• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମା ଗୃହ ୱାଡେନ୍ ଲକ୍ଷ୍ମୀ ମାଝୀଙ୍କ ରହସ୍ୟଜନକ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ଆଜି ୧୨ ଘଣ୍ଟିଆ ରାୟଗଡ଼ା ଜିଲ୍ଲା ବନ୍ଦ ଡାକରା । ଆଜି ସକାଳ ୬ଟାରୁ ବନ୍ଦ ପାଳନ ଆରମ୍ଭ ହୋଇଥିବା ବେଳେ, ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୧ଟି ଯାକ ବ୍ଲକରେ ଚକଅଖ ବନ୍ଦ ରହିବ ବୋଲି କହିଛି ଜିଲ୍ଲା ଆଦିବାସୀ ମହାସଂଘ ।

ଏଥିପାଇଁ ଜନସାଧାରଣଙ୍କୁ ସହଯୋଗ କରିବାକୁ ଆହ୍ବାନ ଦିଆଯାଇଛି । ଲକ୍ଷ୍ମୀ ମାଝୀଙ୍କର ମୃତ୍ୟୁକୁ ୧୫ ଦିନ ବିତିଯାଇଥିଲେ ସୁଦ୍ଧା, ପୋଲିସର ହାତ ଏବେବି ଖାଲି ଥିବା ଅଭିଯୋଗ କରିଛି ସଂଘ । ଏଥିସହ ଘଟଣାରେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ଥିବାରୁ ସରକାର ଏହାକୁ ଘଣ୍ଟ ଘୋଡ଼ାଉଛନ୍ତି ବୋଲି କହିଛି ।

ତେଣୁ ମାମଲାର ସିବିଆଇ ତଦନ୍ତ ଦାବି କରିଛି ଜିଲ୍ଳା ଆଦିବାସୀ ମହାସଂଘ । ତେବେ ମହାସଂଘର ଅଭିଯୋଗକୁ ନେଇ ପୋଲିସ କିମ୍ବା ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ । ଅନ୍ୟପଟେ ଗତ ଡିସେମ୍ବର ୨୧ ତାରିଖ ଅପରାହ୍ନ ପ୍ରାୟ ୪ଟାରେ ମା’ ଗୃହରୁ ବାହାରକୁ ଯାଇଥିଲେ ଲକ୍ଷ୍ମୀ ।

ସେହି ଦିନ ରାତି ପ୍ରାୟ ୧୧ ଟା ବେଳେ ଲକ୍ଷ୍ମୀଙ୍କର ଦରପୋଡ଼ା ମୃତଦେହ ମିଳିଥିଲା । ମା’ଗୃହ ନିକଟରୁ ଉଦ୍ଧାର ହୋଇଥିଲା ମରଶରୀର । ଏ ସଂପର୍କରେ ଗତ ୨୨ ତାରିଖରେ ଲକ୍ଷ୍ମୀଙ୍କ ବାପା ଚନ୍ଦ୍ରପୁର ଥାନାରେ ଏତଲା ଦେବା ସହ ହତ୍ୟା ଅଭିଯୋଗ ଆଣିଥିଲେ ।

ଅନ୍ୟପଟେ ଲକ୍ଷ୍ମୀଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଛିଡ଼ା ହୋଇଛି । ଲକ୍ଷ୍ମୀଙ୍କ ଏଭଳି ରହସ୍ୟଜନକ ମୃତ୍ୟୁ ପଛର ରହସ୍ୟ କ'ଣ ? ନିଆଁରେ ଜଳି ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ଭଳି ଲକ୍ଷ୍ମୀଙ୍କ ମୃତ୍ୟୁର କିଛି ସାମଞ୍ଜସ୍ୟ ଅଛି କି ? ଏହା ହତ୍ୟା, ଆତ୍ମହତ୍ୟା ନା କୌଣସି ଦୁର୍ଘଟଣା ? ଅନ୍ୟ କେଉଁଠି ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ଲକ୍ଷ୍ମୀଙ୍କୁ ଜାଳି ଦିଆ ଯାଇଥିଲା କି ? ନା ଲକ୍ଷ୍ମୀଙ୍କୁ ଜାଳି ପୋଡ଼ି ମାରି ଦିଆଯାଇଛି ?