳୁଛନ୍ତି କି ମରଣର ଖେଳ ? କାରଣ ରାଜଧାନୀର ଛାତି ଉପରେ ଗତକାଲି ଘଟିଛି ଭୟଙ୍କର ଅଘଟଣ । ରାଜମହଲ ଛକ ଉପରେ ହିଟ୍ ଆଣ୍ଡ ରନ୍ ।
ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାକୁ ପ୍ରାୟ ୫ହଜାର ମୋବାଇଲ୍ ନମ୍ବରରୁ ସେମାନଙ୍କ ନମ୍ବର ଖୋଜିଥିଲା । ତା’ପରେ ସେମାନଙ୍କ ନମ୍ବର ଖୋଜିବା ସହ ତା’କୁ ଟ୍ରାକ୍ କରି ସେମାନଙ୍କ ନିକଟରେ ପହଞ୍ଚିଥିଲା ।
ରାତିର ଘନ ଅନ୍ଧକାରରେ ମାଡ଼ି ଆସିଲା ନାଲି ଗାଡ଼ି...ଶୋଇଥିବା ସମୟରେ ଶ୍ରମିକଙ୍କ ଉପରେ ମାଡ଼ିଗଲା..
ସୁନୀଲ ନାହାକ ହତ୍ୟା ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ତେବେ ବର୍ତ୍ତମାନ ଖଲ୍ଲିକୋଟ ବିଧାୟିକାଙ୍କ ସ୍ୱାମୀଙ୍କ ସମେତ ୪ ଜଣଙ୍କ ନାଁରେ ଏତଲା ଦାୟର ହୋଇଛି । ଅନ୍ୟପକ୍ଷରେ ଏହି ଅଭିଯୋଗ ନେଇ ଦୈତାରୀ ବେହେରାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ଜାଲ କାଗଜପତ୍ରରେ ବିକ୍ରି କରୁଥିବା ଅଭିଯୋଗ । ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ ।
ଗୋଷାଣି ନୂଆଗାଁ ବଡ଼ସାହି ମଠ ମନ୍ଦିର ନିକଟରେ ବୋମାମାଡ଼ ହୋଇଥିବା ସୂଚନା
୨୪ ଘଣ୍ଟା ଭିତରେ ଗଞ୍ଜାମ ଜିଲ୍ଲାରେ ଇଏ ଦ୍ବିତୀୟ ପଲିଟିକାଲ୍ ମର୍ଡର। ଗତରାତିରେ କୋଦଳା ଥାନା ଦାନପୁର ଗାଁ ମଝିରେ ବି ହୋଇଥିଲା ଆଉ ଏକ ଜଘନ୍ୟ ହତ୍ୟାକାଣ୍ଡ। ସେଠାକୁ ଗଣେଶ ଭସାଣ ଭୋଜି ଖାଇବାକୁ ଯାଇଥିବା ବେଳେ, ଆସ୍କା ବ୍ଲକ୍ ଅଧ୍ୟକ୍ଷାଙ୍କ ଦେଢ଼ଶୁର ସୁନୀଲ ନାହାକଙ୍କୁ ପଥର କିମ୍ବା ଶାବଳରେ ଛେଚି ହତ୍ୟା କରିଥିଲେ ଦୁର୍ବୃତ୍ତ।
ସୁସ୍ମିତାଙ୍କ ଭାଇ ସିବିଆଇ ତଦନ୍ତ ଦାବି କରିଆସୁଥିଲେ । ମାତ୍ର ଡିଏସପି ପାହ୍ୟାର ଅଫିସରଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିବାରୁ ଘଟଣାର ସତ୍ୟାସତ୍ୟ ସାମନାକୁ ଆସିବନି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ସେପଟେ ଆସନ୍ତା ୬ ତାରିଖରେ ଜିଲ୍ଲାପାଳ ଅଫିସ ଘେରିବାକୁ ଚେତାବନୀ ଦେଇଛନ୍ତି ଆଦିବାସୀ ନେତା ଆଲବର୍ଟ କିଣ୍ଡୋ।
ବିଜେଡି ନେତାଙ୍କ ମୁହଁକୁ ଛେଚି ହତ୍ୟା କରାଯାଇଛି। ହତ୍ୟାର କାରଣ ଜଣାପଡିନାହିଁ। ମୃତ ସୁନିଲ ନାହାକଙ୍କ ଶରୀର ଦୀର୍ଘ ସମୟ ଧରି ରାସ୍ତାରେ ପଡି ରହିଥିଲା।
ବୈତରଣୀ ନଦୀର କଣ୍ଟିଘାଇରୁ ମିଳିଲା ବାପାର ମୃତଦେହ । ୨୭ ତାରିଖରେ ନିଜ କୁନି ଝିଅକୁ ଧରି ନଦୀକୁ ଡେଇଁପଡ଼ିଥିଲେ ଚନ୍ଦନ ।
ଛୋଟ ଝିଅକୁ ଧରି ନଦୀକୁ କାହିଁକି ଡେଇଁଲେ ସ୍ୱାମୀ ? ପତ୍ନୀ ମୃତ୍ୟୁରୁ ଅବସାଦ ନା ଅନ୍ୟ କୌଣସି କାରଣ ପାଇଁ ଚରମ ପଦକ୍ଷେପ ନେଲେ ସ୍ୱାମୀ। ତାକୁ ନେଇ ନାନା ଚର୍ଚ୍ଚା ହେଉଛି...
ଆଳତୁମା ଗାଁର ରେଳୱେ ଓଭର ବ୍ରିଜ ନିକଟରେ ମର୍ଡର.. ମୃତକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ, ଗୁଳି ଜବତ
ବୈତରଣୀ ସେତୁରୁ ନଦୀକୁ ଡେଇଁ ବାପ-ଝିଅ ନିଖୋଜ..ଭଣ୍ଡାରୀପୋଖରୀ ଥାନା ଆଖୁଆପଦାର ଘଟଣା
ଖବର ପାଇ ପୋଲିସ ଯେତେବେଳେ ଉକ୍ତ ନାବାଳିକାକୁ ଉଦ୍ଧାର କଲା, ସେତେବେଳେ ପୁରା ଘଟଣା ସାମ୍ନାକୁ ଆସିଲା ।
ବ୍ୟାଙ୍କକୁ ଯିବା ବାଟରେ ଗତ ସୋମବାର ଠାରୁ ନିଖୋଜ ଥିଲେ ତପନ ।
ଏହି ହତ୍ୟାକାଣ୍ଡ ଯୋଜନାବଦ୍ଧ ନଥିଲା । ହଠାତ ରାଗରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି । ଆଜି ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ଅଧିକ ତଦନ୍ତ କରିଥିଲେ ।
କେଉଁଠି କମେଣ୍ଟମରାକୁ ନେଇ ହାତାହାତି ତ ଆଉ କେଉଁଠି ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମାର୍ପିଟ୍। କଟକ ଜିଲ୍ଲା ଆଠଗଡ଼ ଓ ବାଙ୍କିରେ ଗୋଷ୍ଠୀ ସଂଘର୍ଷ ଘଟି ୧୬ ଜଣ ଆହତ ହୋଇଛନ୍ତି।
ଦୀର୍ଘ ୨ ବର୍ଷ ୯ ମାସର ବ୍ୟବଧାନ ପରେ ମାହାଙ୍ଗାରେ ଏଥର ଖଡ୍ଗହସ୍ତ ପ୍ରତାପଙ୍କ ସମର୍ଥକ ଓ ନ୍ୟାୟ ପାଇଁ ସଂଘର୍ଷ ପରିବାରର ସଦସ୍ୟ ।
ପ୍ରାଣକୃଷ୍ଣଙ୍କ କହିବାନୁସାରେ- ଗତକାଲି ତାଙ୍କ ପତ୍ନୀଙ୍କ ଗର୍ଭ ଯନ୍ତ୍ରଣା ବଢ଼ିବାରୁ ଅପରାହ୍ନ ସାଢ଼େ ୪ଟା ବେଳେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ।